ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ୍ ପାଇଁ ମାଲିଙ୍ଗା କ୍ୟାପଟେନ୍

କଲମ୍ବୋ: ସୁରକ୍ଷା କାରଣରୁ ପାକିସ୍ତାନ ଗସ୍ତ କରିନଥିବା ଶ୍ରୀଲଙ୍କାର ନିୟମିତ ଟି-୨୦ କ୍ୟାପଟେନ୍ ଲସିଥ୍ ମାଲିଙ୍ଗା ଆଗାମୀ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ପାଇଁ ୧୬ଜଣିଆ ଟିମକୁ ଫେରିଛନ୍ତି। ଏହି ଗସ୍ତ ପାଇଁ ମାଲିଙ୍ଗାଙ୍କୁ କ୍ୟାପଟେନ୍ କରାଯାଇଛି। ସେହିପରି ପାକିସ୍ତାନ ଗସ୍ତରୁ ଓହରିଥିବା କୁଶଲ ପରେରା ଓ ନିରୋଶାନ୍ ଡିକୱେଲାଙ୍କୁ ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ପାଇଁ ଜାତୀୟ ସ୍କ୍ୱାଡରେ ସାମିଲ୍ କରାଯାଇଛି।

ପାକିସ୍ତାନ ଗସ୍ତରେ ଶ୍ରୀଲଙ୍କା ଟି-୨୦ ଟିମର ନେତୃତ୍ୱ ନେଇଥିବା ଦାସୁନ ଶନକା ନିଜ ସ୍ଥାନ ବଜାୟ ରଖିଛନ୍ତି। ପାକିସ୍ତାନ ଗସ୍ତରେ ଶ୍ରୀଲଙ୍କା ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜକୁ କ୍ଲିନସୁଇପ୍ କରିଥିଲା। ଅଷ୍ଟ୍ରେଲିଆ ଗସ୍ତରେ ମଧ୍ୟ ଶ୍ରୀଲଙ୍କା ତିନୋଟି ଟି-୨୦ ମ୍ୟାଚ୍ ଖେଳିବ। ସିରିଜର ପ୍ରଥମ ମ୍ୟାଚ୍ ଆସନ୍ତା ୨୭ ତାରିଖରେ ଆଡିଲେଡ୍ ଓଭାଲରେ ଖେଳାଯିବାକୁଥିବା ବେଳେ ଅକ୍ଟୋବର ୩୦ ତାରିଖରେ ବ୍ରିସବେନରେ ଦ୍ୱିତୀୟ ମ୍ୟାଚ୍ ଏବଂ ନଭେମ୍ବର ୧ ତାରିଖରେ ମେଲବର୍ଣ୍ଣରେ ତୃତୀୟ ମ୍ୟାଚ୍ ଖେଳାଯିବ।

ଶ୍ରୀଲଙ୍କା ଟି-୨୦ ସ୍କ୍ୱାଡ୍: ଲସିଥ୍ ମାଲିଙ୍ଗା (କ୍ୟାପଟେନ୍), କୁଶଲ ପରେରା, କୁଶଲ ମେଣ୍ଡିସ୍, ଦନୁସ୍କା ଗୁଣତିଳକ, ଅଭିସ୍କା ଫର୍ଣ୍ଣାଣ୍ଡୋ, ନିରୋଶାନ୍ ଡିକୱେଲା, ଦାସୁନ୍ ଶନକା, ଶେହାନ୍ ଜୟସୁରିୟା, ଭାନୁକା ରାଜପାକସା, ଓଶାଡା ଫର୍ଣ୍ଣାଣ୍ଡୋ, ୱାନିନ୍ଦୁ ହସରଙ୍ଗା, ଲକସନ୍ ସାଣ୍ଡାକାନ୍, ନୁୱନ୍ ପ୍ରଦୀପ, ଲାହିରୁ କୁମାରା, ଇସୁରୁ ଉଦାନା, କାସୁନ୍ ରଜିତା।

ଆହୁରି ପଢ଼ନ୍ତୁ

ଫାଟିଲା ସିଲିଣ୍ଡର; ଆଖି ବୁଜିଲେ ତିନି, ୧୬ ଗୁରୁତର

ମଦ୍ରାସା ଆତଙ୍କବାଦୀଙ୍କ କାରଖାନା କହି ଅଡୁଆରେ ଶିବରାଜ ସିଂହଙ୍କ ମନ୍ତ୍ରୀ

ତେଜସ୍ୱୀ ଯାଦବଙ୍କ ଉପରକୁ କିଏ ଫିଙ୍ଗିଲା ଚପଲ?

‘କଂଗ୍ରେସ କମଲନାଥଙ୍କୁ ବହିଷ୍କାର କରିବା ଦରକାର’

କେନ୍ଦ୍ରର କୃଷି ଆଇନକୁ କାଉଣ୍ଟର ପାଇଁ ବିଲ୍‌ ପାସ, ଏମଏସପି ନିୟମ ଭାଙ୍ଗିଲେ ଜେଲ

ବିହାର ନିର୍ବାଚନ ପୂର୍ବରୁ ଜନମତ ସର୍ଭେ: ନୀତୀଶ କୁମାରଙ୍କ ତୁଳନାରେ ମୋଦି ଅଧିକ ଲୋକ ପ୍ରିୟ

ଟିଆରପି ସ୍କାମ: ୟୁପିର ଏଫଆଇଆର ଆଧାରରେ ସିବିଆଇ ରୁଜୁ କଲା ମାମଲା

ପୁଲୱାମାରେ ଗଡ଼ିଲା ୨ ଆତଙ୍କୀଙ୍କ ମୁଣ୍ଡ

ଭାରତୀୟ ସୀମାରୁ ଧରା ପଡ଼ିଲା ପାକିସ୍ତାନୀ ଅନୁପ୍ରବେଶକାରୀ

ରାହୁଲ ଗାନ୍ଧିଙ୍କ ଅସନ୍ତୋଷ ସତ୍ତ୍ୱେ ‘ଆଇଟମ୍‌’ ବୟାନ ପାଇଁ କ୍ଷମା ମାଗିବାକୁ ମନାକଲେ କମଲନାଥ

ଲଦାଖରୁ ଧରା ପଡ଼ିଥିବା ଚାଇନିଜ୍‌ ଯବାନଙ୍କୁ ଏବେ ଛାଡ଼ିବନି ଭାରତ

ଚୀନକୁ ରପ୍ତାନୀ ଯୋଗୁଁ ଦେଶରେ ଲୁହା ପଥରର ଅଭାବ, ଷ୍ଟିଲ ଶିଳ୍ପ ପ୍ରଭାବିତ