'କରୋନା' ପାଇଁ କୋହଲିଙ୍କ ଶତକ ପ୍ରତୀକ୍ଷା ବଢ଼ିଲା

ନୂଆଦିଲ୍ଲୀ: କରୋନା ଯୋଗୁ ଖେଳ ପଡ଼ିଆ ଖାଁ ଖାଁ। ଏଥିରୁ ବାଦ୍ ପଡିନି କ୍ରିକେଟ୍ । ଟିମ୍ ଇଣ୍ଡିଆର ସବୁ କ୍ରିକେଟର ଏବେ ନିଜ ନିଜ ଘରେ ଛୁଟି ମନାଉଛନ୍ତି। କିନ୍ତୁ କରୋନା ଯୋଗୁ କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ଏକ ବଡ଼ ରେକର୍ଡ ହାସଲ କରିବା ପାଇଁ ଅପେକ୍ଷା କରିବାକୁ ପଡ଼ିଛି। ଗତ ୬ ବର୍ଷ ମଧ୍ୟରେ କୋହଲି କୌଣସି କ୍ୟାଲେଣ୍ଡର ବର୍ଷର ନିଜର ତୃତୀୟ ଇନିଂସ୍ ଭିତରେ ଅନ୍ତର୍ଜାତୀୟ ଶତକ ମାରିବାରେ ସଫଳ ହୋଇଥିଲେ, କିନ୍ତୁ […]

kohli

kohli

Ranjit Kumar Jena
  • Published: Thursday, 19 March 2020
  • Updated: 19 March 2020, 06:12 PM IST

Sports

Latest News

ନୂଆଦିଲ୍ଲୀ: କରୋନା ଯୋଗୁ ଖେଳ ପଡ଼ିଆ ଖାଁ ଖାଁ। ଏଥିରୁ ବାଦ୍ ପଡିନି କ୍ରିକେଟ୍ । ଟିମ୍ ଇଣ୍ଡିଆର ସବୁ କ୍ରିକେଟର ଏବେ ନିଜ ନିଜ ଘରେ ଛୁଟି ମନାଉଛନ୍ତି। କିନ୍ତୁ କରୋନା ଯୋଗୁ କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ଏକ ବଡ଼ ରେକର୍ଡ ହାସଲ କରିବା ପାଇଁ ଅପେକ୍ଷା କରିବାକୁ ପଡ଼ିଛି। ଗତ ୬ ବର୍ଷ ମଧ୍ୟରେ କୋହଲି କୌଣସି କ୍ୟାଲେଣ୍ଡର ବର୍ଷର ନିଜର ତୃତୀୟ ଇନିଂସ୍ ଭିତରେ ଅନ୍ତର୍ଜାତୀୟ ଶତକ ମାରିବାରେ ସଫଳ ହୋଇଥିଲେ, କିନ୍ତୁ ୨୦୨୦ ବର୍ଷ ତାଙ୍କ ପାଇଁ ଅତ୍ୟନ୍ତ ନୈରାଶ୍ୟଜନକ ରହଛି। ଚଳିତ ବର୍ଷ କୋହଲିଙ୍କ ଖରାପ ଫର୍ମ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। ନ୍ୟୁଜିଲ୍ୟାଣ୍ଡ୍ ଗସ୍ତରେ କୋହଲି ବ୍ୟାଟ୍ ପୂରା ଚୁପ୍ ରହିଥିଲା। କୋହଲିଙ୍କ ନାଁରେ ଅନ୍ତର୍ଜାତୀୟ କ୍ରିକେଟରେ ଏପର୍ଯ୍ୟନ୍ତ ୭୦ ଶତକ ରହିଛି, କିନ୍ତୁ କରୋନା ଓ ଖରାପ ଫର୍ମ ପାଇଁ ତାଙ୍କର ୭୧ତମ ଶତକର ପ୍ରତୀକ୍ଷା ବଢ଼ିଯାଇଛି।

ସୂଚନାଯୋଗ୍ୟ, ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଶତକର ରେକର୍ଡ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ନାଁରେ ରହିଛି। ସଚିନ ଉଭୟ ଟେଷ୍ଟ ଓ ଦିନିକିଆରେ ୧୦୦ ଶତକ ମାରିଛନ୍ତି। ତାଙ୍କ ପରେ ରିକି ପଣ୍ଟିଂଙ୍କ ନାଁରେ ୭୧ ଶତକ ରହିଛି। ବର୍ତ୍ତମାନର ପରିସ୍ଥିତିକୁ ଦେଖି ଲାଗୁଛି, ପଣ୍ଟିଂ ରେକର୍ଡ ସମକକ୍ଷ ହେବା ପାଇଁ କୋହଲିଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ।

