ହାଇଦ୍ରାବାଦଠାରୁ ମ୍ୟାଚ୍‌ ଛଡ଼ାଇ ନେଲା କୋଲକାତା

ହାଇଦ୍ରାବାଦ: ଦୁଇଟି ବଲ୍‌ ବାକି ଥାଇ ମ୍ୟାଚ୍‌ ଜିତିନେଇଛି କୋଲକାତା। ହାଇଦ୍ରାବାଦକୁ ୫ ୱିକେଟ୍‌ରେ ପରାସ୍ତ କରିଛି। ଏହି ବିଜୟ ଫଳରେ କୋଲକାତା ପ୍ଲେ ଅଫ୍‌ରେ ପହଞ୍ଚି ପାରିଛି। ଏଥିରେ ପ୍ରମୁଖ ଭୂମିକା ନେଇଥିଲେ କ୍ରିସ୍‌ ଲିନ୍‌ ଓ ରବିନ୍‌ ଉତ୍ଥାପା। ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ସନ୍‌ରାଇଜର୍ସ ହାଇଦ୍ରାବାଦ। ବ୍ୟାଟିଂ କରିବାକୁ ଆସିଥିଲେ ଶିଖର ଧାୱାନ୍‌ ଓ ଶ୍ରୀବତ୍ସ ଗୋସ୍ୱାମୀ। ଉଭୟ ଜବରଦସ୍ତ ବ୍ୟାଟିଂ କରିଥିଲେ। ଶ୍ରୀବତ୍ସ ୩୫ ରନ୍‌ କରିଥିବା ବେଳେ […]

kolkata

Rakesh Mallick
  • Published: Sunday, 20 May 2018
  • , Updated: 20 May 2018, 12:04 AM IST

ହାଇଦ୍ରାବାଦ: ଦୁଇଟି ବଲ୍‌ ବାକି ଥାଇ ମ୍ୟାଚ୍‌ ଜିତିନେଇଛି କୋଲକାତା। ହାଇଦ୍ରାବାଦକୁ ୫ ୱିକେଟ୍‌ରେ ପରାସ୍ତ କରିଛି। ଏହି ବିଜୟ ଫଳରେ କୋଲକାତା ପ୍ଲେ ଅଫ୍‌ରେ ପହଞ୍ଚି ପାରିଛି। ଏଥିରେ ପ୍ରମୁଖ ଭୂମିକା ନେଇଥିଲେ କ୍ରିସ୍‌ ଲିନ୍‌ ଓ ରବିନ୍‌ ଉତ୍ଥାପା।

ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ସନ୍‌ରାଇଜର୍ସ ହାଇଦ୍ରାବାଦ। ବ୍ୟାଟିଂ କରିବାକୁ ଆସିଥିଲେ ଶିଖର ଧାୱାନ୍‌ ଓ ଶ୍ରୀବତ୍ସ ଗୋସ୍ୱାମୀ। ଉଭୟ ଜବରଦସ୍ତ ବ୍ୟାଟିଂ କରିଥିଲେ। ଶ୍ରୀବତ୍ସ ୩୫ ରନ୍‌ କରିଥିବା ବେଳେ କୁଳଦୀପ ଯାଦବଙ୍କ ବଲରେ ଆଉଟ୍‌ ହୋଇଥିଲେ। ପରେ ବ୍ୟାଟିଂ କରିବାକୁ ଆସିଥିବା ଅଧିନାୟକ କେନ୍‌ ଉଇଲିୟମ୍‌ସନ୍‌ ଓ ଶିଖର ମିଶି ହାଇଦ୍ରାବଦ ବୋଲିରଙ୍କ ନିର୍ଦ୍ଧୁମ ପିଟିଥିଲେ। ୧୭ ବଲ୍‌ରେ ୩୭ ରନ୍‌ କରି ଉଇଲିୟମ୍‌ସନ୍‌ ଆଉଟ୍‌ ହୋଇଥିଲେ। ପରେ ଶିଖର ୫୦, ମନିସ ୨୫, ୟୁସୁଫ ୨, କାର୍‌ଲୋସ୍‌ ୩, ସକିବୁଲ୍‌  ୧୦ ଓ ରସିଦ୍‌ ଖାନ୍‌ ଖାତା ଖୋଲି ନପାରି ଆଉଟ୍‌ ହୋଇଥିଲେ। ଯାହାଫଳରେ ହାଇଦ୍ରାବାଦ ୧୭୨ ରନ୍‌ କରିପାରିଥିଲା। କୋଲକାତା ପକ୍ଷରୁ ପ୍ରସଦ୍ଧ କ୍ରିଷ୍ଣାନ୍‌ ୪ଟି, ରସେଲ୍‌, କୁଲଦୀପ, ସୁନୀଲ ଓ ଜୱନ୍‌ ସରଲସ୍‌ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।

୧୭୨ ରନ୍‌ର ବିଜୟ ଲକ୍ଷ୍ୟକୁ ନେଇ ପଡ଼ିଆକୁ ଉହ୍ଲାଇଥିଲେ କ୍ରିସ୍‌ ଲିନ୍‌ ଓ ସୁନୀଲ ନାରାୟନ। ଉଭୟ ହାଇଦ୍ରାବାଦ ବୋଲରଙ୍କୁ ଆକ୍ରମଣ କରିଥିଲେ। କ୍ରିସ୍‌ ୫୫, ନାରାୟନ୍‌ ୨୯, ରବୀନ ଉଥାପ୍ପା ୪୫, ଆଣ୍ଡ୍ରୋ ରସେଲ୍‌ ୪, ନୀତିନ ରାଣା ୭ ରନ୍‌ କରି ଆଉଟ୍‌ ହୋଇଥିଲେ। ଅଧିନାୟକ ଦିନେଶ କାର୍ତ୍ତିକ ୨୪  ରନ୍ କରି ନଟ୍‌ଆଉଟ୍‌ ଅଛନ୍ତି।

Related story