ଟେଷ୍ଟରୁ ଅବସର ନେଲେ କୁଳଶେଖରା

କଲୋମ୍ବୋ: ଶ୍ରୀଲଙ୍କାର ଭେଟେରାନ୍‌ ବୋଲର ନୁଆନ୍‌ କୁଳଶେଖରା ବୁଧବାର ଟେଷ୍ଟ ଜୀବନରୁ ଅବସର ଘୋଷଣା କରିଛନ୍ତି। ସେ ଦିନକିଆ ଓ ଟି-୨୦ରେ ଆଉ କିଛି ଦିନ ଖେଳିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ୩୩ ବର୍ଷୀୟ କୁଳଶେଖରା ପ୍ରାୟ ୨ ବର୍ଷ ହେବ ଶ୍ରୀଲଙ୍କା ଟେଷ୍ଟ କ୍ରିକେଟରୁ ବାଦ୍‌ ପଡିଛନ୍ତି। ଟେଷ୍ଟରୁ ଅବସର ନେବା ପାଇଁ ଆଜି ସେ ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ଏକ ଚିଠି ଲେଖିଛନ୍ତି। ସେ କହିଛନ୍ତି,“ମୁଁ ଭାବୁଛି ଟେଷ୍ଟରୁ ଅବସର ନେବା ପରେ ଦିନିକିଆ […]

nuan-kulasekhar

Rakesh Mallick
  • Published: Wednesday, 01 June 2016
  • , Updated: 01 June 2016, 01:02 PM IST

କଲୋମ୍ବୋ: ଶ୍ରୀଲଙ୍କାର ଭେଟେରାନ୍‌ ବୋଲର ନୁଆନ୍‌ କୁଳଶେଖରା ବୁଧବାର ଟେଷ୍ଟ ଜୀବନରୁ ଅବସର ଘୋଷଣା କରିଛନ୍ତି। ସେ ଦିନକିଆ ଓ ଟି-୨୦ରେ ଆଉ କିଛି ଦିନ ଖେଳିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।

୩୩ ବର୍ଷୀୟ କୁଳଶେଖରା ପ୍ରାୟ ୨ ବର୍ଷ ହେବ ଶ୍ରୀଲଙ୍କା ଟେଷ୍ଟ କ୍ରିକେଟରୁ ବାଦ୍‌ ପଡିଛନ୍ତି। ଟେଷ୍ଟରୁ ଅବସର ନେବା ପାଇଁ ଆଜି ସେ ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ଏକ ଚିଠି ଲେଖିଛନ୍ତି।

ସେ କହିଛନ୍ତି,“ମୁଁ ଭାବୁଛି ଟେଷ୍ଟରୁ ଅବସର ନେବା ପରେ ଦିନିକିଆ ଓ ଟି-୨୦ ପାଇଁ ଭଲ ଭାବେ ପ୍ରସ୍ତୁତ ହୋଇପାରିବି। ଏହି ଦୁଇ ଫର୍ମାଟ୍‌ରେ ଭଲ ପ୍ରଦର୍ଶନ କରି ମୁଁ ନିଶ୍ଚିତ ଭାବେ ଶ୍ରୀଲଙ୍କା ମନୋନୟନକାରୀଙ୍କ ଦୃଷ୍ଟି ଆକର୍ଷଣ କରିପାରିବି।”

କୁଳଶେଖରା ୨୦୦୫ରେ ଜିମ୍ବାୱେ ବିପକ୍ଷରେ ନିଜ ଟେଷ୍ଟ ଜୀବନ ଆରମ୍ଭ କରିଥିଲେ। ସେ ମୋଟ ୨୧ଟି ଟେଷ୍ଟ ଖେଳି ୪୮ଟି ୱିକେଟ ଅକ୍ତିୟାର କରିଛନ୍ତି।

୨୦୦୯ରେ ସେ ପାକିସ୍ତାନ ବିପକ୍ଷରେ ୫୮ ରନ୍‌ ଦେଇ ୮ଟି ୱିକେଟ ନେଇଥିଲେ। ଏହା ତାଙ୍କ ଟେଷ୍ଟ ଜୀବନର ଶ୍ରେଷ୍ଠ ପ୍ରଦର୍ଶନ। ସେହିପରି ୨୦୦୬ରେ ଲଡ୍ସରେ ଇଂଲଣ୍ଡ ବିପକ୍ଷରେ ସେ ସର୍ବାଧିକ ୬୪ଟି ରନ୍‌ କରିଥିଲେ। ସେ ଦିନିକିଆ ଓ ଟି-୨୦ରେ ଶ୍ରୀଲଙ୍କା ପକ୍ଷରୁ ଖେଳିବାକୁ ସୁଯୋଗ ପାଉଥିଲେ ମଧ୍ୟ ୨୦୧୪ରୁ ଦଳ ପକ୍ଷରୁ ସେ କୌଣସି ଟେଷ୍ଟ ମ୍ୟାଚ୍‌ ଖେଳି ନାହାନ୍ତି।

୨୦୦୯ରେ ଦିନିକିଆ ମାନ୍ୟତାରେ ଏକ ନମ୍ବର ଥିବା କୁଳଶେଖରା ୧୭୩ ଦିନିକିଆ ଖେଳିଛନ୍ତି। ସେ ୫୦ଟି ଟି-୨୦ ଖେଳିଥିବା ବେଳେ ୨୦୧୬ ଟି-୨୦ ବିଶ୍ୱକପ୍‌ ପାଇଁ ଶ୍ରୀଲଙ୍କା ଦଳରେ ରହିଥିଲେ।

Related story