କଶ୍ମୀରରୁ ଟ୍ରେନିଂ ସାରି ଫେରିଲେ ଧୋନି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର୍ ମହେନ୍ଦ୍ର ସିଂହ ଧୋନି କଶ୍ମୀରରୁ ନିଜର ୧୫ଦିନର ଆର୍ମି ଟ୍ରେନିଂ ଶେଷ କରି ଶୁକ୍ରବାର ଫେରିଛନ୍ତି। ଧୋନି ଗତ ୩୧ ଜୁଲାଇରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ କଶ୍ମୀରରେ ମୁତୟନ ଥିଲେ। ସେନାରେ ନିଜ ଟ୍ରେନିଂ ବେଳେ ଧୋନି ଶ୍ରୀନଗର, କୁପୱାରା, ଉରି ଓ ଲେହରେ ସେନା ସହ ରହିଥିଲେ। ଏହାସହ ଧୋନି ଜଣେ ଯବାନଙ୍କ ଭଳି ସକାଳର ପିଟି ପରେଡଠାରୁ ଆରମ୍ଭ କରି ଅଫିସ୍ ଡ୍ୟୁଟି, ଅସ୍ତ୍ର ଚାଳନ ଟ୍ରେନିଂ ଏବଂ ସନ୍ଧ୍ୟାରେ […]

dhoni

dhoni

Ranjit Kumar Jena
  • Published: Friday, 16 August 2019
  • Updated: 16 August 2019, 09:20 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର୍ ମହେନ୍ଦ୍ର ସିଂହ ଧୋନି କଶ୍ମୀରରୁ ନିଜର ୧୫ଦିନର ଆର୍ମି ଟ୍ରେନିଂ ଶେଷ କରି ଶୁକ୍ରବାର ଫେରିଛନ୍ତି। ଧୋନି ଗତ ୩୧ ଜୁଲାଇରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ କଶ୍ମୀରରେ ମୁତୟନ ଥିଲେ। ସେନାରେ ନିଜ ଟ୍ରେନିଂ ବେଳେ ଧୋନି ଶ୍ରୀନଗର, କୁପୱାରା, ଉରି ଓ ଲେହରେ ସେନା ସହ ରହିଥିଲେ। ଏହାସହ ଧୋନି ଜଣେ ଯବାନଙ୍କ ଭଳି ସକାଳର ପିଟି ପରେଡଠାରୁ ଆରମ୍ଭ କରି ଅଫିସ୍ ଡ୍ୟୁଟି, ଅସ୍ତ୍ର ଚାଳନ ଟ୍ରେନିଂ ଏବଂ ସନ୍ଧ୍ୟାରେ ଖେଳକୁଦ ମଧ୍ୟ କରୁଥିଲେ।

୧୦୬ ଟେରିଟୋରିଆଲ୍ ଆର୍ମି ବାଟାଲିୟନ୍ (ପାରା)ର ସଦସ୍ୟ ଭାବେ ଧୋନି ନିଜ ଟ୍ରେନିଂ ସମୟରେ ପ୍ୟାଟ୍ରୋଲିଂ, ଗାର୍ଡ ଏବଂ ପୋଷ୍ଟ ଡ୍ୟୁଟି କରିଥିଲେ। ୧୫ଦିନର ଟ୍ରେନିଂରେ ଧୋନି ଜଣେ ନିୟମିତ ଅଫିସର୍ ଭାବେ କାମ କରୁଥିଲେ। ଏହା ମଧ୍ୟରେ ଧୋନିଙ୍କୁ ଜୋତା ପଲିସ୍ କରୁଥିବା ଫଟୋ ଖୁବ୍ ଭାଇରାଲ୍ ହୋଇଥିଲା।

ନିକଟରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲେ ଏବଂ ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ପ୍ରଦେଶରେ ବାଣ୍ଟିଥିଲେ। ଜମ୍ମୁ-କଶ୍ମୀର ଓ ଲଦାଖକୁ ଦୁଇଟି ଅଲଗା-ଅଲଗା କେନ୍ଦ୍ରଶାସିତ ପ୍ରଦେଶ କରାଯାଇଛି। ତେଣୁ ଦୁଇଟି ଯାକ ନୂଆ କେନ୍ଦ୍ରଶାସିତ ପ୍ରଦେଶରେ ପ୍ରଥମଥର ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ଧୋନି ଲଦାଖରେ ସ୍ୱାଧୀନତା ଦିବସ ପାଳନ କରିଥିଲେ। ଲଦାଖରେ ସେ ଆର୍ମି ଜେନେରାଲ୍ ହସ୍ପିଟାଲ୍ ଯାଇଥିଲେ ଏବଂ ସେଠାରେ ରୋଗୀଙ୍କ ସହ କଥାବାର୍ତ୍ତା ହୋଇଥିଲେ।

ଧୋନି ଟେରିଟୋରିଆଲ୍ ଆର୍ମିରେ ଲ୍ୟୁଟନାଣ୍ଟ କର୍ଣ୍ଣେଲ୍ ରାଙ୍କ ପାଇଛନ୍ତି। ଧୋନି ଦୁଇମାସ ପାରାଚ୍ୟୁଟ୍ ରେଜିମେଣ୍ଟକୁ ଦେବା ପାଇଁ ବିସିସିଆଇଠାରୁ ବ୍ରେକ୍ ମାଗିଥିଲେ। ଆର୍ମି ଟ୍ରେନିଂ ଦ୍ୱାରା ସେ ଭାରତୀୟ ଟିମ୍ ସହ ୱେଷ୍ଟଇଣ୍ଡିଜ୍ ଗସ୍ତ କରିପାରିନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos