ଫାଇନାଲରେ ହାରି ଅଭିଯାନ ଶେଷ କଲେ ଲିଆଣ୍ଡର ପେସ୍‌

ବେଙ୍ଗାଲୁରୁ: ଘରୋଇ ମାଟିରେ ଶେଷ ଏଟିପି ଟୁର ମ୍ୟାଚ୍‌ ଖେଳୁଥିବା ଭେଟରାନ ଟେନିସ ତାରକା ଲିଆଣ୍ଡର ପେସ୍‌ଙ୍କ ଅଭିଯାନ ପରାଜୟ ସହ ଶେଷ ହୋଇଛି। ବେଙ୍ଗାଲୁରୁ ଓପନ ଫାଇନାଲରେ ପେସ ଓ ତାଙ୍କ ଅଷ୍ଟ୍ରେଲୀୟ ଯୋଡ଼ି ମାଥ୍ୟୁ ଇବଡେନ୍‌ ପରାସ୍ତ ହୋଇଛନ୍ତି। ଏମାନଙ୍କୁ ଭାରତର ପୂର୍ବ ରାଜା ଓ ରାମକୁମାର ରାମନାଥନ ପରାସ୍ତ କରିଛନ୍ତି। ପ୍ରଫେସନାଲ ଟେନିସରୁ ପେସ ଚଳିତ ବର୍ଷ ଅବସର ନେବେ। ଏଥିପାଇଁ ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ସେ ଲାଷ୍ଟ ରୋର ବା ଶେଷ ଗର୍ଜନ […]

l

Hemant Lenka
  • Published: Saturday, 15 February 2020
  • , Updated: 15 February 2020, 09:13 PM IST

ବେଙ୍ଗାଲୁରୁ: ଘରୋଇ ମାଟିରେ ଶେଷ ଏଟିପି ଟୁର ମ୍ୟାଚ୍‌ ଖେଳୁଥିବା ଭେଟରାନ ଟେନିସ ତାରକା ଲିଆଣ୍ଡର ପେସ୍‌ଙ୍କ ଅଭିଯାନ ପରାଜୟ ସହ ଶେଷ ହୋଇଛି। ବେଙ୍ଗାଲୁରୁ ଓପନ ଫାଇନାଲରେ ପେସ ଓ ତାଙ୍କ ଅଷ୍ଟ୍ରେଲୀୟ ଯୋଡ଼ି ମାଥ୍ୟୁ ଇବଡେନ୍‌ ପରାସ୍ତ ହୋଇଛନ୍ତି।

ଏମାନଙ୍କୁ ଭାରତର ପୂର୍ବ ରାଜା ଓ ରାମକୁମାର ରାମନାଥନ ପରାସ୍ତ କରିଛନ୍ତି। ପ୍ରଫେସନାଲ ଟେନିସରୁ ପେସ ଚଳିତ ବର୍ଷ ଅବସର ନେବେ। ଏଥିପାଇଁ ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ସେ ଲାଷ୍ଟ ରୋର ବା ଶେଷ ଗର୍ଜନ ନାରା ଦେଇଥିଲେ। ହେଲେ ଆଜି ଫାଇନାଲରେ ରାଜା ଓ ରାମନାଥନ ୦-୬ ଓ ୩-୬ରେ ପରାସ୍ତ କରିଦେଇଛନ୍ତି।

୪୬ ବର୍ଷୀୟ ପେସ୍‌ ଓ ମାଥ୍ୟୁ ତୃତୀୟ ସିଡ୍‌ ସ୍ୱେଡନର ଆଣ୍ଡ୍ରେ ଗୋରାନସନ ଓ ଇଣ୍ଡୋନେସିଆର ଖ୍ରୀଷ୍ଟପର ରୁଙ୍ଗକଟଙ୍କୁ ୭-୫, ୦-୬ ଓ ୧୦-୭ରେ ପରାସ୍ତ କରି ଫାଇନାଲ ଟିକେଟ ହାସଲ କରିଥିଲେ। ହେଲେ ପେସ୍‌ଙ୍କ ଟ୍ରଫି ଜିତିବାର ସ୍ୱପ୍ନ ଅଧା ରହିଯାଇଛି।

Related story