ମହିଳା ଜୁନିଅର ଏସିଆ କପ୍ ପାଇଁ ଭାରତୀୟ ଦଳ ଘୋଷିତ: ଦଳରେ ୬ ଓଡ଼ିଆ

ଭୁବନେଶ୍ୱର: ସପ୍ତମ ଏସିଆ କପ୍ ମହିଳା ଜୁନିଅର ହକି ଚାମ୍ପିଅନସିପ୍ ପାଇଁ ଆଜି ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଟିମରେ ୬ ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ଦୀପଗ୍ରେଦ ଏକ୍କା,¸ନମିତା ଟୋପ୍ପୋ, ରଶ୍ମିତା ମିଞ୍ଜ, ନୀଳିମା ମିଞ୍ଜ, ଅନୁପା ବାର୍ଲା ଓ ପୁନମ୍ ବାର୍ଲା। ଚୀନରେ ସେପ୍ଟେମ୍ବର ୫ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଏହି ଚାମ୍ପିଅନସିପ୍ ଅନୁଷ୍ଠିତ ହେବ। ଏହି ଚାମ୍ପିଅନସିପର ଗ୍ରୁପ୍ ‘ଏ’ରେ ଭାରତୀୟ ଦଳ ସ୍ଥାନ […]

JrWomenhockeyteam

JrWomenhockeyteam

Rakesh Mallick
  • Published: Thursday, 27 August 2015
  • Updated: 27 August 2015, 05:09 PM IST

Sports

Latest News

ଭୁବନେଶ୍ୱର: ସପ୍ତମ ଏସିଆ କପ୍ ମହିଳା ଜୁନିଅର ହକି ଚାମ୍ପିଅନସିପ୍ ପାଇଁ ଆଜି ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଟିମରେ ୬ ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ଦୀପଗ୍ରେଦ ଏକ୍କା,¸ନମିତା ଟୋପ୍ପୋ, ରଶ୍ମିତା ମିଞ୍ଜ, ନୀଳିମା ମିଞ୍ଜ, ଅନୁପା ବାର୍ଲା ଓ ପୁନମ୍ ବାର୍ଲା।

ଚୀନରେ ସେପ୍ଟେମ୍ବର ୫ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଏହି ଚାମ୍ପିଅନସିପ୍ ଅନୁଷ୍ଠିତ ହେବ। ଏହି ଚାମ୍ପିଅନସିପର ଗ୍ରୁପ୍ ‘ଏ’ରେ ଭାରତୀୟ ଦଳ ସ୍ଥାନ ପାଇଛି। ଗ୍ରୁପ୍ ‘ଏ’ର ଭାରତ ସହିତ ଚୀନ, ମାଲେସିଆ, ସିଙ୍ଗାପୁର, ଡିପିଆର୍ କୋରିଆ ଆଦି ରହିଛନ୍ତି। ସେହିପରି ଗ୍ରୁପ୍ ‘ବି’ରେ ରହିଛନ୍ତି କୋରିଆ ରିପବ୍ଲିକ୍, ଜାପାନ, ଥାଇଲାଣ୍ଡ ଓ ଚାଇନିଜ୍-ତାଇପେଇ।

୨୦୧୬ରେ ହେବାକୁ ଥିବା ଜୁନିଅର ମହିଳା ବିଶ୍ୱ କପ୍ ପାଇଁ ଏହି ଟୁର୍ଣ୍ଣାମେଣ୍ଟ୍ ହେବ ଯୋଗ୍ୟତା ରାଉଣ୍ଡ୍।

ଏହି ଚାମ୍ପିଅନସିପର ଉଦଘାଟନୀ ଦିସବରେ ଅର୍ଥାତ ସେପ୍ଟେମ୍ବର ୫ରେ ହିଁ ଭାରତ ତା’ର ପ୍ରଥମ ମ୍ୟାଚ୍ ଖେଳିବ। ପ୍ରଥମ ମ୍ୟାଚରେ ଭାରତୀୟ ଟିମ୍ ଡିପିଆର କୋରିଆକୁ ଭେଟିବ। ଅଧିନାୟକ ରାଣୀଙ୍କ ନେତୃତ୍ୱରେ ଏହି ଚାମ୍ପିଅନସିପରେ ଟିମ୍ ଖେଳିବ। ଏଥିପାଇଁ ଟିମ୍ କଡ଼ା ଅଭ୍ୟାସ ଚଳାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos