୧୫୦ତମ ମ୍ୟାଚ୍ ଖେଳିଲେ ଲିଲିମା ମିଞ୍ଜ

ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଟିମ୍ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଓଡ଼ିଶାର ଲିଲିମା ମିଞ୍ଜ୍ କ୍ୟାରିୟରର ୧୫୦ତମ ମ୍ୟାଚ୍ ଖେଳିଛନ୍ତି। ବୁଧବାର ଅଲିମ୍ପିକ୍ ଟେଷ୍ଟ ଇଭେଣ୍ଟର ଫାଇନାଲରେ ହିଁ ଲିଲିମା ଏହି ମାଇଲଖୁଣ୍ଟ ଛୁଇଁଛନ୍ତି। ଏଥିପାଇଁ ତାଙ୍କୁ ହକି ଇଣ୍ଡିଆ ପକ୍ଷରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି। ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରୁ ଆସିଥିବା ୨୫ ବର୍ଷୀୟା ଲିଲିମା ୨୦୧୧ରେ ଆର୍ଜେଣ୍ଟିନାରେ ଆୟୋଜିତ ଚତୁଃରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟ ଖେଳି ଅନ୍ତର୍ଜାତୀୟ ସ୍ତରରେ ପଦାର୍ପଣ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିବା […]

lilima

lilima

Ranjit Kumar Jena
  • Published: Wednesday, 21 August 2019
  • Updated: 21 August 2019, 07:06 PM IST

ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଟିମ୍ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଓଡ଼ିଶାର ଲିଲିମା ମିଞ୍ଜ୍ କ୍ୟାରିୟରର ୧୫୦ତମ ମ୍ୟାଚ୍ ଖେଳିଛନ୍ତି। ବୁଧବାର ଅଲିମ୍ପିକ୍ ଟେଷ୍ଟ ଇଭେଣ୍ଟର ଫାଇନାଲରେ ହିଁ ଲିଲିମା ଏହି ମାଇଲଖୁଣ୍ଟ ଛୁଇଁଛନ୍ତି। ଏଥିପାଇଁ ତାଙ୍କୁ ହକି ଇଣ୍ଡିଆ ପକ୍ଷରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି।

ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରୁ ଆସିଥିବା ୨୫ ବର୍ଷୀୟା ଲିଲିମା ୨୦୧୧ରେ ଆର୍ଜେଣ୍ଟିନାରେ ଆୟୋଜିତ ଚତୁଃରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟ ଖେଳି ଅନ୍ତର୍ଜାତୀୟ ସ୍ତରରେ ପଦାର୍ପଣ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିବା ପରେ ତାଙ୍କୁ ଜାତୀୟ ଶିବିର ପାଇଁ ଡାକରା ମିଳିଥିଲା। ଏହା ପରେ ଡିସେମ୍ବର, ୨୦୧୨ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ୍ ପରଠାରୁ ସେ ଭାରତୀୟ ମହିଳା ଟିମର ନିୟମିତ ସଦସ୍ୟ ହୋଇଥିଲେ।

୨୦୧୩ ମହିଳା ହକି ୱାର୍ଲ୍ଡ ଲିଗ୍ ସେମିଫାଇନାଲରେ ସେ ଭାରତୀୟ ଦଳର ସଦସ୍ୟ ଥିଲେ। ଏହାଛଡ଼ା ୨୦୧୪ରେ ମ୍ୟାଲେସିୟା ବିପକ୍ଷ ହକି ଟେଷ୍ଟ ସିରିଜରେ ମଧ୍ୟ ସେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ସ୍ଥିର ପ୍ରଦର୍ଶନ ଯୋଗୁ ତାଙ୍କୁ ୨୦୧୪ରେ ଗ୍ଲାସଗୋରେ ଆୟୋଜିତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଏବଂ ସେହି ବର୍ଷ ଇଞ୍ଚିଅନରେ ଆୟୋଜିତ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ଦଳର ସଦସ୍ୟ ଥିଲେ।

