କେପ୍ ଟାଉନ୍ ଟେଷ୍ଟ: ଟାର୍ଗେଟ୍ ୪୩୮, ଦକ୍ଷିଣ ଆଫ୍ରିକା ୧୨୬/୨

କେପ୍ ଟାଉନ୍‌: ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି। ଇଂଲଣ୍ଡ ଦ୍ୱାରା ଧାର୍ଯ୍ୟ ୪୩୮ ରନର ବିଶାଳ ଲକ୍ଷ୍ୟର ପିଛା କରୁଥିବା ଦକ୍ଷିଣ ଆଫ୍ରିକା ଚତୁର୍ଥ ଦିବସ ଖେଳ ଶେଷ ସୁଦ୍ଧା ୨ ୱିକେଟ୍ ହରାଇ ୧୨୬ ରନ୍ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ପିଟର୍ ମଲାନ୍ ୬୩ ଓ ନାଇଟ୍ ୱାଚମ୍ୟାନ୍ ଭାବେ ଆସିଥିବା କେଶବ ମହାରାଜ ୨ ରନରେ ବ୍ୟାଟିଂ କରୁଥିଲେ। ପ୍ରଥମ ଇନିଂସରେ ଅର୍ଦ୍ଧଶତକ […]

sibley

Ranjit Kumar Jena
  • Published: Monday, 06 January 2020
  • , Updated: 06 January 2020, 09:51 PM IST

କେପ୍ ଟାଉନ୍‌: ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି। ଇଂଲଣ୍ଡ ଦ୍ୱାରା ଧାର୍ଯ୍ୟ ୪୩୮ ରନର ବିଶାଳ ଲକ୍ଷ୍ୟର ପିଛା କରୁଥିବା ଦକ୍ଷିଣ ଆଫ୍ରିକା ଚତୁର୍ଥ ଦିବସ ଖେଳ ଶେଷ ସୁଦ୍ଧା ୨ ୱିକେଟ୍ ହରାଇ ୧୨୬ ରନ୍ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ପିଟର୍ ମଲାନ୍ ୬୩ ଓ ନାଇଟ୍ ୱାଚମ୍ୟାନ୍ ଭାବେ ଆସିଥିବା କେଶବ ମହାରାଜ ୨ ରନରେ ବ୍ୟାଟିଂ କରୁଥିଲେ।

ପ୍ରଥମ ଇନିଂସରେ ଅର୍ଦ୍ଧଶତକ ମାରିଥିବା ଡିନ୍ ଏଲଗାର ୩୪ ଓ ଜୁବେର୍ ହାମଜା ୧୮ ରନ୍ କରି ଆଉଟ୍ ହୋଇଛନ୍ତି। ଇଂଲଣ୍ଡ ପକ୍ଷରୁ ଜେମ୍ସ ଆଣ୍ଡରସନ୍ ଓ ଜୋ ଡେନଲୀ ଗୋଟିଏ ଲେଖାଏ ୱିକେଟ୍ ନେଇଛନ୍ତି। ଆସନ୍ତାକାଲି ପଞ୍ଚମ ତଥା ଅନ୍ତିମ ଦିବସରେ ଉଭୟ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ମ୍ୟାଚ୍ ଜିତିବାକୁ ପ୍ରୟାସ କରିବେ। ଦକ୍ଷିଣ ଆଫ୍ରିକା ବିଜୟଠାରୁ ୩୧୨ ରନରେ ପଛୁଆ ଥିବା ବେଳେ ଇଂଲଣ୍ଡ ୮ ୱିକେଟ୍ ଦୂରରେ ରହିଛି।

ଏହା ପୂର୍ବରୁ ଇଂଲଣ୍ଡ ସୋମବାର ତା'ର ପୂର୍ବଦିନର ସ୍କୋର ୨୧୮/୪ରୁ ଖେଳ ଆରମ୍ଭ କରିଥିଲା। ରବିବାର ଅର୍ଦ୍ଧଶତକ ମାରିଥିବା ଡମ୍ ସିବଲୀ ଏଠାରେ ନିଜର ପ୍ରଥମ ଟେଷ୍ଟ ଶତକ ମାରିଥିଲେ। ତାଙ୍କ ବ୍ୟତୀତ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଦ୍ରୁତ ଅର୍ଦ୍ଧଶତକ ମାରିଥିଲେ, ଯାହା ବଳରେ ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ୮ ୱିକେଟ୍ ହରାଇ ୩୯୧ ରନ୍ କରି ପାଳି ଘୋଷଣା କରିଥିଲା।

ସିବଲୀ ୧୩୩ (୩୧୧ ବଲ୍‌, ୧୯ ଚୌକା, ୧ ଛକା) ରନ୍ କରି ଅପରାଜିତ ଥିବା ବେଳେ ଷ୍ଟୋକ୍ସ ମାତ୍ର ୪୭ ବଲରେ ୭ ଚୌକା ଓ ୩ ଛକା ସହାୟତାରେ ୭୨, ଜୋସ ବଟଲର୍ ୨୩, ସାମ୍ କୁରାନ୍ ୧୩ ରନ୍ କରି ଆଉଟ୍ ହୋଇଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଆନରିଚ୍ ନୋର୍ଟଜେ ୩ଟି, କାଗିସୋ ରବାଡା ଓ କେଶବ ମହାରାଜ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

Related story