ସାଇ ସେଣ୍ଟରରେ ଏମିତି ଟାଇମପାସ୍ କରୁଛନ୍ତି ଭାରତୀୟ ହକି ଟିମର ଖେଳାଳି

ନୂଆଦିଲ୍ଲୀ: କରୋନା ଯୋଗୁ ହକି ମଇଦାନ ଖାଁ ଖାଁ। କିନ୍ତୁ ଭାରତୀୟ ହକି ଟିମ୍ ବେଙ୍ଗାଲୁରୁସ୍ଥିତ ସାଇ ସେଣ୍ଟରରେ ତା’ର ଅଲିମ୍ପିକ୍ସ ପ୍ରସ୍ତୁତି ଚଳାଇଛି। କୋଭିଡ୍‌-୧୯ ମହାମାରୀ କାରଣରୁ ଭାରତୀୟ ହକି ଟିମ୍ ସେଣ୍ଟର ପରିସରର ବାହାରକୁ ଯାଇପାରୁନାହିଁ। ଏଭଳି ସ୍ଥିତିରେ ସେମାନେ ଅଭ୍ୟାସ ସେସନ୍ ଛଡ଼ା ବାକି ସମୟ ଇଂରାଜୀ ଭାଷା ଶିଖିବା, ବହି ପଢ଼ିବା ଏବଂ ନିଜ ନିଜର ପସନ୍ଦର ବଲିଉଡ୍ ଫିଲ୍ମ ଦେଖିବାରେ ବିତାଉଛନ୍ତି। ଟୋକିଓ ଅଲିମ୍ପିକ୍ସ ସ୍ଥଗିତ ହେବାର ସମ୍ଭାବନା ବଢ଼ିଯାଇଛି […]

hockey

hockey

Ranjit Kumar Jena
  • Published: Tuesday, 24 March 2020
  • Updated: 24 March 2020, 04:53 PM IST

Sports

Latest News

ନୂଆଦିଲ୍ଲୀ: କରୋନା ଯୋଗୁ ହକି ମଇଦାନ ଖାଁ ଖାଁ। କିନ୍ତୁ ଭାରତୀୟ ହକି ଟିମ୍ ବେଙ୍ଗାଲୁରୁସ୍ଥିତ ସାଇ ସେଣ୍ଟରରେ ତା'ର ଅଲିମ୍ପିକ୍ସ ପ୍ରସ୍ତୁତି ଚଳାଇଛି। କୋଭିଡ୍‌-୧୯ ମହାମାରୀ କାରଣରୁ ଭାରତୀୟ ହକି ଟିମ୍ ସେଣ୍ଟର ପରିସରର ବାହାରକୁ ଯାଇପାରୁନାହିଁ। ଏଭଳି ସ୍ଥିତିରେ ସେମାନେ ଅଭ୍ୟାସ ସେସନ୍ ଛଡ଼ା ବାକି ସମୟ ଇଂରାଜୀ ଭାଷା ଶିଖିବା, ବହି ପଢ଼ିବା ଏବଂ ନିଜ ନିଜର ପସନ୍ଦର ବଲିଉଡ୍ ଫିଲ୍ମ ଦେଖିବାରେ ବିତାଉଛନ୍ତି। ଟୋକିଓ ଅଲିମ୍ପିକ୍ସ ସ୍ଥଗିତ ହେବାର ସମ୍ଭାବନା ବଢ଼ିଯାଇଛି ଏବଂ ଏହା ମଧ୍ୟରେ ଭାରତୀୟ ପୁରୁଷ ଓ ମହିଳା ଟିମ୍ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଅଭ୍ୟସ ଜାରି ରଖିଛନ୍ତି।

ପୂର୍ବରୁ ଉଭୟ ମହିଳା ଓ ପୁରୁଷ ଟିମର ଖେଳାଳିମାନଙ୍କୁ ବ୍ରେକ୍ ମିଳିବା ନେଇ ଯୋଜନା ହୋଇଥିଲା, କିନ୍ତୁ ପରେ ବେଙ୍ଗାଲୁରୁସ୍ଥିତ ସାଇ ସେଣ୍ଟରରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଖେଳାଳିମାନେ ପରିସର ବାହାରକୁ ଯାଇପାରିବେ ନାହିଁ ଏବଂ କୌଣସି ଅନଅଫିସିଆଲ୍ ବ୍ୟକ୍ତି ପରିସର ଭିତରକୁ ଆସିପାରିବେ ନାହିଁ। ଏଭଳି ସ୍ଥିତିରେ କଠିନ ଅଭ୍ୟାସ ମଧ୍ୟରେ ମନୋରଞ୍ଜନ ପାଇଁ ସବୁ ବନ୍ଦୋବସ୍ଥ କରାଯାଇଛି।

