ଲାବୁଶେନ୍ ପ୍ରଥମ 'କନ୍‌କସ୍‌ଡ' ସବ୍‌ଷ୍ଟିଚ୍ୟୁଟ୍

ଲଣ୍ଡନ: ଅଷ୍ଟ୍ରେଲିଆ ଟପ୍ ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍ ଆହତ କାରଣରୁ ଦ୍ୱିତୀୟ ଆଶେସ୍ ଟେଷ୍ଟ ମ୍ୟାଚର ବାକି ସେସନରୁ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ମାର୍ନସ୍ ଲାବୁଶେନଙ୍କୁ ବଦଳ ଖେଳାଳି ଭାବେ ଟିମରେ ସାମିଲ୍ କରାଯାଇଛି। ଏଥିସହ ୧୪୨ ବର୍ଷର କ୍ରିକେଟ୍ ଇତିହାସରେ ପ୍ରଥମଥର ପାଇଁ କୌଣସି ଟେଷ୍ଟ ମ୍ୟାଚରେ ‘କନକସଡ୍ ପ୍ଲେୟର୍’ (ମୁଣ୍ଡରେ ଆଘାତ ପାଇଥିବା ଖେଳାଳି)କୁ ରିପ୍ଲେସ୍ କରାଯାଇଛି। ୱାର୍ଲ୍ଡ ଚାମ୍ପିୟନଶିପ୍ ପାଇଁ ଆଇସିସି ନିୟମରେ ପରିବର୍ତ୍ତନ କରିଥିଲା। ତେବେ ଏହି ନିୟମ ଆଶେସ୍ […]

marnus

marnus

Ranjit Kumar Jena
  • Published: Sunday, 18 August 2019
  • Updated: 18 August 2019, 10:27 PM IST

ଲଣ୍ଡନ: ଅଷ୍ଟ୍ରେଲିଆ ଟପ୍ ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍ ଆହତ କାରଣରୁ ଦ୍ୱିତୀୟ ଆଶେସ୍ ଟେଷ୍ଟ ମ୍ୟାଚର ବାକି ସେସନରୁ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ମାର୍ନସ୍ ଲାବୁଶେନଙ୍କୁ ବଦଳ ଖେଳାଳି ଭାବେ ଟିମରେ ସାମିଲ୍ କରାଯାଇଛି। ଏଥିସହ ୧୪୨ ବର୍ଷର କ୍ରିକେଟ୍ ଇତିହାସରେ ପ୍ରଥମଥର ପାଇଁ କୌଣସି ଟେଷ୍ଟ ମ୍ୟାଚରେ 'କନକସଡ୍ ପ୍ଲେୟର୍' (ମୁଣ୍ଡରେ ଆଘାତ ପାଇଥିବା ଖେଳାଳି)କୁ ରିପ୍ଲେସ୍ କରାଯାଇଛି।

ୱାର୍ଲ୍ଡ ଚାମ୍ପିୟନଶିପ୍ ପାଇଁ ଆଇସିସି ନିୟମରେ ପରିବର୍ତ୍ତନ କରିଥିଲା। ତେବେ ଏହି ନିୟମ ଆଶେସ୍ ସିରିଜରୁ ଲାଗୁ କରାଯାଇଛି। ଏହି ନିୟମ ଅନୁଯାୟୀ, ଯଦି ଜଣେ ଖେଳାଳିଙ୍କୁ ମ୍ୟାଚ୍ ସମୟରେ ମୁଣ୍ଡରେ ଗଭୀର ଆଘାତ ଲାଗେ, ତାହେଲେ ତାଙ୍କର ବଦଳ ଖେଳାଳିଙ୍କୁ ଟିମରେ ସାମିଲ୍ କରାଯିବ। ଏଥିପାଇଁ ମ୍ୟାଚ୍ ରେଫରୀଙ୍କ ସ୍ୱୀକୃତି ନେବାକୁ ପଡ଼ିଥାଏ।

ସୂଚନାଯୋଗ୍ୟ, ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ଚତୁର୍ଥ ଦିବସରେ ଜୋଫ୍ରା ଆର୍ଚରଙ୍କ ବାଉନ୍ସର ସ୍ମିଥଙ୍କ ମୁଣ୍ଡରେ ବାଜିଥିଲା। ଫଳରେ ସ୍ମିଥ ସେହିଠାରେ ହିଁ ତଳେ ପଡିଯାଇଥିଲେ। ଏହା ପରେ ସ୍ମିଥ୍ ଗ୍ରାଉଣ୍ଡ ବାହାରକୁ ଚାଲିଯାଇଥିଲେ। ତେବେ କିଛି ସମୟ ପରେ ସେ ପୁଣିଥରେ ବ୍ୟାଟିଂ କରିବାକୁ ଫେରିଥିଲେ ଏବଂ ୯୨ ରନର ଲଢ଼ୁଆ ଇନିଂସ୍ ଖେଳିଥିଲେ।

ଏ ନେଇ କ୍ରିକେଟ୍ ଅଷ୍ଟ୍ରେଲିଆ ପକ୍ଷରୁ କୁହାଯାଇଛି ଯେ, ସ୍ମିଥ୍ ଯେତେବେଳେ ସକାଳେ ଉଠିବାକୁ ପ୍ରୟାସ କରିଥିଲେ, ତାଙ୍କ ମୁଣ୍ଡ ବୁଲାଇଥିଲା। ଏହା ପରେ ତାଙ୍କ ମୁଣ୍ଡର ସ୍କାନ୍ କରାଯାଇଥିଲା, ଯେଉଁଥିରେ ତାଙ୍କ ଅବସ୍ଥା ଶନିବାର ତୁଳନାରେ ଅଧିକ ଖରାପ ଥିଲା ଜଣାପଡ଼ିଛି। ଏହା ପରେ ତାଙ୍କୁ ମ୍ୟାଚର ବାକି ସେସନରୁ ବାଦ୍ ଦିଆଯାଇଥିଲା। ମ୍ୟାଚ୍ ରେଫରୀ ମଧ୍ୟ ସ୍ମିଥଙ୍କ ବଦଳରେ ରିପ୍ଲେସମେଣ୍ଟ ପାଇଁ ମଞ୍ଜୁରୀ ଦେଇଥିଲେ। ଫଳରେ ସ୍ମିଥଙ୍କ ସ୍ଥାନରେ ଲାବୁଶେନଙ୍କୁ ସୁଯୋଗ ମିଳିଥିଲା। ଆହତ ଯୋଗୁ ସ୍ମିଥଙ୍କର ତୃତୀୟ ଟେଷ୍ଟରେ ଖେଳିବା ନେଇ ସନ୍ଦେହ ଦେଖା ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos