କରୋନା ଭାଇରସରେ ଆକ୍ରାନ୍ତ ହେଲେ ଲିଭରପୁଲର କିମ୍ବଦନ୍ତୀ ଖେଳାଳି

ଲଣ୍ଡନ: ମହାମାରର କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି ଲିଭରପୁଲର କିମ୍ବଦନ୍ତୀ ଫୁଟବଲର କେନି ଡାଲଗ୍ଲିଶ। କରୋନା ଟେଷ୍ଟରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲେ ହେଁ ତାଙ୍କ ଶରୀରରେ ଫ୍ଲୁର କୌଣସି ଲକ୍ଷଣ ଏଯାଏ ଦେଖାଯାଇ ନାହିଁ ବୋଲି ତାଙ୍କ ପରିବାର ବର୍ଗଙ୍କ ପକ୍ଷରୁ କୁହାଯାଇଛି। ୬୯ ବର୍ଷୀୟ ଡାଲଗ୍ଲିଶ ହେଉଛନ୍ତି ସ୍କଟଲ୍ୟାଣ୍ଡର ପୂର୍ବତନ ଅନ୍ତର୍ଜାତୀୟ ଷ୍ଟ୍ରାଇକର। କ୍ଲେଟିକ ଠାରେ ସେ ପ୍ରଥମେ ନିଜର ଫୁଟବଲ କ୍ୟାରିୟର ଆରମ୍ଭ କରିଥିଲେ। ସେ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କୁ […]

d

d

Hemant Lenka
  • Published: Saturday, 11 April 2020
  • Updated: 11 April 2020, 03:22 PM IST

Sports

Latest News

ଲଣ୍ଡନ: ମହାମାରର କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି ଲିଭରପୁଲର କିମ୍ବଦନ୍ତୀ ଫୁଟବଲର କେନି ଡାଲଗ୍ଲିଶ। କରୋନା ଟେଷ୍ଟରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲେ ହେଁ ତାଙ୍କ ଶରୀରରେ ଫ୍ଲୁର କୌଣସି ଲକ୍ଷଣ ଏଯାଏ ଦେଖାଯାଇ ନାହିଁ ବୋଲି ତାଙ୍କ ପରିବାର ବର୍ଗଙ୍କ ପକ୍ଷରୁ କୁହାଯାଇଛି।

୬୯ ବର୍ଷୀୟ ଡାଲଗ୍ଲିଶ ହେଉଛନ୍ତି ସ୍କଟଲ୍ୟାଣ୍ଡର ପୂର୍ବତନ ଅନ୍ତର୍ଜାତୀୟ ଷ୍ଟ୍ରାଇକର। କ୍ଲେଟିକ ଠାରେ ସେ ପ୍ରଥମେ ନିଜର ଫୁଟବଲ କ୍ୟାରିୟର ଆରମ୍ଭ କରିଥିଲେ। ସେ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ତାଙ୍କ ପରିବାରବର୍ଗଙ୍କ ପକ୍ଷରୁ କୁହାଯାଇଛି ଯେ ଡାଲଗ୍ଲିଶଙ୍କ କୌଣସି ଫ୍ଲୁ ଲକ୍ଷଣ ଦେଖାଯାଇ ନଥିଲା। ତଥାପି ଆମେ ତାଙ୍କର କୋଭିଡ-୧୯ ପରୀକ୍ଷା କରିଥିଲୁ। ଏହି ପରୀକ୍ଷାରେ ତାଙ୍କ ରିପୋର୍ଟ ପିଜିଟିଭ ଆସିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରିପୋର୍ଟ ପିଜିଟିଭ ଆସିଥିଲେ ହେଁ ଏଯାଏ ଫ୍ଲୁ ଲକ୍ଷଣ ଦେଖାଯାଇନାହିଁ। ତଥାପି ସେ ହସ୍ପିଟାଲର ଆଇସୋଲେସନରେ ରହିଛନ୍ତି।

ସ୍କଟଲ୍ୟାଣ୍ଡ ପକ୍ଷରୁ ଖେଳୁଥିବା ଡାଲଗ୍ଲିଶ ୧୯୭୭ରେ ଲିଭରପୁଲ ସହ ଚୁକ୍ତି କରିଥିଲେ। ଲିଭରପୁଲ ପାଇଁ ସେ ୫୧୫ଟି ମ୍ୟାଚ୍‌ ଖେଳି ୧୭୨ଟି ଗୋଲ ସ୍କୋର କରିଛନ୍ତି। ଡାଲଗ୍ଲିଶ ତାଙ୍କ ଫୁଟବଲ କ୍ୟାରିୟର ମଧ୍ୟରେ ୮ଟି ଇଂଲିଶ ଲିଗ ଟାଇଟଲ, ୩ଟି ଏଫଏ କପ ଓ ୩ଟି ୟୁରୋପିଆନ କପ ଜିତିଛନ୍ତି। ସ୍କଟଲ୍ୟାଣ୍ଡ ପାଇଁ ସେ ୧୦୦ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos