ଧୋନିଙ୍କୁ ରନ୍ ଆଉଟ୍ କରିବା ନେଇ ଏମିତି କହିଲେ ଗପ୍ଟିଲ୍

ଲଣ୍ଡନ: ଆଇସିସି ବିଶ୍ୱକପ୍ ସେମିଫାଇନାଲରେ ମ୍ୟାଚ ଟିମ୍ ଇଣ୍ଡିଆ ୧୮ ରନରେ ନ୍ୟୁଜିଲ୍ୟାଣ୍ଡ୍ ନିକଟରୁ ହାରିଯାଇଥିଲା। ତେବେ ଭାରତର ପରାଜୟର ଟର୍ଣ୍ଣିଂ ଥିଲା ମହେନ୍ଦ୍ର ସିଂହ ଧୋନିଙ୍କ ରନଆଉଟ୍। ଧୋନିଙ୍କ ରନ୍ ଆଉଟ୍ ହେବା ପରେ ଟିମ୍ ଇଣ୍ଡିଆର ବିଜୟ ଆଶା ଧୂଳିସାତ୍ ହୋଇଯାଇଥିଲା। ଧୋନିଙ୍କୁ ରନ୍ ଆଉଟ୍ କରିଥିବା ନ୍ୟୁଜିଲ୍ୟାଣ୍ଡର ଓପନିଂ ବ୍ୟାଟ୍ସମ୍ୟାନ୍ ମାର୍ଟିନ୍ ଗପ୍ଟିଲ୍ ଏହି ମାମଲାରେ ମୁହଁ ଖୋଲିଛନ୍ତି। ଗପ୍ଟିଲ୍ ସୋଶାଲ ମିଡିଆରେ ଜାରି ଏକ ଭିଡିଓରେ କହିଛନ୍ତି, ‘ବଲଟି ମୋ ପାଖକୁ […]

MS RUN OUT

Hemant Lenka
  • Published: Friday, 12 July 2019
  • , Updated: 12 July 2019, 10:20 PM IST

ଲଣ୍ଡନ: ଆଇସିସି ବିଶ୍ୱକପ୍ ସେମିଫାଇନାଲରେ ମ୍ୟାଚ ଟିମ୍ ଇଣ୍ଡିଆ ୧୮ ରନରେ ନ୍ୟୁଜିଲ୍ୟାଣ୍ଡ୍ ନିକଟରୁ ହାରିଯାଇଥିଲା। ତେବେ ଭାରତର ପରାଜୟର ଟର୍ଣ୍ଣିଂ ଥିଲା ମହେନ୍ଦ୍ର ସିଂହ ଧୋନିଙ୍କ ରନଆଉଟ୍। ଧୋନିଙ୍କ ରନ୍ ଆଉଟ୍ ହେବା ପରେ ଟିମ୍ ଇଣ୍ଡିଆର ବିଜୟ ଆଶା ଧୂଳିସାତ୍ ହୋଇଯାଇଥିଲା। ଧୋନିଙ୍କୁ ରନ୍ ଆଉଟ୍ କରିଥିବା ନ୍ୟୁଜିଲ୍ୟାଣ୍ଡର ଓପନିଂ ବ୍ୟାଟ୍ସମ୍ୟାନ୍ ମାର୍ଟିନ୍ ଗପ୍ଟିଲ୍ ଏହି ମାମଲାରେ ମୁହଁ ଖୋଲିଛନ୍ତି।

ଗପ୍ଟିଲ୍ ସୋଶାଲ ମିଡିଆରେ ଜାରି ଏକ ଭିଡିଓରେ କହିଛନ୍ତି, 'ବଲଟି ମୋ ପାଖକୁ ଆସୁଥିବା ମୋତେ ଲାଗୁନଥିଲା। କିନ୍ତୁ ମୁଁ ବଲ୍ ପାଖରେ ଯେତେ ଶୀଘ୍ର ପହଞ୍ଚିବାକୁ ଚାହୁଁଥିଲି। ଥରେ ବଲ୍ ମୋ ହାତକୁ ଆସିବା ପରେ ମୁଁ ଦେଖିଲି ଯେ, ୱିକେଟ୍ ମୋତେ ସ୍ପଷ୍ଟ ଭାବେ ଦୃଶମାନ ହୋଇଥିଲା। ଏହା ପରେ ମୋତେ ଭାଗ୍ୟ ସାଥ୍ ଦେଇଥିଲା, ଯେଉଁକାରଣରୁ ଥ୍ରୋ' ସିଧା ୱିକେଟରେ ବାଜିଥିଲା।'

ସୂଚନାଯୋଗ୍ୟ, ମ୍ୟାଞ୍ଚେଷ୍ଟରରେ ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡ୍ ଦ୍ୱାରା ଧାର୍ଯ୍ୟ ୨୪୦ ରନର ଲକ୍ଷ୍ୟର ପିଛା କରୁଥିବା ଟିମ୍ ଇଣ୍ଡିଆ ୨୨୧ ରନରେ ଅଲଆଉଟ୍ ହୋଇଯାଇଥିଲା।

Related story