କୋହଲି ଚଳିତ ବର୍ଷ ଅର୍ଥାତ୍ ୨୦୦୨ରେ ଟେଷ୍ଟ, ଦିନିକିଆ ଓ ଟି-୨୦କୁ ମିଶାଇ ମୋଟ ୧୬ ଇନିଂସ୍ ଖେଳିଛନ୍ତି, ଯେଉଁଥିରେ ତାଙ୍କର ସର୍ବୋଚ୍ଚ ସ୍କୋର ୮୯ ରନ୍ ରହିଛି। ଏହା ସେ ଅଷ୍ଟ୍ରେଲିଆ ବିପକ୍ଷ ବେଙ୍ଗାଲୁରୁରେ ଜାନୁଆରୀ ୧୯ ତାରିଖରେ ଦିନିକିଆ ମ୍ୟାଚରେ ହାସଲ କରିଥିଲେ। ସେହିପରି ୨୦୧୦ରେ ପ୍ରଥମଥର ଲାଗି ବର୍ଷର ପ୍ରଥମ ଦୁଇ ମାସରେ ଅନ୍ତର୍ଜାତୀୟ କ୍ରିକେଟରେ ଶତକ ମାରିପାରିନଥିଲେ। କୋହଲି ୨୦୨୦ରେ ଏପର୍ଯ୍ୟନ୍ତ ଘରୋଇ ମାଟିରେ ଶ୍ରୀଲଙ୍କା ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ଓ ଅଷ୍ଟ୍ରେଲିଆ ବିପକ୍ଷ ତିନିମ୍ୟାଚ୍ ଦିନିକିଆ ସିରିଜ୍ ଖେଳିଥିବା ବେଳେ ନ୍ୟୁଜିଲ୍ୟାଣ୍ଡରେ ୪ଟି ଟି-୨୦, ତିନି ଦିନିକିଆ ଏବଂ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ଏହା ମଧ୍ୟରେ ସେ ମୋଟ ୧୬ ଇନିଂସ୍ ଖେଳି ୩୦.୪୬ ହାରରେ ୪୫୭ ରନ୍ କରିଛନ୍ତି।

ଦକ୍ଷିଣ ଆଫ୍ରିକା ସିରିଜ୍ ବାତିଲ୍: ଚଳିତ ମାସରେ ଦକ୍ଷିଣ ଆଫ୍ରିକା ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ କୋହଲିଙ୍କ ଶତକ ପ୍ରତୀକ୍ଷାର ଅନ୍ତ ଘଟିବ ବୋଲି ଆଶା ଥିଲା। କିନ୍ତୁ ଏହି ସିରିଜର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁ ବାତିଲ୍ ହୋଇଯାଇଥିବା ବେଳେ ବାକି ଦୁଇଟି ମ୍ୟାଚ୍ କରୋନା ଭାଇରସ୍ ଯୋଗୁ ଋଦ୍ଦ କରାଯାଇଥିଲା। ଏହି ମହାମାରୀ ଭାଇରସ୍ ଯୋଗୁ ସାରା ବିଶ୍ୱର ସବୁ କ୍ରୀଡ଼ା ପ୍ରତିଯୋଗିତାକୁ ସ୍ଥଗିତ କିମ୍ବା ବାତିଲ୍ କରାଯାଇଛି। ଆଇସିସିର ଫ୍ୟୁଚର୍ ଟୁର୍ ପ୍ରୋଗ୍ରାମ୍ (ଏଫଟିପି) ଅନୁଯାୟୀ, ଭାରତ ତା'ର ପରବର୍ତ୍ତୀ ସିରିଜ୍ ଶ୍ରୀଲଙ୍କା ବିପକ୍ଷରେ ଜୁନ୍‌-ଜୁଲାଇରେ ଖେଳିବ, ଯେଉଁଥିରେ ତିନୋଟି ଦିନିକିଆ ଓ ସମାନ ସଂଖ୍ୟକ ଟି-୨୦ ମ୍ୟାଚ୍ ସାମିଲ୍ ଅଛି। ଭାରତ ଅଗଷ୍ଟରେ ଜିମ୍ବାୱେ ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ମଧ୍ୟ ଖେଳିବ, ଯାହା ପରେ ଏସିଆ କପର ଆୟୋଜନ ହେବ। ତେବେ ଏହି ସବୁ ସିରିଜ୍ ଆୟୋଜିତ ହେବ କି ନାହିଁ, ତାହା କୋଭିଡ୍‌-୧୯ର ସ୍ଥିତି ଉପରେ ନିର୍ଭର କରିବ।

