ଏଏଫ୍‌ସି ଏସିଆନ୍‌ କପ୍‌ ଯୋଗ୍ୟତା ଅର୍ଜନ ମ୍ୟାଚ୍‌: ଆସନ୍ତାକାଲି ଭାରତ ଛାଡିବ ଦଳ

ବେଙ୍ଗାଲୁରୁ: ଜୁନ୍‌ ୨ରେ ଲାଓସ୍‌ ବିପକ୍ଷରେ ହେବ ୨୦୧୯ ଏଏଫ୍‌ସି ଏସିଆନ୍‌ କପ୍‌ ଯୋଗ୍ୟତା ଅର୍ଜନ ମ୍ୟାଚ୍‌। ଏଥିପାଇଁ ନୂଆଦିଲ୍ଲୀରୁ ଲାଓସ୍‌ ଅଭିମୁଖେ ଆସନ୍ତାକାଲି ସକାଳୁ ଗସ୍ତ କରିବ ଭାରତୀୟ ଫୁଟ୍‌ବଲ ଦଳ। ଜୁନ୍‌ ୨ରେ ଲାଓସ୍‌ ବିପକ୍ଷରେ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଥିବା ବେଳେ ଭାରତ ପାଇଁ ଆଘାତ ସମସ୍ୟା ମୁଣ୍ଡବିନ୍ଧାର କାରଣ ପାଲଟିଛି। ଗୌହାଟୀରେ ଅନୁଷ୍ଠିତ ପ୍ରଶିକ୍ଷଣ ଶିବିରରେ ମିଡ୍‌ଫିଲ୍ଡର ଭିନିତ ରାୟଙ୍କ ପାଦର ଗଳାଗଣ୍ଠିରେ ଆଘାତ କାରଣରୁ ଦଳ ଚିନ୍ତାରେ ପଡିଛି। ତାଙ୍କ ନେତୃତ୍ୱରେ […]

football

Rakesh Mallick
  • Published: Monday, 30 May 2016
  • , Updated: 30 May 2016, 11:50 AM IST

ବେଙ୍ଗାଲୁରୁ: ଜୁନ୍‌ ୨ରେ ଲାଓସ୍‌ ବିପକ୍ଷରେ ହେବ ୨୦୧୯ ଏଏଫ୍‌ସି ଏସିଆନ୍‌ କପ୍‌ ଯୋଗ୍ୟତା ଅର୍ଜନ ମ୍ୟାଚ୍‌। ଏଥିପାଇଁ ନୂଆଦିଲ୍ଲୀରୁ ଲାଓସ୍‌ ଅଭିମୁଖେ ଆସନ୍ତାକାଲି ସକାଳୁ ଗସ୍ତ କରିବ ଭାରତୀୟ ଫୁଟ୍‌ବଲ ଦଳ।

ଜୁନ୍‌ ୨ରେ ଲାଓସ୍‌ ବିପକ୍ଷରେ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଥିବା ବେଳେ ଭାରତ ପାଇଁ ଆଘାତ ସମସ୍ୟା ମୁଣ୍ଡବିନ୍ଧାର କାରଣ ପାଲଟିଛି। ଗୌହାଟୀରେ ଅନୁଷ୍ଠିତ ପ୍ରଶିକ୍ଷଣ ଶିବିରରେ ମିଡ୍‌ଫିଲ୍ଡର ଭିନିତ ରାୟଙ୍କ ପାଦର ଗଳାଗଣ୍ଠିରେ ଆଘାତ କାରଣରୁ ଦଳ ଚିନ୍ତାରେ ପଡିଛି। ତାଙ୍କ ନେତୃତ୍ୱରେ ଦଳ ଆସନ୍ତକାଲି ଲାଓସ୍‌ ଗସ୍ତ କରିବା ନେଇ ଆଶଙ୍କା ଦେଖାଦେଇଛି। ଦଳରେ ଆଘାତ ନେଇ ଜାତୀୟ କୋଚ୍‌ ଷ୍ଟିଫେନ୍‌ କନଷ୍ଟାନ୍‌ଣ୍ଟିନ୍‌ ଚିନ୍ତା ପ୍ରକଟ କରିଛନ୍ତି।

ଦଳରେ ଗୋଲକିପର ଭାବେ ସୁବାର୍ତ୍ତା ପାଲ୍‌, ଗୁରୁପ୍ରୀତ ସିଂହ ସାନ୍ଧୁ ଓ  ଅମ୍ରିନ୍ଦର ସିଂହ ସ୍ଥାନ ପାଇଛନ୍ତି।

ସେହିପରି ଡିଫେଣ୍ଡର ଭାବେ ରିନୋ ଆନ୍‌ଣ୍ଟୋ, କିଗାନ୍‌ ପେରେଇରା, ପ୍ରିତମ୍‌ କୋଟାଲ୍‌, ଅର୍ଣ୍ଣବ ମଣ୍ଡଳ, ସନ୍ଦେଶ ଝିଙ୍ଗାଣ, ସି. ସିଂହ, ଏଫ୍‌.କାରଡୋଜୋ ଓ ନାରାୟଣ ଦାସ ସ୍ଥାନ ପାଇଛନ୍ତି।

ମିଡ୍‌ଫିଲ୍ଡର ଭାବେ ଉଡନ୍ତା ସିଂହ, ହାଲିଚରଣ ନାରଜେରି, ସୈତ୍ୟାସେନ୍‌ ସିଂହ, ଏମ୍‌ଡି ରଫିକ୍‌, ଇ.ଲାଇଂଢୋ, ଜାକିଚାନ୍ଦ ସିଂହ ଓ ଆଲ୍‌ୱିନ୍‌ ଜର୍ଜ ସ୍ଥାନ ପାଇଛନ୍ତି।

ଫରୱାର୍ଡ ଭାବେ ସୁମୀତ ପାଶି, ଜେଜେ ଲାଲପେଖଲୁଆ ଓ ସୁନୀଲ ଛେତ୍ରୀ ଦଳରେ ରହିଛନ୍ତି।

ଦଳ ସେଠାରୁ ଜୁନ୍‌ ୭ରେ ସ୍ୱଦେଶକୁ ଫେରିବ।

Related story