ପୁରୁଷ ଟିମର ସିନିୟର ସଦସ୍ୟ ତଥା ଗୋଲକିପର ପିଆର୍ ଶ୍ରୀଜେଶ୍ ବହି ପଢ଼ି ସମୟ ବିତାଉଛନ୍ତି। ସେ କହିଛନ୍ତି, ଦେଖିବାକୁ ଗଲେ ଆମର ଅଭ୍ୟାସ ରୁଟିନ୍ ବ୍ୟସ୍ତବହୁଳ ରହିଛି, କିନ୍ତୁ ରବିବାର ଓ ବୁଧବାର ସନ୍ଧ୍ୟାରେ କୌଣସି କାମ ନଥାଏ। ଏହି ସମୟରେ ଆମେ ଫିଟନେସ୍ ଓ ରିକଭରୀ ଉପରେ ବିଶେଷ ଧ୍ୟାନ ଦେଉ। ମୁଁ ଡା ଭିନ୍ସି କୋଡ୍‌, ହେଲେନ୍ କେଲରଙ୍କ ଆତ୍ମଜୀବନୀ ପଢ଼ିଛି ଏବଂ ଆଉ କିଛି ଭଲ ପୁସ୍ତକ ଅଧ୍ୟୟନ କରିବାକୁ ଚାହୁଁଛି। କେରଳରେ ରହୁଥିବା ଶ୍ରୀଜେଶ୍ ଆହୁରି କହିଛନ୍ତି, ଏଭଳି ପରିସ୍ଥିତିରେ ଖେଳାଳିମାନେ ନିଜ ନିଜର ଘର କଥା ଚିନ୍ତା କରୁଛନ୍ତି ଏବଂ ସମସ୍ତେ ଭିଡିଓ କନଫରେନ୍ସ ଜରିଆରେ ନିଜ ଘର ଲୋକଙ୍କ ସହ କଥା ହେଉଛନ୍ତି। ମୋ ବାପାଙ୍କର ବୟସ ୬୦ରୁ ଊର୍ଦ୍ଧ୍ୱ ହେଲାଣି ଏବଂ ମୋ ପିଲା ୭ବର୍ଷରୁ କମ୍। ମୁଁ ମଧ୍ୟ ସେମାନଙ୍କୁ ଘରୁ ନବାହାରିବା ପାଇଁ ତାଗିଦ୍ କରିଛି। ବର୍ତ୍ତମାନର କଠିନ ସମୟରେ ସମସ୍ତେ ଯେତେ ସମୟ ଘରେ ବିତାଇବେ, ତାହା ସମସ୍ତଙ୍କ ପାଇଁ ଭଲ ହେବ।

ସେହିପରି ଜଳନ୍ଧରରେ ରହୁଥିବା ଭାରତର ଷ୍ଟାର୍ ଫରୱାର୍ଡ ମନଦୀପ ସିଂହ ନିଜ ଇଂରାଜୀ ଭାଷା ସୁଧାରିବାରେ ଲାଗିଛନ୍ତି। ମନଦୀପ କହିଛନ୍ତି, ମୋ ଛଡ଼ା ସବୁ ଖେଳାଳି ନିଜ ନିଜର ଇଂରାଜୀରେ ସୁଧାର ଆଣିବାକୁ ଜୋର୍ ଦେଉଛନ୍ତି ଏବଂ ଏହା ଦ୍ୱାରା ଆମକୁ ହୋମୱାର୍କ ମଧ୍ୟ ମିଳୁଛି। କ୍ରିସ୍ ସିରିଏଲୋ (ଭାରତୀୟ ଟିମର ବିଶ୍ଳେଷଣାତ୍ମକ କୋଚ୍‌)ଙ୍କ ପତ୍ନୀ ସପ୍ତାହରେ ଥରେ ଖେଳାଳିମାନଙ୍କ ଇଂରାଜୀ କ୍ଲାସ୍ ନିଅନ୍ତି। ଆମେ ବହି ପଢ଼ି ଆସାଇନମେଣ୍ଟ କରୁଛୁ ଏବଂ ଏଥିରେ ଆମକୁ ମଜା ମଧ୍ୟ ଲାଗୁଛି। ବିଶେଷକରି ମୁଁ ଅଲିମ୍ପିକ୍ସ ସମ୍ବନ୍ଧିତ ପୁସ୍ତକ ପଢ଼ୁଛି।

