ରୋହିତ୍ ଶର୍ମା ଲା' ଲିଗାର ବ୍ରାଣ୍ଡ୍ ଆମ୍ବାସାଡର୍‌

ମୁମ୍ବାଇ: ସ୍ପାନିଶ୍ ଫୁଟବଲ୍ ଲିଗ୍ ଲା’ ଲିଗା କ୍ରିକେଟର୍ ରୋହିତ୍ ଶର୍ମାଙ୍କୁ ଭାରତରେ ତା’ର ପ୍ରଥମ ବ୍ରାଣ୍ଡ ଆମ୍ବାସାଡର୍ ଭାବେ ଘୋଷଣା କରିଛି। ଏ ନେଇ ଗୁରୁବାର ଲା’ ଲିଗା ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ରୋହିତ୍ ପ୍ରଥମ ଅଣଫୁଟବଲର ଭାବେ ଏହି ଲିଗର ବ୍ରାଣ୍ଡ ଆମ୍ବାସଡର୍ ହୋଇଛନ୍ତି ଏବଂ ଭାରତରେ ସେ ଲିଗର ଚର୍ଚ୍ଚିତ ଚେହେରା ହେବେ। କ୍ରିକେଟରେ ‘ହିଟମ୍ୟାନ୍‌’ ନାମରେ ପରିଚିତ ରୋହିତ୍ ସମ୍ମାନଜନକ ଲା ଲିଗାର ବ୍ରାଣ୍ଡ ଆମ୍ବାସାଡର୍ ହେବା ନେଇ ବହୁତ […]

rohit-sharma

Ranjit Kumar Jena
  • Published: Thursday, 12 December 2019
  • , Updated: 12 December 2019, 08:49 PM IST

ମୁମ୍ବାଇ: ସ୍ପାନିଶ୍ ଫୁଟବଲ୍ ଲିଗ୍ ଲା' ଲିଗା କ୍ରିକେଟର୍ ରୋହିତ୍ ଶର୍ମାଙ୍କୁ ଭାରତରେ ତା'ର ପ୍ରଥମ ବ୍ରାଣ୍ଡ ଆମ୍ବାସାଡର୍ ଭାବେ ଘୋଷଣା କରିଛି। ଏ ନେଇ ଗୁରୁବାର ଲା' ଲିଗା ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ରୋହିତ୍ ପ୍ରଥମ ଅଣଫୁଟବଲର ଭାବେ ଏହି ଲିଗର ବ୍ରାଣ୍ଡ ଆମ୍ବାସଡର୍ ହୋଇଛନ୍ତି ଏବଂ ଭାରତରେ ସେ ଲିଗର ଚର୍ଚ୍ଚିତ ଚେହେରା ହେବେ। କ୍ରିକେଟରେ 'ହିଟମ୍ୟାନ୍‌' ନାମରେ ପରିଚିତ ରୋହିତ୍ ସମ୍ମାନଜନକ ଲା ଲିଗାର ବ୍ରାଣ୍ଡ ଆମ୍ବାସାଡର୍ ହେବା ନେଇ ବହୁତ ଖୁସି ପ୍ରକାଶ କରିଛନ୍ତି।

ରୋହିତ୍ କହିଛନ୍ତି, ଯେତେବେଳେ ମୋତେ ଲିଗର ବ୍ରାଣ୍ଡ ଆମ୍ବାସାଡର୍ ହେବା ପାଇଁ କୁହାଗଲା, ମୋତେ ଲାଗିଲା ଯେପରି ମୁଁ ଆକାଶରେ ଉଡ଼ୁଛି। ପିଲାଦିନେ ମୁଁ ବହୁତ ଫୁଟବଲ ମ୍ୟାଚ୍ ଦେଖିଛି। ମୋର ଜଣେ ସମ୍ପର୍କୀୟ ଖୁବ୍ ଫୁଟବଲପ୍ରେମୀ। ସେ ପେସାଦାର ଫୁଟବଲ୍ ଖେଳିବାକୁ ଚାହୁଁଥିଲେ, କିନ୍ତୁ ସେତେବେଳେ ଆବଶ୍ୟକ ଭିତ୍ତିଭୂମି ଉପଲବ୍ଧ ନଥିଲା। କିନ୍ତୁ ଏବେ ସବୁ ସୁବିଧା ଉପଲବ୍ଧ ଅଛି। କୌଣସି ଖେଳକୁ ବିକଶିତ ହେବା ପାଇଁ ସମୟ ଲାଗେ। ଆମେ ୧୯୩୦ରେ କ୍ରିକେଟରେ କେଉଁଠି ଥିଲୁ ଏବଂ ଏବେ ଆମେ କେଉଁଠି ପହଞ୍ଚିଛୁ। କିନ୍ତୁ ମୋ ମତରେ ଫୁଟବଲକୁ ବିକଶିତ ହେବାରେ ସେତେଟା ସମୟ ଲାଗିବ ନାହିଁ।

ସେହିପରି ଲା ଲିଗାର ପରିଚାଳନା ନିର୍ଦ୍ଦେଶକ ଜୋସ୍ ଆଣ୍ଟୋନିଓ କାଚାଜା କହିଛନ୍ତି, ବିଶ୍ୱସ୍ତରୀୟ ଦୃଷ୍ଟିକୋଣରୁ ଲା' ଲିଗା ପାଇଁ ଭାରତ ମହତ୍ତ୍ୱପୂର୍ଣ୍ଣ ମାର୍କେଟ୍। ଫୁଟବଲରେ ଭାରତର ସ୍ଥିତି ଜାଣିବା ପାଇଁ ଆମେ ୨୦୧୭ରେ ଏଠାକୁ ଆସିଥିଲୁ। ଗୋଟିଏ କଥା ଜାଣିବାକୁ ପାଇଲୁ ଯେ ଫୁଟବଲ ପ୍ରତି ଭାରତରେ ମଧ୍ୟ ପାଗାଳାମୀ ରହିଛି। ରୋହିତ୍ ଶର୍ମା ଏହାର ବଡ଼ ଉଦାହରଣ। ସେ କ୍ରିକେଟରେ ବଡ଼ ଖେଳାଳି ହେବା ସତ୍ତ୍ୱେ ଫୁଟବଲ୍ ପ୍ରତି ଉତ୍ସାହ ଦେଖାନ୍ତି ଏବଂ ଲା' ଲିଗାର ମଧ୍ୟ ଜଣେ ବଡ଼ ପ୍ରଂଶସକ।

Related story