ବିରାଟଙ୍କୁ ପ୍ରଶଂସା କଲେ ମିଆଁଦାଦ, ଜାଣନ୍ତୁ କାରଣ

ଇସଲାମାବାଦ: ଭାରତୀୟ ଟିମ୍‌ର ଅଧିନାୟକ ବିରାଟ କୋହଲିଙ୍କ ଖେଳରେ ଶତମୁଖ ହୋଇଛନ୍ତି ପାକିସ୍ତାନର କିମ୍ବଦନ୍ତୀ କ୍ରିକେଟର ଜାଭେଦ ମିଆଁଦାଦ। ତେବେ ବିରାଟଙ୍କୁ ମିଆଁଦାଦ ପ୍ରଶଂସା କରିବା ପଛରେ କିଛି କାରଣ ରହିଛି। ମିଆଁଦାଦ କହିଛନ୍ତି, “ମୋତେ ପଚରା ଗଲା ଟିମ୍‌ ଇଣ୍ଡିଆରୁ କିଏ ତୁମର ପ୍ରସନ୍ଦର ଖେଳାଳି କିଏ? ଏହାର ଉତ୍ତରେ ମୁଁ ବିରାଟ କୋହଲିଙ୍କ ନାଁ ନେଇଛି। ବିରାଟ ବିଶ୍ୱର ସବୁ ସ୍ଥାନରେ ଉନ୍ନିତ ଧରଣର ଖେଳ ପ୍ରଦର୍ଶନ କରିଛନ୍ତି। ତାଙ୍କ ନାଁରେ ଥିବା ରନ୍‌ […]

edf

Hemant Lenka
  • Published: Saturday, 21 March 2020
  • , Updated: 21 March 2020, 06:54 PM IST

ଇସଲାମାବାଦ: ଭାରତୀୟ ଟିମ୍‌ର ଅଧିନାୟକ ବିରାଟ କୋହଲିଙ୍କ ଖେଳରେ ଶତମୁଖ ହୋଇଛନ୍ତି ପାକିସ୍ତାନର କିମ୍ବଦନ୍ତୀ କ୍ରିକେଟର ଜାଭେଦ ମିଆଁଦାଦ। ତେବେ ବିରାଟଙ୍କୁ ମିଆଁଦାଦ ପ୍ରଶଂସା କରିବା ପଛରେ କିଛି କାରଣ ରହିଛି।

ମିଆଁଦାଦ କହିଛନ୍ତି, “ମୋତେ ପଚରା ଗଲା ଟିମ୍‌ ଇଣ୍ଡିଆରୁ କିଏ ତୁମର ପ୍ରସନ୍ଦର ଖେଳାଳି କିଏ? ଏହାର ଉତ୍ତରେ ମୁଁ ବିରାଟ କୋହଲିଙ୍କ ନାଁ ନେଇଛି। ବିରାଟ ବିଶ୍ୱର ସବୁ ସ୍ଥାନରେ ଉନ୍ନିତ ଧରଣର ଖେଳ ପ୍ରଦର୍ଶନ କରିଛନ୍ତି। ତାଙ୍କ ନାଁରେ ଥିବା ରନ୍‌ ହିଁ ତାଙ୍କ ସଫଳତା କଥା କହୁଛି। ମୁଁ ତାଙ୍କ ବିଷୟରେ କିଛି କହିବି ନାହିଁ।

କାରଣ ତାଙ୍କ ପ୍ରଦର୍ଶନ ହିଁ ବହୁତ କିଛି କହିଥାଏ। ଦକ୍ଷିଣ ଆଫ୍ରିକାର ଖରାପ ୱିକେଟରେ ବି ସେ ଭଲ ପ୍ରଦର୍ଶନ କରିଥିଲେ। ଏପରି କି ସେ ଶତକ ମଧ୍ୟ ହାସଲ କରିଥିଲେ। ବିରାଟ ଦ୍ରୁତ ବୋଲରଙ୍କୁ ଡରନ୍ତି ଓ ବାଉନ୍ସ ପିଚ୍‌ରେ ଖେଳି ପାରନ୍ତି ନାହିଁ ବୋଲି ଆପଣ କେବେ ହେଲେ କହି ପାରିବେ ନାହିଁ।

ସେ ଜଣେ କ୍ଲିନ ହିଟର। ତାଙ୍କ ଶଟକୁ ଦେଖିଲେ ଆପଣ ସବୁ ଜାଣିପାରିବେ। ତାଙ୍କୁ ବ୍ୟାଟିଂ କରୁଥିବା ଦେଖିଲେ, ବେଶ ଭଲ ଲାଗେ। ସେ ଜଣେ କ୍ଲାସ ବ୍ୟାଟସମ୍ୟାନ।”

୩୧ ବର୍ଷୀୟ ବିରାଟ ଏବେ ଦିନିକିଆ ରାଙ୍କିଙ୍ଗର ଏକ ନମ୍ବର ବ୍ୟାଟସମ୍ୟାନ। ତେବେ ନିକଟରେ ଶେଷ ହୋଇଥିବା ନ୍ୟୁଜିଲ୍ୟାଣ୍ଡ ଟୁରରେ ସେ ଆଦୌ ଭଲ ପ୍ରଦର୍ଶନ କରିପାରି ନଥିଲେ।

୧୧ଟି ଇନିଂସରେ ସେ ମାତ୍ର ୨୧୮ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ଓଭର ଅଲ ଭାରତୀୟ ଅଧିନାୟକ ବିରାଟ ୮୬ଟି ଟେଷ୍ଟ, ୨୪୮ଟି ଦିନିକିଆ ଓ ୮୨ ଟି-୨୦ ମ୍ୟାଚ୍‌ ଖେଳିଛନ୍ତି। ଟେଷ୍ଟରେ ସେ ୭୨୪୦, ଦିନିକିଆରେ ୧୧,୮୬୭ ଓ ଟି-୨୦ରେ ୨୭୯୪ ରନ୍‌ କରିଛନ୍ତି।

Related story