ଲିଲିମା ମଧ୍ୟ ୨୦୧୬ ରିଓ ଅଲିମ୍ପିକ୍ କ୍ରୀଡ଼ାରେ ମଧ୍ୟ ଭାଗ ନେଇଥିଲେ, ଯେଉଁଥିରେ ଭାରତୀୟ ମହିଳା ହକି ଟିମ୍ ୩୬ ବର୍ଷ ପରେ ଅଲିମ୍ପିକକୁ କ୍ୱାଲିଫାଏ କରିଥିଲେ। ଲିଲିମା ୨୦୧୭ରେ ଅନୁଷ୍ଠିତ ନବମ ମହିଳା ଏସିଆ କପ୍ ବିଜେତା ଟିମର ସଦସ୍ୟ ରହିଥିଲେ। ସେହିପରି ୨୦୧୮ରେ ଗୋଲ୍ଡ କୋଷ୍ଟରେ ଆୟୋଜିତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଏବଂ ଏସିଆନ୍ ଚାମ୍ପିୟନ୍ସ ଟ୍ରଫିରେ ରୌପ୍ୟ ପଦକ ବିଜେତା ଭାରତୀୟ ଦଳରେ ଥିଲେ। ଏହାଛଡ଼ା ୨୦୧୮ରେ ଏଫଆଇଏଚ୍ ମହିଳା ବିଶ୍ୱକପ୍ ଏବଂ ୨୦୧୮ ଏସିଆନ୍ ଗେମ୍ସରେ ରୌପ୍ୟ ପଦକ ବିଜେତା ଭାରତୀୟ ଦଳର ସଦସ୍ୟ ଥିଲେ।

ନିଜର ୧୫୦ତମ ମ୍ୟାଚ୍ ଖେଳିବା ନେଇ ଲିଲିମା କହିଛନ୍ତି, "ଦେଶ ପାଇଁ ୧୫୦ତମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବା ନିଶ୍ଚୟ ସମ୍ମାନର କଥା। ରାଉରକେଲାର ପାନପୋଷ କ୍ରୀଡ଼ା ଛାତ୍ରାବାସରୁ ହିଁ ମୋ କ୍ୟାରିୟର୍ ଆରମ୍ଭ ହୋଇଥିଲା ଏବଂ ଓଡ଼ିଶା କୋଚଙ୍କ ପାଇଁ ଆଜି ମୁଁ ଏହି ସ୍ଥାନରେ ପହଞ୍ଚିପାରିଛି।"

ସେହିପରି ହକି ଇଣ୍ଡିଆ ସଭାପତି ମହମ୍ମଦ ମୁସ୍ତାକ୍ ଅହମ୍ମଦ କହିଛନ୍ତି, "ହକି ଇଣ୍ଡିଆ ପକ୍ଷରୁ ମୁଁ ଲିଲିମାଙ୍କୁ ଅଭିନନ୍ଦନ ଜଣାଉଛି। ଲିଲିମା ଜଣେ ଷ୍ଟାର୍ ଖେଳାଳି ଏବଂ ଦୀର୍ଘ ୮ବର୍ଷ ଧରି ଭାରତୀୟ ହକିର ସେବା କରିଆସିଛନ୍ତି। ତାଙ୍କର ଆଗାମୀ ଭବିଷ୍ୟତ ନେଇ ମୁଁ କାମନା କରୁଛି।"

ଏହାବ୍ୟତୀତ ପାନପୋଷ ସ୍ପୋର୍ଟସ୍ ଆସୋସିଏସନ୍ ଓ ପାନପୋଷ କ୍ରୀଡ଼ା ଛାତ୍ରାବାସ ସମେତ କୋଚ୍ ଅମୂଲ୍ୟ ବିହାରୀ, ମିଲଟନ୍ ବିଲୁଙ୍ଗ୍, ଫ୍ଲୋରେନ୍ସିଆ ଏକ୍କା, କେଶବ ସ୍ୱାଇଁ, ରେଶମା ଲାକ୍ରା ଲିଲିମାଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story