ବଢ଼ିଲା ଅପେକ୍ଷା: କୋହଲି ଶେଷଥର ଲାଗି ଗତବର୍ଷ ନଭେମ୍ବରରେ ବାଂଲାଦେଶ ବିପକ୍ଷ କୋଲକାତା ଟେଷ୍ଟରେ ଶତକ ମାରିଥିଲେ। କିନ୍ତୁ ଏହା ମଧ୍ୟରେ ଚାରିମାସ ବିତିଯାଇଥିଲେ ହେଁ, କୋହଲିଙ୍କୁ ବ୍ୟାଟରୁ ଶତକ ବାହାରି ନାହିଁ। ଡିସେମ୍ବର ୨୪, ୨୦୦୯ରେ ଶ୍ରୀଲଙ୍କା ବିପକ୍ଷ ଦିନିକିଆରେ କୋହଲି ନିଜର ପ୍ରଥମ ଅନ୍ତର୍ଜାତୀୟ ଶତକ ଅର୍ଜନ କରିଥିଲେ। ସେହି ବର୍ଷ କୋହଲିଙ୍କୁ ଶତକ ମାରିବା ପାଇଁ ମାତ୍ର ୯ ଇନିଂସ୍ ଅପେକ୍ଷା କରିକାବୁ ପଡ଼ିଥିଲା। ଏହା ପରେ ୨୦୧୩ରେ ତାଙ୍କୁ ଶତକ ମାରିବା ପାଇଁ ମାତ୍ର ୮ ଇନିଂସ୍ ଅପେକ୍ଷା ପଡ଼ିବାକୁ ପଡ଼ିଥିଲା।

୨୦୨୦ରେ କୋହଲି ନିରାଶ: କୋହଲି ଗତ ୬ ବର୍ଷ ଧରି ଚମତ୍କାର ଫର୍ମରେ ଅଛନ୍ତି। ସେ ୨୦୧୪, ୨୦୧୫ ଓ ୨୦୧୭ରେ ବର୍ଷର ପ୍ରଥମ ଇନିଂସରେ ହିଁ ଶତକ ମାରିଥିବା ବେଳେ ୨୦୧୬, ୨୦୧୮ ଓ ୨୦୧୯ରେ ମାତ୍ର ତୃତୀୟ ଇନିଂସରେ ହିଁ ଶତକ ମାରିଥିଲେ। ୨୦୧୦ରୁ ୨୦୧୯ ମଧ୍ୟରେ କୋହଲି ୮ଥର ଜାନୁଆରୀ ମାସରେ ହିଁ ଶତକରୁ ଶୁଭାରମ୍ଭ କରିଥିଲେ। ତେବେ ଦୁଇଥର (୨୦୧୨ ଓ ୨୦୧୩) ରେ ତାଙ୍କୁ ଶତକ ମାରିବା ପାଇଁ ଫେବୃଆରୀ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଥିଲା। ତେବେ କୋହଲି ୨୦୧୬ରୁ ୨୦୧୯ ମଧ୍ୟରେ ୩୬ ଶତକ ମାରିଛନ୍ତି। ୨୦୧୭ ଓ ୨୦୧୮ରେ ସେ ୧୧ ଶତକ ମାରିଥିଲେ, କିନ୍ତୁ ୨୦୨୦ ଆରମ୍ଭରୁ ହିଁ ତାଙ୍କ ବ୍ୟାଟ୍ ଚୁପ୍ ରହିଛି। କୋହଲି ୨୦୨୦ରେ ଖେଳିଥିବା ୨ଟି ଟେଷ୍ଟରେ ମାତ୍ର ୩୮ ରନ୍ କରିବାକୁ ସକ୍ଷମ ହୋଇଛନ୍ତି, ଯେଉଁଥିରେ ତାଙ୍କର ସର୍ବୋଚ୍ଚ ସ୍କୋର ୧୯ ରନ୍ ରହିଛି। ସେ ଚଳିତ ବର୍ଷ ଏପର୍ଯ୍ୟନ୍ତ ଖେଳିଥିବା ୬ଟି ଦିନିକିଆ ମଧ୍ୟରୁ ତିନିଥର ୫୦ରୁ ଊର୍ଦ୍ଧ୍ୱ ରନ୍ କରିଛନ୍ତି। ତେବେ କୋହଲି ଏହି ଅର୍ଦ୍ଧଶତକକୁ ଥରେ ବି ଶତକରେ ପରିଣତ କରିପାରିନାହାନ୍ତି। କୋହଲି ଚଳିତ ବର୍ଷ ୬ଟି ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ୪୩ ହାରରେ ୨୫୮ ରନ୍ କରିଛନ୍ତି। ସେହିଭଳି ସେ ୭ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ୧୬୧ ରନ୍ କରିଛନ୍ତି, ଯେଉଁଥିରେ ତାଙ୍କର ସର୍ବୋଚ୍ଚ ସ୍କୋର ୪୫ ରନ୍ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story