ଭାରତୀୟ ମହିଳା ଟିମର ଅଭିଜ୍ଞ ଗୋଲକିପର ସବିତାଙ୍କ ମା' ତାଙ୍କୁ ହରିୟାଣାର ସିରସାରୁ ଭିଡିଓ କଲ୍ ଦ୍ୱାରା ନିୟମିତ କରୋନା ଭାଇରସ ସଂକ୍ରମଣର ଘରୋଇ ଉପଚାର ସମ୍ବନ୍ଧରେ ଟିପ୍ସ ଦେଉଛନ୍ତି। ସବିତାଙ୍କ କହିବା ଅନୁଯାୟୀ, ସାଇ ସେଣ୍ଟରରେ ଆମେ ସୁରକ୍ଷିତ ଅଛୁ ବୋଲି ଆମ ପରିବାର ନିଶ୍ଚିନ୍ତରେ ଅଛନ୍ତି। ଏଠାକାର କ୍ୟାମ୍ପସ୍ ସମ୍ପୂର୍ଣ୍ଣ ସଫା ଓ ସୁତୁରା ଅଛି। ଆମେ କେହିବି ବାହାରକୁ ଯାଉ ନାହୁଁ ଏବଂ ପରସ୍ପର ସହ ତାଳମେଳ ଉତ୍ତମ କରିବା ପାଇଁ ଆମେ ବଣ୍ଡିଂ ଉପରେ ମଧ୍ୟ କାମ କରୁଛୁ। ଆମେ ନିୟମିତ ଭାବେ ରୁମମେଟ୍ ବଦଳାଇ ପରସ୍ପର ସଳ ତାଳମେଳକୁ ଅଧିକ ଉନ୍ନତ କରୁଛୁ।

ଭାରତୀୟ ମହିଳା ହକି ଟିମ୍ ମାର୍ଚ୍ଚ ୨୨ ତାରିଖରେ ଜନତା କର୍ଫ୍ୟୁ ଦିନ ସନ୍ଧ୍ୟା ୫ଟା ବେଳେ ପରିସର ଭିତରେ ହିଁ ତାଳି ବଜାଇ କରୋନା ଭାଇରସ୍ ବିରୋଧରେ ଲଢ଼ୁଥିବା ଲୋକଙ୍କୁ ଧନ୍ୟବାଦ ଜଣାଇଥିଲେ। ଏ ନେଇ ସବିତା କହିଛନ୍ତି, ବାସ୍ତବରେ ଏହା ଏକ ଅଦ୍ଭୁତ ଅନୁଭୂତି ଥିଲା। ଆମେ ବାହାରକୁ ବାହାରୁ ନାହୁଁ ଏବଂ ଯିବାକୁ ମଧ୍ୟ ଚାହୁଁନୁ, କାରଣ ଆମେ ଜାଣିଛୁ ଯେ ପରିସ୍ଥିତି କେତେ କଠିନ। ବର୍ତ୍ତମାନ ସମୟରେ ଜନସାଧାରଣଙ୍କୁ ସଚେତନ କରାଇବାର ଅଭିଯାନରେ ପ୍ରତିଟି ବ୍ୟକ୍ତି ସାମିଲ୍ ହେବା ଦରକାର।

ସେହିପରି ନବନୀତ୍ କୌର୍ କହିଛନ୍ତି, ଆମେ ସରକାରଙ୍କ ଗାଇଡଲାଇନ୍ ପାଳନ କରୁଛୁ ଏବଂ ଖେଳାଳିଙ୍କଠାରୁ ଦୂରତ୍ୱ ବଜାୟ ରଖୁଛୁ। ଏଠାରେ ସବୁ ସ୍ଥାନରେ ସାନିଟାଇଜର୍ ରଖାଯାଇଛି। ଏପରିକି ଜିମରେ ମଧ୍ୟ ସାନିଟାଇଜରର ବ୍ୟବସ୍ଥା କରାଯାଇଛି। ସାଧାରଣତଃ ଫାଙ୍କା ସମୟରେ ଆମେ ବାହାରକୁ ଶପିଙ୍ଗ୍ କିମ୍ବା ଫିଲ୍ମ ଦେଖିବାକୁ ଯାଉ, କିନ୍ତୁ ଏବେ ଏହି ସମୟଗୁଡ଼ିକରେ ଆମେ ମିଟିଙ୍ଗ୍ ରୁମରେ ନିଜ ନିଜ ପସନ୍ଦର ଫିଲ୍ମ ଦେଖୁଛୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story