ଅଷ୍ଟ୍ରେଲିଆନ୍ ଓପନ୍‌: ଭେଟେରାନ୍ ଲିଆଣ୍ଡର୍ ପେସଙ୍କ ଅଭିଯାନ ଶେଷ

ମେଲବର୍ଣ୍ଣ: ନିଜର ଶେଷ ଅଷ୍ଟ୍ରେଲିଆନ୍ ଓପନ୍ ଖେଳୁଥିବା ଭାରତର ଭେଟେରାନ୍ ଟେନିସ୍ ଷ୍ଟାର୍ ଲିଆଣ୍ଡର୍ ପେସଙ୍କ ଅଭିଯାନ ଶେଷ ହୋଇଛି। ମିକ୍ସଡ୍ ଡବଲ୍ସରେ ଲାଟଭିଆର ଜେଲେନା ଓସ୍ତାପେଙ୍କୋଙ୍କୁ ସାଥୀ କରି ଖେଳୁଥିବା ୪୬ ବର୍ଷୀୟ ପେସ୍ ଦ୍ୱିତୀୟ ରାଉଣ୍ଡରେ ବ୍ରିଟେନ୍ ଏବଂ ଆମେରିକୀୟ ଯୋଡ଼ି ଜେମି ମରେ ଏବଂ ବେଥାନି ମ୍ୟାଟେକ୍‌-ସାଣ୍ଡସଙ୍କ ନିକଟରୁ ୨-୬, ୫-୭ ସେଟରେ ପରାସ୍ତ ହୋଇଛନ୍ତି। ନିକଟରେ ପେସ୍ ଘୋଷଣା କରିଥିଲେ ଯେ ୨୦୨୦ ତାଙ୍କ ଟେନିସ୍ କ୍ୟାରିୟରର ଶେଷ ବର୍ଷ ହେବ। […]

paes

Ranjit Kumar Jena
  • Published: Tuesday, 28 January 2020
  • , Updated: 28 January 2020, 06:32 PM IST

ମେଲବର୍ଣ୍ଣ: ନିଜର ଶେଷ ଅଷ୍ଟ୍ରେଲିଆନ୍ ଓପନ୍ ଖେଳୁଥିବା ଭାରତର ଭେଟେରାନ୍ ଟେନିସ୍ ଷ୍ଟାର୍ ଲିଆଣ୍ଡର୍ ପେସଙ୍କ ଅଭିଯାନ ଶେଷ ହୋଇଛି। ମିକ୍ସଡ୍ ଡବଲ୍ସରେ ଲାଟଭିଆର ଜେଲେନା ଓସ୍ତାପେଙ୍କୋଙ୍କୁ ସାଥୀ କରି ଖେଳୁଥିବା ୪୬ ବର୍ଷୀୟ ପେସ୍ ଦ୍ୱିତୀୟ ରାଉଣ୍ଡରେ ବ୍ରିଟେନ୍ ଏବଂ ଆମେରିକୀୟ ଯୋଡ଼ି ଜେମି ମରେ ଏବଂ ବେଥାନି ମ୍ୟାଟେକ୍‌-ସାଣ୍ଡସଙ୍କ ନିକଟରୁ ୨-୬, ୫-୭ ସେଟରେ ପରାସ୍ତ ହୋଇଛନ୍ତି।

ନିକଟରେ ପେସ୍ ଘୋଷଣା କରିଥିଲେ ଯେ ୨୦୨୦ ତାଙ୍କ ଟେନିସ୍ କ୍ୟାରିୟରର ଶେଷ ବର୍ଷ ହେବ। ଏହା ପରେ ସେ ଟେନିସକୁ ଅଲବିଦା କହିଦେବେ। ପେସଙ୍କ ବିଦାୟ ପରେ ଏବେ ରୋହନ୍ ବୋପନ୍ନା ଏକମାତ୍ର ଭାରତୀୟ ଭାବେ ଚଳିତ ଓପନରେ ରହିଛନ୍ତି।

ମିକ୍ସଡ୍ ଡବଲ୍ସରେ ୟୁକ୍ରେନର ନାଦିଆ କିଚେନୋକଙ୍କୁ ସାଥୀ କର ଖେଳୁଥିବା ୩୯ ବର୍ଷୀୟ ବୋପନ୍ନା କ୍ୱାର୍ଟରଫାଇନାଲରେ ପଞ୍ଚମ ସିଡ୍ ନିକୋଲା ମେକଟିକ୍ ଏବଂ ବାର୍ବୋରା କ୍ରେଜସିକୋଭାଙ୍କୁ ଭେଟିବେ।

Related story