ଟସ୍‌ ଜିତିଲା ନ୍ୟୁଜିଲାଣ୍ଡ : ବ୍ୟାଟିଂ କଲା ବିରାଟ ବାହିନୀ

ଦୁବାଇ:  ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଚାଲିଥିବା ଟି-20 ବିଶ୍ୱକପ 2021ରେ ଆଜି ଭାରତ ପାଇଁ କର ବା ମର ସ୍ଥିତି ଥିଲା ବେଳେ ନ୍ୟୁଜିଲାଣ୍ଡ ଟସ୍‌ ଜିତି ଫିଲଡିଂ ପାଇଁ ନିଷ୍ପତ୍ତି ନେଇଛି। ବିରାଟବାହିନୀଙ୍କ ନେତୃତ୍ୱରେ ଆଜି ଟିମ୍‌ ଇଣ୍ଡିଆ ବ୍ୟାଟିଂ ପାଇଁ ମଇଦାନକୁ ଓହ୍ଲାଇବ। ଧୂଆଁଧାର ବ୍ୟାଟସ୍‌ମ୍ୟାନ୍‌  କେଏଲ ରାହୁଲ  ଓ ଇଶାନ୍‌ କିଶନ୍‌ ଓପନିଂ କରିବାକୁ ଯାଉଥିବା ବେଳେ ଦମଦାର ପ୍ରଦର୍ଶନ ନେଇ ଆଶା କରାଯାଉଛି।   ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ବିଜୟୀ ହୋଇ ଟିମ […]

iop

iop

Tapas Behera
  • Published: Sunday, 31 October 2021
  • Updated: 31 October 2021, 10:19 PM IST

Sports

Latest News

ଦୁବାଇ:  ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଚାଲିଥିବା ଟି-20 ବିଶ୍ୱକପ 2021ରେ ଆଜି ଭାରତ ପାଇଁ କର ବା ମର ସ୍ଥିତି ଥିଲା ବେଳେ ନ୍ୟୁଜିଲାଣ୍ଡ ଟସ୍‌ ଜିତି ଫିଲଡିଂ ପାଇଁ ନିଷ୍ପତ୍ତି ନେଇଛି। ବିରାଟବାହିନୀଙ୍କ ନେତୃତ୍ୱରେ ଆଜି ଟିମ୍‌ ଇଣ୍ଡିଆ ବ୍ୟାଟିଂ ପାଇଁ ମଇଦାନକୁ ଓହ୍ଲାଇବ। ଧୂଆଁଧାର ବ୍ୟାଟସ୍‌ମ୍ୟାନ୍‌  କେଏଲ ରାହୁଲ  ଓ ଇଶାନ୍‌ କିଶନ୍‌ ଓପନିଂ କରିବାକୁ ଯାଉଥିବା ବେଳେ ଦମଦାର ପ୍ରଦର୍ଶନ ନେଇ ଆଶା କରାଯାଉଛି।  

ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ବିଜୟୀ ହୋଇ ଟିମ ଇଣ୍ଡିଆ ତାର ସ୍ଥିତି ଜାହିର କରିବାକୁ ଆଶା ରଖିଛି। ପୂର୍ବରୁ ପାକିସ୍ତାନ ବିରୋଧରେ ଭାରତର ଶୋଚନୀୟ ପରାଜୟ କ୍ରିକେଟପ୍ରେମୀଙ୍କୁ ମର୍ମାହତ କରିଥିଲା।

 ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡ ମଧ୍ୟ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ପାକିସ୍ତାନକୁ ଠାରୁ ପରାଜିତ ହୋଇଥିଲା । ତଥାପି ଆଜି  ଭାରତ ବିରୋଧରେ ଜୋରଦାର ଲଢ଼େଇ କରିପାରେ ନ୍ୟୁଜିଲାଣ୍ଡ। କେନ୍‌ ୱିଲିୟମସନ୍‌ ନେତୃତ୍ୱରେ ନ୍ୟୁଜିଲାଣ୍ଡ ଆଜି ଭାରତକୁ କଡ଼ା ଟକ୍କର ଦେଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos