ନ୍ୟୁଜିଲ୍ୟାଣ୍ଡରେ ପ୍ରଥମଥର ଟି-୨୦ ଖେଳିବେ କ୍ୟାପଟେନ୍ କୋହଲି

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ ଜିତିବା ପରେ ଭାରତର ମନୋବଳ ଊର୍ଦ୍ଧ୍ୱରେ ରହିଛି। ଏବେ ଭାରତୀୟ ଟିମ୍ ନ୍ୟୁଜିଲ୍ୟାଣ୍ଡରେ ପୂର୍ଣ୍ଣ ସିରିଜ୍ ଖେଳିବା ପାଇଁ ପହଞ୍ଚିସାରିଛି। ଭାରତ ସର୍ବପ୍ରଥମେ ଟି-୨୦ ସିରିଜ୍ ଖେଳି ଗସ୍ତ ଆରମ୍ଭ କରିବ ଏବଂ ଏଥିପାଇଁ ଟିମର ପ୍ରସ୍ତୁତି ଜୋରଦାର ରହିଛି। ଅନ୍ୟପକ୍ଷରେ ଆୟୋଜକ ଟିମ୍ ଅଷ୍ଟ୍ରେଲିଆଠାରୁ ମିଳିଥିବା ପରାଜୟକୁ ନେଇ ବ୍ୟଥିତ। ନ୍ୟୁଜିଲ୍ୟାଣ୍ଡରେ ଭାରତ ଏପର୍ଯ୍ୟନ୍ତ ଖେଳିଥିବା ୫ଟି ମ୍ୟାଚରୁ ୪ଟିରେ ପରାସ୍ତ ହୋଇଥିବା ବେଳେ ମାତ୍ର ଗୋଟିଏରେ ବିଜୟ […]

virat

Ranjit Kumar Jena
  • Published: Wednesday, 22 January 2020
  • , Updated: 22 January 2020, 06:08 PM IST

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ ଜିତିବା ପରେ ଭାରତର ମନୋବଳ ଊର୍ଦ୍ଧ୍ୱରେ ରହିଛି। ଏବେ ଭାରତୀୟ ଟିମ୍ ନ୍ୟୁଜିଲ୍ୟାଣ୍ଡରେ ପୂର୍ଣ୍ଣ ସିରିଜ୍ ଖେଳିବା ପାଇଁ ପହଞ୍ଚିସାରିଛି। ଭାରତ ସର୍ବପ୍ରଥମେ ଟି-୨୦ ସିରିଜ୍ ଖେଳି ଗସ୍ତ ଆରମ୍ଭ କରିବ ଏବଂ ଏଥିପାଇଁ ଟିମର ପ୍ରସ୍ତୁତି ଜୋରଦାର ରହିଛି। ଅନ୍ୟପକ୍ଷରେ ଆୟୋଜକ ଟିମ୍ ଅଷ୍ଟ୍ରେଲିଆଠାରୁ ମିଳିଥିବା ପରାଜୟକୁ ନେଇ ବ୍ୟଥିତ।

ନ୍ୟୁଜିଲ୍ୟାଣ୍ଡରେ ଭାରତ ଏପର୍ଯ୍ୟନ୍ତ ଖେଳିଥିବା ୫ଟି ମ୍ୟାଚରୁ ୪ଟିରେ ପରାସ୍ତ ହୋଇଥିବା ବେଳେ ମାତ୍ର ଗୋଟିଏରେ ବିଜୟ ହାସଲ କରିଛି। ତେବେ ବଡ଼ କଥା ହେଉଛି ନ୍ୟୁଜିଲ୍ୟାଣ୍ଡ୍ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଏପର୍ଯ୍ୟନ୍ତ ଗୋଟିଏ ବି ଟି-୨୦ ମ୍ୟାଚ୍ ଖେଳିନାହାନ୍ତି। ବିରାଟ୍ ନିଜର ପ୍ରଥମ ଟି-୨୦ ୧୨ ଜୁନ୍‌, ୨୦୧୦ରେ ଜିମ୍ବାୱେ ବିପକ୍ଷରେ ଖେଳିଥିଲେ।

ବର୍ଷକ ପୂର୍ବେ ଅର୍ଥାତ୍ ୨୦୦୯ରେ ଭାରତ ପ୍ରଥମଥର ନ୍ୟୁଜିଲ୍ୟାଣ୍ଡରେ ଟି-୨୦ ଖେଳିଥିଲା। ଯେହେତୁ ସେତେବେଳେ ବିରାଟ୍ ଟି-୨୦ରେ ଡେବ୍ୟୁ କରିନଥିଲେ, ସେହି କାରଣରୁ ସେ ନ୍ୟୁଜିଲ୍ୟାଣ୍ଡ୍ ଯାଇନଥିଲେ। ୨୦୦୯ରେ ଭାରତ ଦୁଇଟି ଯାକ ଟି-୨୦ ମ୍ୟାଚରେ ହାରିଯାଇଥିଲା। ଏହା ପରେ ଭାରତ ୧୦ ବର୍ଷ ପରେ ଅର୍ଥାତ୍ ୨୦୧୯ ଫେବୃଆରୀ ମାସରେ ନ୍ୟୁଜିଲ୍ୟାଣ୍ଡ୍ ଗସ୍ତ କରିଥିଲା।

ଏହି ସିରିଜରୁ ବିରାଟଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ତାଙ୍କ ସ୍ଥାନରେ ରୋହିତ୍ ଶର୍ମାଙ୍କୁ କ୍ୟାପଟେନ୍ ନିଯୁକ୍ତ କରାଯାଇଥିଲା। ଏହି ଗସ୍ତରେ ଭାରତ ୧-୨ରେ ସିରିଜ୍ ହାରିଯାଇଥିଲା। ଏଥର ବିରାଟଙ୍କ ଉପସ୍ଥିତିରେ ଭାରତ ନ୍ୟୁଜିଲ୍ୟାଣ୍ଡରେ ଟି-୨୦ ସିରିଜ୍ ପରାଜୟଧାରା ଭାଙ୍ଗିବ ବୋଲି କ୍ରିକେଟପ୍ରେମୀ ଆଶାବାଦୀ ଅଛନ୍ତି।

Related story