କୋହଲିଙ୍କ ଆଉ ଏକ ଦ୍ୱିଶତକ

ମୁମ୍ବାଇ: ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମ୍‌ ଚାଲିଥିବା ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ୍ ମ୍ୟାଚ୍‌ର ପ୍ରଥମ ଇନିଂସରେ ଦ୍ୱିଶତକ ହାସଲ କରିଛନ୍ତି ଟିମ୍ ଇଣ୍ଡିଆ ଅଧିନାୟକ ତଥା ରନ୍ ମେସିନ୍ ଭାବେ ଜଣାଶୁଣା ବିରାଟ କୋହଲି। ଏହା ହେଉଛି କୋହଲିଙ୍କ ତୃତୀୟ ଦ୍ୱିଶତକ। ସେ ୩୦୨ ବଲ୍‌ରୁ ୨୦୦ ରନ୍ ସଂଗ୍ରହ କରି ଥିଲେ। ୩୪୦ ବଲ୍‌ରୁ ୨୫ଟି ଚୌକା ଓ  ଗୋଟିଏ ଛକ୍କା ସହାୟତାରେ ସେ ୨୩୫ ରନ୍ କରି ଆଉଟ୍ ହୋଇଥିଲେ। ଅନ୍ୟ ଦୁଇଟି ଟେଷ୍ଟ […]

kohali

Rakesh Mallick
  • Published: Sunday, 11 December 2016
  • , Updated: 11 December 2016, 01:31 PM IST

ମୁମ୍ବାଇ: ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମ୍‌ ଚାଲିଥିବା ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ୍ ମ୍ୟାଚ୍‌ର ପ୍ରଥମ ଇନିଂସରେ ଦ୍ୱିଶତକ ହାସଲ କରିଛନ୍ତି ଟିମ୍ ଇଣ୍ଡିଆ ଅଧିନାୟକ ତଥା ରନ୍ ମେସିନ୍ ଭାବେ ଜଣାଶୁଣା ବିରାଟ କୋହଲି। ଏହା ହେଉଛି କୋହଲିଙ୍କ ତୃତୀୟ ଦ୍ୱିଶତକ। ସେ ୩୦୨ ବଲ୍‌ରୁ ୨୦୦ ରନ୍ ସଂଗ୍ରହ କରି ଥିଲେ।

୩୪୦ ବଲ୍‌ରୁ ୨୫ଟି ଚୌକା ଓ  ଗୋଟିଏ ଛକ୍କା ସହାୟତାରେ ସେ ୨୩୫ ରନ୍ କରି ଆଉଟ୍ ହୋଇଥିଲେ।

ଅନ୍ୟ ଦୁଇଟି ଟେଷ୍ଟ ଦ୍ୱିଶତକ ମଧ୍ୟ ସେ ଚଳିତ ବର୍ଷ ମାରି ଥିଲେ। ଟେଷ୍ଟରେ ପ୍ରଥମ ଦ୍ୱିଶତକ ସେ ଗତ ଜୁଲାଇ ମାସରେ ଆଣ୍ଟିଗାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ହାସଲ କରିଥିଲେ। ଏହି ମ୍ୟାଚ୍‌ରେ ସେ ୨୦୦ ରନ୍ କରିଥିଲେ। ଦ୍ୱିତୀୟ ଶତକ ସେ ଗତ ଅକ୍ଟୋବର ମାସରେ ଇନ୍ଦୋରରେ ନ୍ୟୁଜିଲାଣ୍ଡ ବିପକ୍ଷରେ ହାସଲ କରିଥିଲେ। ଏହି ମ୍ୟାଚ୍‌ରେ ସେ ୨୧୧ ରନ୍ କରିଥିଲେ।

ଏହା ସହିତ କୋହଲି ଆଉ ଏକ ରେକର୍ଡ କରିଛନ୍ତି। ସେ ବନି ଯାଇଛନ୍ତି ଗୋଟିଏ ବର୍ଷରେ ସର୍ବାଧିକ ଦ୍ୱିଶତକ ମାରିଥିବା ଭାରତୀୟ। ସଚିନ ତେନ୍ଦୁଲକର ୨୦୦୪ ଓ ୨୦୧୦ରେ ଦୁଇଟି ଲେଖାଏଁ ଦ୍ୱିଶତକ ମାରିଥିଲେ। ରାହୁଲ ଦ୍ରାବିଡ଼ ୨୦୦୩ରେ ଦୁଇଟି ଦ୍ୱିଶତକ ହାସଲ କରିଥିଲେ। ବୀରେନ୍ଦ୍ର ସେହୱାଗ ୨୦୦୮ରେ ଦୁଇଟି ଦ୍ୱିଶତକ ହାସଲ କରିଥିଲେ। ୧୯୯୩ରେ ବିନୋଦ କାମ୍ବଲି ଦୁଇଟି ଦ୍ୱିଶତକ ମାରିଥିଲେ।

ସେ ଆଉ ଏକ ରେକର୍ଡ ମଧ୍ୟ ନିଜ ନାଁରେ ଯୋଡ଼ିଛନ୍ତି। ଭାରତୀୟ ଟେଷ୍ଟ ଅଧିନାୟକଙ୍କ ମଧ୍ୟରେ ସେ ସର୍ବାଧିକ ୨୩୫ ରନ୍ କରିଛନ୍ତି। ଧୋନି ୨୨୪ ରନ୍ କରିଥିବା ବେଳେ ତେନ୍ଦୁଲକର ୨୧୭ ରନ୍ କରିଥିଲେ।

ତାଙ୍କର ଆଉ ଏକ ରେକର୍ଡ ହେଉଛି ଅଧିନାୟକ ଭାବେ ତିନିଟି ଦ୍ୱିଶତକ ମାରିବାରେ ସେ ପ୍ରଥମ ଭାରତୀୟ।

ଅଷ୍ଟମ ୱିକେଟ୍‌ରେ ଜୟନ୍ତ ଯାଦକଙ୍କ ସହିତ ତାଙ୍କର ୨୧୫ ରନ୍‌ର ପାର୍ଟନରସିପ୍ ମଧ୍ୟ ଏକ ରେକର୍ଡ।

କୋହଲି ଟେଷ୍ଟ ମ୍ୟାଚ୍‌ରେ ଏହି ୩ ଦ୍ୱିଶତକ ସମେତ ଏଯାବତ ୧୫ଟି ଶତକ ମାରି ସାରିଲେଣି।

Related story