ଜାତୀୟ ଚୟନକର୍ତ୍ତା ପାଇଁ ଆବେଦନ କଲେ ଶିବରାମକ୍ରିଷ୍ଣନ୍‌

ନୂଆଦିଲ୍ଲୀ: ଭାରତର ପୂର୍ବତନ ଲେଗ୍ ସ୍ପିନର ଲକ୍ଷ୍ମଣ ଶିବରାମକ୍ରିଷ୍ଣନ୍ ଜାତୀୟ କ୍ରିକେଟ୍ ଚୟନକର୍ତ୍ତା ପ୍ୟାନେଲ୍ ପାଇଁ ଆବେଦନ କରିଛନ୍ତି। ତାଙ୍କ ସମେତ ପୂର୍ବତନ ଅଫ୍ ସ୍ପିନର୍ ରାଜେଶ ଚୌହାନ୍ ଏବଂ ବାମହାତୀ ବ୍ୟାଟ୍ସମ୍ୟାନ୍ ଅମୟ ଖୁରାସିୟା ମଧ୍ୟ ଏହି ପଦବୀ ପାଇଁ ଆବେଦନ କରିଛନ୍ତି। ବିସିସିଆଇ ଜାତୀୟ ଚୟନକର୍ତ୍ତା ଆବେଦନର ଶେଷ ତାରିଖ ଜାନୁଆରୀ ୨୪ ରହିଛି। ବେନସନ୍ ଓ ହେଜେସ୍ ୱାର୍ଲ୍ଡ ଚାମ୍ପିୟନଶିପ୍ ଅଫ୍ କ୍ରିକେଟରେ ଭାରତକୁ ଟାଇଟଲ୍ ଜିତାଇବାରେ ପ୍ରମୁଖ ଭୂମିକା ବହନ କରିଥିବା […]

laxman

Ranjit Kumar Jena
  • Published: Thursday, 23 January 2020
  • , Updated: 23 January 2020, 06:34 PM IST

ନୂଆଦିଲ୍ଲୀ: ଭାରତର ପୂର୍ବତନ ଲେଗ୍ ସ୍ପିନର ଲକ୍ଷ୍ମଣ ଶିବରାମକ୍ରିଷ୍ଣନ୍ ଜାତୀୟ କ୍ରିକେଟ୍ ଚୟନକର୍ତ୍ତା ପ୍ୟାନେଲ୍ ପାଇଁ ଆବେଦନ କରିଛନ୍ତି। ତାଙ୍କ ସମେତ ପୂର୍ବତନ ଅଫ୍ ସ୍ପିନର୍ ରାଜେଶ ଚୌହାନ୍ ଏବଂ ବାମହାତୀ ବ୍ୟାଟ୍ସମ୍ୟାନ୍ ଅମୟ ଖୁରାସିୟା ମଧ୍ୟ ଏହି ପଦବୀ ପାଇଁ ଆବେଦନ କରିଛନ୍ତି। ବିସିସିଆଇ ଜାତୀୟ ଚୟନକର୍ତ୍ତା ଆବେଦନର ଶେଷ ତାରିଖ ଜାନୁଆରୀ ୨୪ ରହିଛି।

ବେନସନ୍ ଓ ହେଜେସ୍ ୱାର୍ଲ୍ଡ ଚାମ୍ପିୟନଶିପ୍ ଅଫ୍ କ୍ରିକେଟରେ ଭାରତକୁ ଟାଇଟଲ୍ ଜିତାଇବାରେ ପ୍ରମୁଖ ଭୂମିକା ବହନ କରିଥିବା ଶିବରାମକ୍ରିଷ୍ଣନ୍ ଗତ ୨୦ ବର୍ଷ ଧରି ଭାଷ୍ୟକାର ଭାବେ ନିଜକୁ ସାରା ବିଶ୍ୱରେ ପରିଚିତ କରାଇଛନ୍ତି। ଏହାଛଡ଼ା ସେ ଜାତୀୟ କ୍ରିକେଟ୍ ଏକାଡେମୀ (ଏନସିଏ)ରେ ସ୍ପିନ୍ ବୋଲିଂ କୋଚ୍ ରହିଥିବା ବେଳେ ଆଇସିସି କ୍ରିକେଟ୍ କମିଟିର ସଦସ୍ୟ ମଧ୍ୟ ରହିଆସିଛନ୍ତି।

ଭାରତୀୟ ଜୁନିୟର କ୍ରିକେଟ୍ ଟିମର ପୂର୍ବତନ ଚୟନକମିଟି ଅଧ୍ୟକ୍ଷ ଭେଙ୍କଟେଶ ପ୍ରସାଦ ଓ ପୂର୍ବତନ ଭାରତୀୟ ବ୍ୟାଟିଂ କୋଚ୍ ସଞ୍ଜୟ ବାଙ୍ଗର ମଧ୍ୟ ଚୟନକର୍ତ୍ତା ପାଇଁ ଆବେଦନ କରିଛନ୍ତି। ୫୪ ବର୍ଷୀୟ ଶିବରାମକ୍ରିଷ୍ଣନ୍ ଭାରତ ପକ୍ଷରୁ ୯ ଟେଷ୍ଟ ଏବଂ ୧୬ ଦିନିକିଆ ଖେଳିଥିବା ବେଳେ ବାଙ୍ଗର ୧୨ ଟେଷ୍ଟ ଏବଂ ୧୫ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି। ଅନ୍ୟପକ୍ଷରେ ପ୍ରସାଦ ଭାରତ ପକ୍ଷରୁ ୩୩ ଟେଷ୍ଟ ଏବଂ ୧୬୧ ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ଅନୀଲ କୁମ୍ବଲେଙ୍କ ସହ ଏକାଠି ଖେଳିଥିବା ରାଜେଶ ଚୌହାନ୍ ୨୧ ଟେଷ୍ଟ ଏବଂ ୩୫ ଦିନିକିଆରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି।

ବିସିସିଆଇର ପୂର୍ବତନ ଚୟନକର୍ତ୍ତା ଅଧ୍ୟକ୍ଷ ଏମଏସକେ ପ୍ରସାଦ (ସାଉଥ୍ ଜୋନ୍‌) ଏବଂ ଗଗନ ଖୋଡା (ସେଣ୍ଟ୍ରାଲ୍ ଜୋନ୍‌)ଙ୍କ କାର୍ଯ୍ୟକାଳ ଶେଷ ହୋଇଯାଇଛି। ତେବେ ତାଙ୍କ ପ୍ୟାନେଲରେ ଥିବା ଶରନଦୀପ ସିଂହ (ନର୍ଥ ଜୋନ୍‌), ଯନୀତ ପରାଞ୍ଜପେ (ୱେଷ୍ଟ ଜୋନ) ଏବଂ ଦେବାଙ୍ଗ ଗାନ୍ଧି (ଇଷ୍ଟ ଜୋନ୍‌)ଙ୍କ କାର୍ଯ୍ୟକାଳ ଆଉ ବର୍ଷେ ବାକି ରହିଛି। ଏହି ତିନିଜଣିଆ ସଦସ୍ୟ ନୂଆ ବିସିସିଆଇ ଚୟନକମିଟି ଅଧ୍ୟକ୍ଷଙ୍କ ସହ ବର୍ଷକ ପାଇଁ ରହିବେ।

Related story