ବେଲଜିୟମ ଟୁର୍ ପାଇଁ ଭାରତୀୟ ହକି ଟିମରେ ଦୁଇ ଓଡ଼ିଆ

ନୂଆଦିଲ୍ଲୀ: ଚଳିତ ମାସ ବେଲଜିୟମ ଟୁର୍ ପାଇଁ ଭାରତୀୟ ପୁରୁଷ ହକି ଟିମର ଘୋଷଣା କରାଯାଇଛି। ଟିମର କ୍ୟାପଟେନ୍ ଭାବେ ମନପ୍ରୀତ ସିଂହ ରହିଥିବା ବେଳେ ଫରୱାର୍ଡ ଖେଳାଳି ଲଲିତ ଉପାଧ୍ୟାୟ ଓ ଡ୍ରାଗ-ଫ୍ଲିକର୍ ରୂପିନ୍ଦର ପାଲ୍ ସିଂହ ୨୦ଜଣିଆ ଜାତୀୟ ଦଳକୁ ପ୍ରତ୍ୟରବର୍ତ୍ତନ କରିଛନ୍ତି। ଏହି ଦଳରେ ଓଡ଼ିଶାର ଦୁଇଜଣ ଖେଳାଳିଙ୍କୁ ସାମିଲ୍ କରାଯାଇଛି। ସେମାନେ ହେଲେ ବୀରେନ୍ଦ୍ର ଲାକ୍ରା ଓ ଅମିତ୍ ରୋହିଦାସ। ସୂଚନାଯୋଗ୍ୟ, ଚଳିତ ମାସ ୨୬ରୁ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ […]

hockey

Ranjit Kumar Jena
  • Published: Friday, 20 September 2019
  • , Updated: 20 September 2019, 04:32 PM IST

ନୂଆଦିଲ୍ଲୀ: ଚଳିତ ମାସ ବେଲଜିୟମ ଟୁର୍ ପାଇଁ ଭାରତୀୟ ପୁରୁଷ ହକି ଟିମର ଘୋଷଣା କରାଯାଇଛି। ଟିମର କ୍ୟାପଟେନ୍ ଭାବେ ମନପ୍ରୀତ ସିଂହ ରହିଥିବା ବେଳେ ଫରୱାର୍ଡ ଖେଳାଳି ଲଲିତ ଉପାଧ୍ୟାୟ ଓ ଡ୍ରାଗ-ଫ୍ଲିକର୍ ରୂପିନ୍ଦର ପାଲ୍ ସିଂହ ୨୦ଜଣିଆ ଜାତୀୟ ଦଳକୁ ପ୍ରତ୍ୟରବର୍ତ୍ତନ କରିଛନ୍ତି। ଏହି ଦଳରେ ଓଡ଼ିଶାର ଦୁଇଜଣ ଖେଳାଳିଙ୍କୁ ସାମିଲ୍ କରାଯାଇଛି। ସେମାନେ ହେଲେ ବୀରେନ୍ଦ୍ର ଲାକ୍ରା ଓ ଅମିତ୍ ରୋହିଦାସ। ସୂଚନାଯୋଗ୍ୟ, ଚଳିତ ମାସ ୨୬ରୁ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ହେବାକୁଥିବା ଏହି ଟୁରରେ ଭାରତ ବେଲଜିୟମ ବିପକ୍ଷରେ ତିନୋଟି ଏବଂ ସ୍ପେନ୍ ବିପକ୍ଷରେ ଦୁଇଟି ମ୍ୟାଚ୍ ଖେଳିବ।

ଭାରତୀୟ ଦଳକୁ ଉପାଧ୍ୟାୟ ପ୍ରାୟ ୯ମାସ ପରେ ଫେରିଛନ୍ତି। ଶେଷଥର ପାଇଁ ଭୁବନେଶ୍ୱରରେ ଆୟୋଜିତ ପୁରୁଷ ବିଶ୍ୱକପରେ ଉପାଧ୍ୟାୟ ଭାରତୀୟ ଦଳ ପକ୍ଷରୁ ଖେଳିଥିଲେ। ରୂପିନ୍ଦର ଗତମାସରେ ଆୟୋଜିତ ଅଲିମ୍ପିକ୍ ଟେଷ୍ଟ ଇଭେଣ୍ଟରେ ସାମିଲ୍ ହୋଇନଥିଲେ। ଅଲିମ୍ପିକ୍ ଟେଷ୍ଟ ଇଭେଣ୍ଟରୁ ବିଶ୍ରାମ ନେଇଥିବା ଗୋଲକିପର ପିଆର ଶ୍ରୀଜେଶ ଟିମ୍ ସହ ଯୋଗ ଦେଇଛନ୍ତି। ତାଙ୍କ ସହ କ୍ରିଷ୍ଣା ପାଠକ ଦ୍ୱିତୀୟ ଗୋଲକିପର ରହିବେ।

