ଅଲିମ୍ପିକ୍ ଟେଷ୍ଟ ଇଭେଣ୍ଟ: ଜାପାନକୁ ହରାଇ ଫାଇନାଲରେ ଭାରତ

ଟୋକିଓ: ଷ୍ଟ୍ରାଇକର୍ ମନଦୀପ ସିଂହଙ୍କ ଆକର୍ଷଣୀୟ ହ୍ୟାଟ୍ରିକ୍ ଦମରେ ଭାରତୀୟ ପୁରୁଷ ହକି ଟିମ୍ ଚଳିତ ଅଲିମ୍ପିକ୍ ଟେଷ୍ଟ ଇଭେଣ୍ଟର ସୋମବାର ଖେଳାଯାଇଥିବା ମ୍ୟାଚରେ ଆୟୋଜକ ଜାପାନକୁ ୬-୩ ଗୋଲରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଭାରତ ତା’ର ପୂର୍ବ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ନିକଟରୁ ୧-୨ ଗୋଲରେ ପରାସ୍ତ ହୋଇଥିଲା। କିନ୍ତୁ ଆଜି ଟିମ୍ ସେହି ପରାଜୟକୁ ଭୁଲି ଦମଦାର ଖେଳ ଦେଖାଇଥିଲା। ବୁଧବାର ହେବାକୁଥିବା ଫାଇନାଲରେ ଭାରତର ସାମ୍ନା ପୁଣିଥରେ ନ୍ୟୁଜିଲ୍ୟାଣ୍ଡ୍ ସହ ହେବ। ଭାରତ […]

hockey

hockey

Ranjit Kumar Jena
  • Published: Tuesday, 20 August 2019
  • Updated: 20 August 2019, 05:55 PM IST

Sports

Latest News

ଟୋକିଓ: ଷ୍ଟ୍ରାଇକର୍ ମନଦୀପ ସିଂହଙ୍କ ଆକର୍ଷଣୀୟ ହ୍ୟାଟ୍ରିକ୍ ଦମରେ ଭାରତୀୟ ପୁରୁଷ ହକି ଟିମ୍ ଚଳିତ ଅଲିମ୍ପିକ୍ ଟେଷ୍ଟ ଇଭେଣ୍ଟର ସୋମବାର ଖେଳାଯାଇଥିବା ମ୍ୟାଚରେ ଆୟୋଜକ ଜାପାନକୁ ୬-୩ ଗୋଲରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଭାରତ ତା'ର ପୂର୍ବ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ନିକଟରୁ ୧-୨ ଗୋଲରେ ପରାସ୍ତ ହୋଇଥିଲା। କିନ୍ତୁ ଆଜି ଟିମ୍ ସେହି ପରାଜୟକୁ ଭୁଲି ଦମଦାର ଖେଳ ଦେଖାଇଥିଲା। ବୁଧବାର ହେବାକୁଥିବା ଫାଇନାଲରେ ଭାରତର ସାମ୍ନା ପୁଣିଥରେ ନ୍ୟୁଜିଲ୍ୟାଣ୍ଡ୍ ସହ ହେବ।

ଭାରତ ପକ୍ଷରୁ ମନଦୀପ ନବମ, ୨୯ତମ ଓ ୩୦ତମ ମିନିଟରେ ଗୋଲ୍ ଦେଇଥିବା ବେଳେ ନୀଳକଣ୍ଠ ଶର୍ମା (ତୃତୀୟ), ଓଡ଼ିଆ ତାରକା ନିଲମ ସଞ୍ଜୀପ ଖେସ୍ (ସପ୍ତମ) ଓ ଗୁରଜନ୍ତ ସିଂହ (୪୧ତମ) ଗୋଟିଏ ଲେଖାଏ ଗୋଲ୍ ସ୍କୋର କରିଥିଲେ। ଜାପାନ ପକ୍ଷରୁ କେଣ୍ଟାରୋ ଫୁକୁଡା (୨୫ତମ), କେଣ୍ଟା ତାନାକା (୩୬ତମ) ଓ କାଜୁମା ମୁରାତା (୫୨ତମ) ଗୋଟିଏ ଲେଖାଏ ଗୋଲ୍ ଦେଇଥିଲେ।

