ଅନ୍ତର୍ଜାତୀୟ ଫୁଟ୍‌ବଲରୁ ମେସୀଙ୍କ ଅବସର

ଲଣ୍ଡନ: କୋପା ଆମେରିକା ଫାଇନାଲରେ ଚଲିଠାରୁ ଆର୍ଜେଣ୍ଟିନା ପରାସ୍ତ ହେବା ପରେ ଆନ୍ତର୍ଜାତିକ ଫୁଟ୍‌ବଲରୁ ଅବସର ଘୋଷଣା କରିଛନ୍ତି ଲିଓନେଲ୍‌ ମେସୀ। ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ କେହି କାହାକୁ ଗୋଲ ଦେଇ ନ ପାରିବାରୁ ସୁଟ୍‌ ଆଉଟ୍‌ର ସାହାଯ୍ୟ ନିଆଯାଇଥିଲା। ଏଥିରେ ଚିଲି ୪-୨ ଗୋଲରେ ଆର୍ଜେଣ୍ଟିନାକୁ ପରାସ୍ତ କରିଥିଲା। ସୁଟ୍‌ ଆଉଟ୍‌ରେ ଗୋଲ ଦେବାରେ ବିଫଳ ହୋଇଥିଲେ ମେସୀ। ଏଥିରେ ମ୍ରିୟମ୍ରାଣ ହୋଇ ସେ ଅବସର ନେବାକୁ ଘୋଷଣା କରିଥିଲେ। ବିଶ୍ୱ ଫୁଟ୍‌ବଲର ଚମକଦାର ତାରକା […]

messi

Rakesh Mallick
  • Published: Monday, 27 June 2016
  • , Updated: 27 June 2016, 12:22 PM IST

ଲଣ୍ଡନ: କୋପା ଆମେରିକା ଫାଇନାଲରେ ଚଲିଠାରୁ ଆର୍ଜେଣ୍ଟିନା ପରାସ୍ତ ହେବା ପରେ ଆନ୍ତର୍ଜାତିକ ଫୁଟ୍‌ବଲରୁ ଅବସର ଘୋଷଣା କରିଛନ୍ତି ଲିଓନେଲ୍‌ ମେସୀ। ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ କେହି କାହାକୁ ଗୋଲ ଦେଇ ନ ପାରିବାରୁ ସୁଟ୍‌ ଆଉଟ୍‌ର ସାହାଯ୍ୟ ନିଆଯାଇଥିଲା। ଏଥିରେ ଚିଲି ୪-୨ ଗୋଲରେ ଆର୍ଜେଣ୍ଟିନାକୁ ପରାସ୍ତ କରିଥିଲା। ସୁଟ୍‌ ଆଉଟ୍‌ରେ ଗୋଲ ଦେବାରେ ବିଫଳ ହୋଇଥିଲେ ମେସୀ। ଏଥିରେ ମ୍ରିୟମ୍ରାଣ ହୋଇ ସେ ଅବସର ନେବାକୁ ଘୋଷଣା କରିଥିଲେ।

ବିଶ୍ୱ ଫୁଟ୍‌ବଲର ଚମକଦାର ତାରକା ଲିଓନେଲ୍‌ ମେସୀଙ୍କ ନାମ ସର୍ବକାଳୀନ ମହାନ ଫୁଟ୍‌ବଲର ତାଲିକାରେ ଶୀର୍ଷରେ ଆସେ। ଆର୍ଜେଣ୍ଟିନାର ଏହି ମହାନ ଫୁଟ୍‌ବଲର ଜଣକ ପ୍ରଥମେ ବାର୍ସିଲୋନା ଏକାଡେମୀରେ ଥିଲେ। ବାର୍ସିଲୋନା ତାଙ୍କୁ ସର୍ବକାଳୀନ ଷ୍ଟାର ପ୍ଲେୟାରର ମାନ୍ୟତା ପାଇଥିଲା ବେଳେ ଆର୍ଜେଣ୍ଟିନା ପକ୍ଷରୁ ସର୍ବାଧିକ ୫୫ଟି ଗୋଲ ଦେଇଛନ୍ତି।

ବିଶ୍ୱକପ୍‌ର ଫାଇନାଲରେ ପରାଜିତ ହେବା ଓ କୋପା ଆମେରିକାଠାରୁ ଦୁଇ ଥର ଫାଇନାଲରେ ହାରିବା ମେସିଙ୍କୁ ମର୍ମାହିତ କରିଛି।

ତେବେ ଆର୍ଜେଣ୍ଟିନା ସମେତ ବିଶ୍ୱର ବହୁ ସମର୍ଥକ ନିଷ୍ପତ୍ତିର ପୁନର୍ବିଚାର ପାଇଁ ମେସିଙ୍କୁ ଅନୁରୋଧ କରିଛନ୍ତି।

Related story