ମହମ୍ମଦ ଅଲ୍ଲୀଙ୍କ ପରଲୋକ

ଚିକାଗୋ: କିମ୍ୱଦନ୍ତୀ ବକ୍ସର ମହମ୍ମଦ ଅଲ୍ଲୀଙ୍କ ୭୪ ବର୍ଷ ବୟସରେ ପରଲୋକ ହୋଇଯାଇଛି। ପ୍ରାୟ ୩୨ ବର୍ଷ ହେବ ସେ ପାର୍କିନସନସ୍ ରୋଗରେ ପୀଡିତ ଥିଲେ। ୩ ଦିନ ହେବ ଆମେରିକାର ଫୋନିକ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କ ଜନ୍ମ ସ୍ଥାନ ଲୁଇଭିଲେରେ ତାଙ୍କର  ଶେଷକୃତ୍ୟ ସମ୍ପନ୍ନ କରାଯିବ। ୧୯୪୨ ଜାନୁୟାରୀ ୧୭ରେ ଆମେରିକାର କେଣ୍ଟୁକିରେ ଅଲ୍ଲୀ ଜନ୍ମଗ୍ରହଣ କରିଥିଲେ। ୧୨ ବର୍ଷ ବୟସରୁ ବକ୍ସିଂ ଆରମ୍ଭ କରିଥିବା ଅଲ୍ଲୀ ୧୯୬୦ରେ ରୋମ୍‌ ଅଲିମ୍ପିକରେ ସ୍ୱର୍ଣ୍ଣ ପଦକ […]

muhammad-ali

Rakesh Mallick
  • Published: Saturday, 04 June 2016
  • , Updated: 04 June 2016, 05:32 PM IST

ଚିକାଗୋ: କିମ୍ୱଦନ୍ତୀ ବକ୍ସର ମହମ୍ମଦ ଅଲ୍ଲୀଙ୍କ ୭୪ ବର୍ଷ ବୟସରେ ପରଲୋକ ହୋଇଯାଇଛି। ପ୍ରାୟ ୩୨ ବର୍ଷ ହେବ ସେ ପାର୍କିନସନସ୍ ରୋଗରେ ପୀଡିତ ଥିଲେ। ୩ ଦିନ ହେବ ଆମେରିକାର ଫୋନିକ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କ ଜନ୍ମ ସ୍ଥାନ ଲୁଇଭିଲେରେ ତାଙ୍କର  ଶେଷକୃତ୍ୟ ସମ୍ପନ୍ନ କରାଯିବ।

୧୯୪୨ ଜାନୁୟାରୀ ୧୭ରେ ଆମେରିକାର କେଣ୍ଟୁକିରେ ଅଲ୍ଲୀ ଜନ୍ମଗ୍ରହଣ କରିଥିଲେ। ୧୨ ବର୍ଷ ବୟସରୁ ବକ୍ସିଂ ଆରମ୍ଭ କରିଥିବା ଅଲ୍ଲୀ ୧୯୬୦ରେ ରୋମ୍‌ ଅଲିମ୍ପିକରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ସେ ତିନି ଥର ବିଶ୍ୱ ହେଭିୱେଟ୍‌ ଚମ୍ପିଆନସିପ୍‌ ଟାଇଟଲ୍ ଜିତିଛନ୍ତି। ବକ୍ସିଂ ଛାଡିବା ପରେ ଜଣେ ମାନବାଧିକାର କର୍ମୀ ଭାବେ ସେ କାମ କରୁଥିଲେ।

ଅଲ୍ଲୀ ୬୧ଟି ଫାଇଟ୍‌ କରି ୫୬ଟିରେ ବିଜୟୀ ହୋଇଥିବା ବେଳେ ୫ଟିରେ ପରାସ୍ତ ହୋଇଥିଲେ।

Related story