ଭାରତ ପାଇଁ ନୀଳକଣ୍ଠ ଖାତା ଖୋଲିଥିଲେ। ସେ ତୃତୀୟ ମିନିଟରେ ହିଁ ଫିଲ୍ଡ ଗୋଲ୍ ଦେଇ ଭାରତକୁ ୧-୦ରେ ଆଗୁଆ କରାଇଥିଲେ। ପ୍ରାରମ୍ଭିକ ଅଗ୍ରଣୀ ହାସଲ କରି ମନୋବଳ ଦୃଢ଼ କରିଥିବା ଭାରତୀୟ ଟିମ୍ ଜାପାନ ଡିଫେନ୍ସ ଉପରେ ଚାପ ବଜାୟ ରଖିଥିଲା। ଭାରତକୁ ସପ୍ତମ ମିନିଟରେ ପେନାଲ୍ଟି କର୍ଣ୍ଣର କରିଥିଲା, ଯାହାକୁ ନିଲମ ଗୋଲରେ ପରିଣତ କରି ସ୍କୋରକୁ ଡବଲ୍ କରିଥିଲେ। ଭାରତ ଲଗାତାର ଆକ୍ରମଣ ଜାରି ରଖିଥିଲା ଏବଂ ନବମ ମିନିଟରେ ମନଦୀପ ତୃତୀୟ ଗୋଲ୍ କରିଥିଲେ। ଜାପାନ ପ୍ରଥମ କ୍ୱାର୍ଟରର ଶେଷ ମିନିଟରେ ପେନାଲ୍ଟି କର୍ଣ୍ଣର ହାସଲ କରିଥିଲା, କିନ୍ତୁ ଏହାକୁ ଗୋଲରେ ପରିଣତ କରିପାରିନଥିଲା।

ଦ୍ୱିତୀୟ କ୍ୱାର୍ଟରରେ ଜର୍ମନପ୍ରୀତ ସିଂହଙ୍କ ଶଟ୍ ଗୋଲ୍ ପୋଷ୍ଟ ବାହାରକୁ ଚାଲିଯାଇଥିଲା। ଅନ୍ୟପକ୍ଷରେ କ୍ୟାପଟେନ୍ ହରମନପ୍ରୀତଙ୍କ ଦମଦାର ଶଟକୁ ଜାପାନ ଗୋଲକିପର ତାକାଶି ୟୋଶିକାୱା ଚମତ୍କାର ଢ଼ଙ୍ଗରେ ରୋକିଥିଲେ । ଏହା ମଧ୍ୟରେ ଜାପାନ ପାଇଁ ୨୫ତମ ମିନିଟରେ ପ୍ରଥମ ଗୋଲ୍ କରିଥିଲେ ଫୁକୁଡା। ଏହା ପରେ ମନଦୀପ ଲଗାତାର ଦୁଇଟି ଗୋଲ୍ ଦେଇ ଭାରତର ଅଗ୍ରଣୀକୁ ୫-୧ରେ କରିଥିଲେ। ମନଦୀପ ଯଥାକ୍ରମେ ୨୯ତମ ଓ ୩୦ତମ ମିନିଟରେ ଏହି ଗୋଲଦ୍ୱୟ କରିଥିଲେ।

ତୃତୀୟ କ୍ୱାର୍ଟରରେ ଜାପାନ ଆକ୍ରମଣାତ୍ମକ ଆରମ୍ଭ କରିଥିଲା। ଫଳସ୍ୱରୂପ ୩୬ତମ ମିନିଟରେ କେଣ୍ଟା ତାନାକା ଜାପାନ ପାଇଁ ଦ୍ୱିତୀୟ ଗୋଲ୍ ଦେଇଥିଲେ। କିନ୍ତୁ ଭାରତ ତା'ର ଆକ୍ରମଣ ମଧ୍ୟ କମ୍ କରିନଥିଲା। ୪୧ତମ ମିନିଟରେ ଗୁରଜନ୍ତ ଆକର୍ଷଣୀୟ ଗୋଲ୍ ଦେଇ ସ୍କୋରକୁ ୬-୨ରେ ପହଞ୍ଚାଇଥିଲେ। ଏଭଳି ସ୍ଥିତିରେ ଜାପାନ ଉପରେ ଅଧିକ ଚାପ ପଡ଼ିଥିଲା।

ଜାପାନ ଚତୁର୍ଥ କ୍ୱାର୍ଟରରେ ଗୋଟିଏ ଗୋଲ୍ ସ୍କୋର କରିଥିଲେ ହେଁ, ତାହା ଦଳକୁ ଜିତାଇବା ପାଇଁ ଯଥେଷ୍ଟ ନଥିଲା। ୫୨ତମ ମିନିଟରେ କାଜୁମା ଏହି ଗୋଲଟି ଦେଇଥିଲେ। ଫାଇନାଲ୍ ହୁଇସିଲ୍ ବାଜିବାର ୫ ମିନିଟ୍ ପୂର୍ବରୁ ଭାରତକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା, କିନ୍ତୁ ଶଟଟି ପୋଷ୍ଟ ବାହାରକୁ ଚାଲିଯାଇଥିଲା। ଭାରତ ମଧ୍ୟ ନିର୍ଦ୍ଧାରିତ ସମୟ ଏକ ମିନିଟ୍ ପୂର୍ବରୁ ଏକ ପେନାଲ୍ଟି କର୍ଣ୍ଣର ଗୋଲ୍ ରୋକିବାରେ ସଫଳ ହୋଇଥିଲା। ଏହି ବିଜୟ ସହ ଭାରତ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story