ଇଂଲଣ୍ଡ ବିପକ୍ଷରେ ପାକ୍‌ ବୋଲିଂର ନେତୃତ୍ୱ ନେବେ ଆମୀର: ୱାସିମ୍‌ ଆକ୍ରମ

କରାଚି: ଇଂଲଣ୍ଡ ବିପକ୍ଷ ସିରିଜ୍‌ରେ ବୋଲିଂର ନେତୃତ୍ୱ ନେବେ ପାକିସ୍ତାନ ଦଳକୁ ଫେରିଥିବା ମହମ୍ମଦ ଆମୀର। ସେ ପୁଣି ଥରେ ତାଙ୍କ ପରାକାଷ୍ଠା ଦେଖାଇ ପାରିବେ। ମଙ୍ଗଳବାର ଏହା କହିଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟର ୱାସିମ୍‌ ଆକ୍ରମ। ୨୦୧୦ ମସିହା ସ୍ପଟ ଫିକ୍ସିଂରେ ଛନ୍ଦି ହୋଇ ୫ ବର୍ଷ ବାସନ୍ଦ ଓ ଜେଲଦଣ୍ଡ ଭୋଗିବା ପରେ ୨୦୧୬ ଟି-୨୦ବିଶ୍ୱକପ୍‌ରେ ସେ ପାକିସ୍ତାନ ଦଳକୁ ଫେରିଥିଲେ। ସେ କହିଛନ୍ତି,“ ଆମୀରଙ୍କ ପାଇଁ ଏହା ଅତି ସହଜ। ଅମୀର ଅନ୍ୟ […]

Mohammad Amir

Rakesh Mallick
  • Published: Tuesday, 05 July 2016
  • , Updated: 05 July 2016, 05:59 PM IST

କରାଚି: ଇଂଲଣ୍ଡ ବିପକ୍ଷ ସିରିଜ୍‌ରେ ବୋଲିଂର ନେତୃତ୍ୱ ନେବେ ପାକିସ୍ତାନ ଦଳକୁ ଫେରିଥିବା ମହମ୍ମଦ ଆମୀର। ସେ ପୁଣି ଥରେ ତାଙ୍କ ପରାକାଷ୍ଠା ଦେଖାଇ ପାରିବେ। ମଙ୍ଗଳବାର ଏହା କହିଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟର ୱାସିମ୍‌ ଆକ୍ରମ। ୨୦୧୦ ମସିହା ସ୍ପଟ ଫିକ୍ସିଂରେ ଛନ୍ଦି ହୋଇ ୫ ବର୍ଷ ବାସନ୍ଦ ଓ ଜେଲଦଣ୍ଡ ଭୋଗିବା ପରେ ୨୦୧୬ ଟି-୨୦ବିଶ୍ୱକପ୍‌ରେ ସେ ପାକିସ୍ତାନ ଦଳକୁ ଫେରିଥିଲେ।

ସେ କହିଛନ୍ତି,“ ଆମୀରଙ୍କ ପାଇଁ ଏହା ଅତି ସହଜ। ଅମୀର ଅନ୍ୟ କୌଣସି ଦିଗକୁ ଦୃଷ୍ଟି ନ ଦେଇ କେବଳ ବୋଲିଂ ଉପରେ ଧ୍ୟାନ ଦେବା ଉଚିତ। ମୁଁ ତାଙ୍କୁ ଏତିକି କହିବି ସେ ହୃଦୟକୁ ନେଇ ଖେଳନ୍ତୁ। ସେ ନିଶ୍ଚିତ ଭାବେ ସଫଳତା ପାଇବେ, ଏଥଇରେ ସନ୍ଦେହ ନାହିଁ।”

ଚଳିତ ମାସରୁ ପାକିସ୍ତାନ ଇଂଲଣ୍ଡ ଗସ୍ତ କରିବ। ସେଠାରେ ଦଳ ୪ଟି ଟେଷ୍ଟ, ୫ଟି ଦିନିକିଆ ଓ ଗୋଟିଏ ଟି-୨୦ ମ୍ୟାଚ୍‌ ଖେଳିବ।

Related story