ଟିମ୍ ଚୟନ ପରେ କୋଚ୍ ଗ୍ରାହାମ ରିଡ୍ କହିଛନ୍ତି, "ସ୍କ୍ୱାଡରେ ସ୍ଥାନ ପାଇଥିବା ସବୁ ଖେଳାଳି ପରସ୍ପର ସହ ଭଲଭାବେ ଅବଗତ ଅଛନ୍ତି ଏବଂ ଟିମ୍ ତା'ର ଭଲ ପ୍ରଦର୍ଶନ ଜାରି ରଖିବ ବୋଲି ଆଶାବାଦୀ ଅଛୁ। ଲଲିତଙ୍କ ପ୍ରତ୍ୟାବର୍ତ୍ତନ ଟିମକୁ ମଜଭୁତ୍ କରିବ ଏବଂ ଫରୱାର୍ଡରେ ସେ ନିର୍ଣ୍ଣାୟକ ଭୂମିକା ତୁଲାଇବେ। ସେହିପରି ରୂପିନ୍ଦରଙ୍କ ପ୍ରତ୍ୟାବର୍ତ୍ତନ ଟିମର ଡିଫେନ୍ସ ବିଭାଗକୁ ଦୃଢ଼ କରିବ। ପୁରୁଷ ସିରିଜ୍ ଫାଇନାଲ୍ସ ପରେ ରୂପିନ୍ଦର ନିଜ ପ୍ରଦର୍ଶନରେ ଅନେକ ସୁଧାର ଆଣିଛନ୍ତି।"

ରିଡ୍ କହିଛନ୍ତି, "ବେଲଜିୟମ ଏକ ମଜଭୁତ୍ ଟିମ୍ ଏବଂ ଯଦି ଆମେ ସେମାନଙ୍କ ବିପକ୍ଷରେ ଭଲ ପ୍ରଦର୍ଶନ କଲୁ, ତାହେଲେ ରୁଷ୍ ବିପକ୍ଷ ଅଲିମ୍ପିକ୍ କ୍ୱାଲିଫାୟର୍ ପୂର୍ବରୁ ଟିମର ଆତ୍ମବିଶ୍ୱାସ ନିଶ୍ଚୟ ବୃଦ୍ଧି ପାଇବ। ସ୍ପେନଠାରୁ ମଧ୍ୟ ଆମକୁ ଭଲ ଚ୍ୟାଲେଞ୍ଜ ମିଳିବ ବୋଲି ଆଶାବାଦୀ ଅଛୁ।"

ଭାରତୀୟ ସ୍କ୍ୱାଡ୍
ଗୋଲକିପର: ପିଆର ଶ୍ରୀଜେଶ୍, କ୍ରିଷ୍ଣନ ବି. ପାଠକ।
ଡିଫେଣ୍ଡର୍: ହରମନପ୍ରୀତ ସିଂହ (ଭାଇସ୍-କ୍ୟାପଟେନ୍), ସୁରେନ୍ଦ୍ର କୁମାର, ବୀରେନ୍ଦ୍ର ଲାକ୍ରା, ବରୁନ୍ କୁମାର, ଅମିତ୍ ରୋହିଦାସ, ଗୁରିନ୍ଦର ସିଂହ, ଖାଦାଙ୍ଗବାମ କୋଥାଜିତ୍ ସିଂହ, ରୂପିନ୍ଦର ପାଲ୍ ସିଂହ।
ମିଡଫିଲ୍ଡର୍: ମନପ୍ରୀତ ସିଂହ (କ୍ୟାପଟେନ୍), ହାର୍ଦ୍ଦିକ ସିଂହ, ବିବେକ ସାଗର ପ୍ରସାଦ, ନିଳକାନ୍ତ ଶର୍ମା।
ଫରୱାର୍ଡ: ମନଦୀପ ସିଂହ, ଏସଭି ସୁନୀଲ, ଲଲିତ କୁମାର ଉପାଧ୍ୟାୟ, ରମନଦୀପ ସିଂହ, ସିମରନଜିତ୍ ସିଂହ, ଆକାଶଦୀପ ସିଂହ।

Related story