ବିସିସିଆଇ ନିଯୁକ୍ତ କଲା କ୍ରିକେଟ୍ ଆଡ଼ଭାଇଜରୀ କମିଟି

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ରିକେଟର୍ ମଦନ ଲାଲ, ଆରପି ସିଂହ ଏବଂ ସୁଲକ୍ଷଣା ନାଏକଙ୍କୁ ବିସିସିଆଇ ତିନି ସଦସ୍ୟ ବିଶିଷ୍ଟ କ୍ରିକେଟ୍ ଆଡଭାଇଜରୀ କମିଟି (ସିଏସି)ରେ ସାମିଲ୍ କରିବା ନେଇ ଘୋଷଣା କରିଛି । ସିଏସି ବର୍ତ୍ତମାନ ସିନିୟର ଚୟନକମିଟିରେ କାର୍ଯ୍ୟକାଳ ପୂରଣ କରିସାରିଥିବା ଦୁଇ ସଦସ୍ୟଙ୍କ ସ୍ଥାନ ନେବାକୁ ଥିବା ଚୟନକର୍ତ୍ତାଙ୍କୁ ଚୟନ କରିବ। ସିଏସିକୁ ବର୍ତ୍ତମାନ ତତ୍କାଳ ପ୍ରଭାବରେ ଏମଏସକେ ପ୍ରସାଦ (ଦକ୍ଷିଣାଞ୍ଚଳ) ଓ ଗଗନ ଖୋଡା (କେନ୍ଦ୍ରାଞ୍ଚଳ)ର ବିକଳ୍ପ ଖୋଜିବାକୁ ପଡ଼ିବ। ବିସିସିଆଇର […]

cac

Ranjit Kumar Jena
  • Published: Friday, 31 January 2020
  • , Updated: 31 January 2020, 09:16 PM IST

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ରିକେଟର୍ ମଦନ ଲାଲ, ଆରପି ସିଂହ ଏବଂ ସୁଲକ୍ଷଣା ନାଏକଙ୍କୁ ବିସିସିଆଇ ତିନି ସଦସ୍ୟ ବିଶିଷ୍ଟ କ୍ରିକେଟ୍ ଆଡଭାଇଜରୀ କମିଟି (ସିଏସି)ରେ ସାମିଲ୍ କରିବା ନେଇ ଘୋଷଣା କରିଛି । ସିଏସି ବର୍ତ୍ତମାନ ସିନିୟର ଚୟନକମିଟିରେ କାର୍ଯ୍ୟକାଳ ପୂରଣ କରିସାରିଥିବା ଦୁଇ ସଦସ୍ୟଙ୍କ ସ୍ଥାନ ନେବାକୁ ଥିବା ଚୟନକର୍ତ୍ତାଙ୍କୁ ଚୟନ କରିବ। ସିଏସିକୁ ବର୍ତ୍ତମାନ ତତ୍କାଳ ପ୍ରଭାବରେ ଏମଏସକେ ପ୍ରସାଦ (ଦକ୍ଷିଣାଞ୍ଚଳ) ଓ ଗଗନ ଖୋଡା (କେନ୍ଦ୍ରାଞ୍ଚଳ)ର ବିକଳ୍ପ ଖୋଜିବାକୁ ପଡ଼ିବ।

ବିସିସିଆଇର ସମ୍ପାଦକ ଜୟ ଶାହ କହିଛନ୍ତି, 'ସିଏସିର ନିଯୁକ୍ତି ବର୍ଷକ ପାଇଁ ହେବ।' କପିଲ୍ ଦେବ, ଶାନ୍ତା ରଙ୍ଗାସ୍ୱାମୀ ଏବଂ ଅଂଶୁମାନ ଗାଏକ୍ୱାଡଙ୍କ ଉପରେ 'ଦ୍ୱୈତ ସ୍ୱାର୍ଥ' 'ଅଥବା କନଫ୍ଲିକ୍ଟ ଅଫ୍ ଇଣ୍ଟରେଷ୍ଟ' ମାମଲା ଲାଗିବା ପରେ ତିନି ପୂର୍ବତନ କ୍ରିକେଟର୍ ସିଏସିରୁ ଇସ୍ତଫା ଦେଇଥିଲେ। ନୂତନ ଭାବେ ସିଏସିରେ ନିଯୁକ୍ତ ହୋଇଥିବା ମଦନ ଲାଲ୍ ଭାରତ ପକ୍ଷରୁ ୩୯ ଟେଷ୍ଟ ଓ ୬୭ ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ସେ ୧୯୮୩ରେ ବିଶ୍ୱକପ୍ ବିଜେତା ଭାରତୀୟ ଦଳର ସଦସ୍ୟ ମଧ୍ୟ ଥିଲେ। ଏହା ପରେ ସେ ଜାତୀୟ ଦଳକୁ କୋଚିଂ ମଧ୍ୟ ଦେବା ସହ ଚୟନ କମିଟିର ସଦସ୍ୟ ମଧ୍ୟ ରହିଥିଲେ।

ଅନ୍ୟପକ୍ଷରେ ଆରପି ସିଂହ ଭାରତ ପକ୍ଷରୁ ୧୪ ଟେଷ୍ଟ, ୫୮ ଦିନିକିଆ ଏବଂ ୧୦ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ସେ ୨୦୦୭ରେ ଟି-୨୦ ବିଶ୍ୱକପ୍ ବିଜେତା ଭାରତୀୟ ଦଳର ସଦସ୍ୟ ଥିଲେ। ଅନ୍ୟପକ୍ଷରେ ସୁଲକ୍ଷଣା ନାଏକ ନିଜର ୧୧ ବର୍ଷର ଲମ୍ବା କ୍ୟାରିୟରରେ ଦୁଇଟି ଟେଷ୍ଟ, ୪୬ ଦିନିକିଆ ଏବଂ ୩୧ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି।

Related story