ବକ୍ସର ଲାଇଶ୍ରାମ୍‌ ଦେବେନ୍ଦ୍ରୋଙ୍କ ରିଓ ଅଲିମ୍ପିକ୍‌ ଆଶା ଧୂଳିସାତ

ବାକୁ: ଲାଇଟ୍‌ ଫ୍ଲାଇୱେଟ୍‌ର ୪୯ କେଜି ବର୍ଗରେ ଭାଗ ନେଇଥିବା ଭାରତର ବକ୍ସର ଲାଇଶ୍ରାମ୍‌ ଦେବେନ୍ଦ୍ରୋ ବିଶ୍ୱ ଯୋଗ୍ୟତା ଅର୍ଜନ ଚାମ୍ପିଅନ୍‌ସିପ୍‌ର ସେମିଫାଇନାଲରେ ପରାଜିତ ହେବା ପରେ ତାଙ୍କର ରିଓ ଅଲିମ୍ପିକ୍‌ ଆଶା ଧୂଳିସାତ୍‌ ହୋଇଯାଇଛି। ସେମିକୁ ଯିବା ପୂର୍ବରୁ ସେ ସ୍ପେନ୍‌ର ସି.ଏଚ୍‌ ସାମୁଏଲଙ୍କୁ ୨-୧ରେ ପରାଜିତ କରିଥିଲେ। ଆଶା ରଖିଥିଲେ ଫାଇନାଲକୁ ଯିବେ କିନ୍ତୁ ଆଜି ଫଳ ଓଲଟା ହୋଇଛି। ଦେବେନ୍ଦ୍ରୋ ତୃତୀୟ ଭାରତୀୟ ଭାବେ ଏହି ଟୁର୍ଣ୍ଣାମେଣ୍ଟରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। […]

laishram devendro

Rakesh Mallick
  • Published: Saturday, 25 June 2016
  • , Updated: 25 June 2016, 09:03 PM IST

ବାକୁ: ଲାଇଟ୍‌ ଫ୍ଲାଇୱେଟ୍‌ର ୪୯ କେଜି ବର୍ଗରେ ଭାଗ ନେଇଥିବା ଭାରତର ବକ୍ସର ଲାଇଶ୍ରାମ୍‌ ଦେବେନ୍ଦ୍ରୋ ବିଶ୍ୱ ଯୋଗ୍ୟତା ଅର୍ଜନ ଚାମ୍ପିଅନ୍‌ସିପ୍‌ର ସେମିଫାଇନାଲରେ ପରାଜିତ ହେବା ପରେ ତାଙ୍କର ରିଓ ଅଲିମ୍ପିକ୍‌ ଆଶା ଧୂଳିସାତ୍‌ ହୋଇଯାଇଛି।

ସେମିକୁ ଯିବା ପୂର୍ବରୁ ସେ ସ୍ପେନ୍‌ର ସି.ଏଚ୍‌ ସାମୁଏଲଙ୍କୁ ୨-୧ରେ ପରାଜିତ କରିଥିଲେ। ଆଶା ରଖିଥିଲେ ଫାଇନାଲକୁ ଯିବେ କିନ୍ତୁ ଆଜି ଫଳ ଓଲଟା ହୋଇଛି। ଦେବେନ୍ଦ୍ରୋ ତୃତୀୟ ଭାରତୀୟ ଭାବେ ଏହି ଟୁର୍ଣ୍ଣାମେଣ୍ଟରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ପୂର୍ବରୁ ୬୪ କେଜି ବର୍ଗରେ ଭାରତର ମନୋଜ କୁମାର ଓ ୭୫ କେଜି ବର୍ଗରେ ବିକାଶ କ୍ରୀଷ୍ଣନ୍‌ ଯାଦବ ବ୍ରୋଞ୍ଜ ପଦକ ପାଇଥିଲେ।

ସେହିପରି ୮୧ କେଜି ବର୍ଗ ଲାଇଟ୍‌ ହେଭିୱେଟ୍‌ ଇଭେଣ୍ଟରେ ସୁମିତ ସାଙ୍ଗାୱାନ୍‌ଙ୍କର ମଧ୍ୟ ରିଓ ଆଶା ଧୂଳିସାତ୍‌ ହୋଇଛି।

Related story