ମୁମ୍ବାଇ: ମାଦ୍ରିଦ୍ ଓପନ୍ରେ ସାନିଆ ମିର୍ଜା ଓ ରୋହନ୍ ବୋପାନ୍ନାଙ୍କ ବିଜୟ ଅଭିଯାନ ଜାରି ରହିଛି। ଏହି ଦୁଇ ଜଣ ସେମାନଙ୍କର ଯୁଗଳ ବର୍ଗରେ ବିଜୟ ହାସଲ କରି ଆଗୁଆ ରହିଥିବା ବେଳେ ମହେଶ ଭୂପତି ହାରି ଯାଇଛନ୍ତି।
ମହିଳା ଯୁଗଳ ବର୍ଗରେ ସାନିଆ ମିର୍ଜା ଓ ତାଙ୍କ ଯୋଡିଦାର ମାର୍ଟିନା ହିଙ୍ଗିସ୍ ଷଷ୍ଠ ସିଡ୍ରେ ଥିବା ଆନ୍ଦ୍ରିଆ ଲାଭାକୋଭା ଓ ଲୁସି ରାଡାକାଙ୍କୁ ୬-୩, ୬-୨ରେ ହରାଇ ସେମିଫାଇନାଲରେ ପହଞ୍ଚିଛନ୍ତି। ଏହି ଯୋଡି ଆଗାମୀ ମ୍ୟାଚ୍ରେ ଭାନିଆ କିଙ୍ଗ ଓ ଆଲ୍ଲା କୁଦ୍ରିୟାତସେଭାଙ୍କୁ ଭେଟିବେ।
ପୁରୁଷ ଯୁଗଳ ବର୍ଗରେ ରୋହନ୍ ବୋପାନ୍ନା ଓ ତାଙ୍କ ସାଥୀ ଫ୍ଲୋରିନ୍ ମରଗିୟେ ୬(୪)-୭,୬-୪,୧୦-୪ରେ ପାବ୍ଲୋ କ୍ୟୁଇଭାସ୍ ଓ ମାରସେଲ୍ ଗ୍ରାନୋଲ୍ଲରଙ୍କୁ ପରାସ୍ତ କରିଛନ୍ତି। ଏହି ଯୋଡି ଆଗାମୀ ମ୍ୟାଚ୍ରେ ଜନ୍ ପିର୍ ଓ ହେନେରୀ କୋଣ୍ଟିନେନ୍ଙ୍କୁ ଭେଟିବେ।
ଅନ୍ୟପକ୍ଷରେ ମହେଶ ଭୂପତି ଓ ଫେବ୍ରିକ୍ ମାର୍ଟିନ୍ଙ୍କୁ ୩-୬,୬-୪,୬-୧୦ରେ ଏନ୍ ଜିମମୋଜିକ୍ ଓ ଆଲେକ୍ଜେଣ୍ଡାର ପେୟା ପରାସ୍ତ କରିଛନ୍ତି।