ମନପ୍ରୀତ ଏଫଆଇଏଚ୍ 'ପ୍ଲେୟର୍ ଅଫ୍ ଦି ଇୟର୍‌'

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ହକି ଟିମ୍ କ୍ୟାପଟେନ୍ ମନପ୍ରୀତ ସିଂହ ଏଫଆଇଏଚ୍ ପ୍ଲେୟର୍ ଅଫ୍ ଦି ଇୟର୍ ପୁରସ୍କାର ବିଜେତା ହୋଇଛନ୍ତି। ସେ ପ୍ରଥମ ଭାରତୀୟ ହକି ଖେଳାଳି ଭାବେ ଏହି ସମ୍ମାନଜନକ ପୁରସ୍କାର ଜିତିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଶ୍ରେଷ୍ଠ ଖେଳାଳି ଦୌଡ଼ରେ ସେ ବେଲଜିୟମର ଆର୍ଥର୍ ଭାନ୍ ଡୋରେନ୍ ଓ ଆର୍ଜେଣ୍ଟିନାର ଲୁକାସ ଭିଲ୍ଲାଙ୍କୁ ପଛରେ ପକାଇଛନ୍ତି। ମନପ୍ରୀତଙ୍କୁ ମୋଟ ୩୫.୨ ପ୍ରତିଶତ ଭୋଟ୍ ମିଳିଛି, ଯେଉଁଥିରେ ଜାତୀୟ ଆସୋସିଏସନ୍‌, ଗଣମାଧ୍ୟମ, ପ୍ରଶଂସକ ଏବଂ […]

manpreet

manpreet

Ranjit Kumar Jena
  • Published: Thursday, 13 February 2020
  • Updated: 13 February 2020, 08:25 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ହକି ଟିମ୍ କ୍ୟାପଟେନ୍ ମନପ୍ରୀତ ସିଂହ ଏଫଆଇଏଚ୍ ପ୍ଲେୟର୍ ଅଫ୍ ଦି ଇୟର୍ ପୁରସ୍କାର ବିଜେତା ହୋଇଛନ୍ତି। ସେ ପ୍ରଥମ ଭାରତୀୟ ହକି ଖେଳାଳି ଭାବେ ଏହି ସମ୍ମାନଜନକ ପୁରସ୍କାର ଜିତିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଶ୍ରେଷ୍ଠ ଖେଳାଳି ଦୌଡ଼ରେ ସେ ବେଲଜିୟମର ଆର୍ଥର୍ ଭାନ୍ ଡୋରେନ୍ ଓ ଆର୍ଜେଣ୍ଟିନାର ଲୁକାସ ଭିଲ୍ଲାଙ୍କୁ ପଛରେ ପକାଇଛନ୍ତି।

ମନପ୍ରୀତଙ୍କୁ ମୋଟ ୩୫.୨ ପ୍ରତିଶତ ଭୋଟ୍ ମିଳିଛି, ଯେଉଁଥିରେ ଜାତୀୟ ଆସୋସିଏସନ୍‌, ଗଣମାଧ୍ୟମ, ପ୍ରଶଂସକ ଏବଂ ଖେଳାଳିମାନଙ୍କର ଭୋଟ୍ ସାମିଲ୍ ଅଛି। ଦ୍ୱିତୀୟ ସ୍ଥାନରେ ଥିବା ଭାନ୍ ଡୋରେନ୍ ୧୯.୭ ପ୍ରତିଶତ ଭୋଟ୍ ପାଇଥିବା ବେଳେ ଭିଲ୍ଲାଙ୍କୁ ୧୬.୫ ପ୍ରତିଶତ ଭୋଟ୍ ମିଳିଛି। ଏହି ପୁରସ୍କାର ପାଇଁ ମନୋନୀତ ହୋଇଥିବା ଅନ୍ୟ ଖେଳାଳିଙ୍କ ମଧ୍ୟରେ ବେଲଜିୟମର ଭିକ୍ଟର ୱେଗନେଜ୍ ଓ ଅଷ୍ଟ୍ରେଲିଆର ଆରାନ୍ ଜାଲେସ୍କି ଓ ଏଡି ଓକେନଡେନ୍ ସାମିଲ୍ ଥିଲେ।

୨୦୧୧ରେ ଜାତୀୟ ଦଳ ପକ୍ଷରୁ ପଦାର୍ପଣ କରିଥିବା ମନପ୍ରୀତ ୨୦୧୨ ଓ ୨୦୧୬ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିସାରିଛନ୍ତି। ଦୀର୍ଘ ୯ବର୍ଷର ଅନ୍ତର୍ଜାତୀୟ କ୍ୟାରିୟରରେ ମନପ୍ରୀତ ୨୬୦ ମ୍ୟାଚ୍ ଖେଳିଛନ୍ତି। ଗତବର୍ଷ ମନପ୍ରୀତଙ୍କ ନେତୃତ୍ୱରେ ଭାରତ ଏଫଆଇଏଚ୍ ଅଲିମ୍ପିକ୍ କ୍ୱାଲିଫାୟର୍ସରେ ବିଜୟୀ ହେବା ସହ ଟୋକିଓ ଅଲିମ୍ପିକ୍ ଟିକେଟ୍ କାଟିଥିଲା।

ଏହି ସମ୍ମାନ ପାଇବା ପରେ ମନପ୍ରୀତ କହିଛନ୍ତି, "ଗତ ବର୍ଷ ଆମର ପ୍ରଦର୍ଶନ ଭଲ ରହିଥିଲା ତେଣିକି ତାହା ଏଫଆଇଏଚ୍ ସିରିଜ୍ ଫାଇନାଲ୍ସ ହେଉ କି ବେଲଜିୟମରେ ଟେଷ୍ଟ ସିରିଜ୍ ହେଉ। ବେଲଜିୟମରେ ଆମେ ଆୟୋଜକ ଦଳ ସ୍ପେନ୍ ବିପକ୍ଷରେ ବିଜୟ ହାସଲ କରିଥିଲୁ । ୨୦୧୯ରେ ଅଲିମ୍ପିକକୁ କ୍ୱାଲିଫାଏ କରିବା, ଆମ ପାଇଁ ଶ୍ରେଷ୍ଠ ମୁହୂର୍ତ୍ତ ଥିଲା। ଏଭଳି ସମୟରେ ଏହି ସମ୍ମାନ (ଏଫଆଇଏଚ୍ ଶ୍ରେଷ୍ଠ ଖେଳାଳ) ପାଇବା ନିଶ୍ଚିତ ଭାବେ ମୋ ପାଇଁ ଗର୍ବର କଥା। ଏହି ପୁରସ୍କାରକୁ ମୁଁ ମୋ ଟିମକୁ ଉତ୍ସର୍ଗ କରିବାକୁ ଚାହୁଁଛି। ମୁଁ ମୋ ଶୁଭଚିନ୍ତକ ଓ ହକି ପ୍ରଶଂସକ ଏବଂ ସାରା ବିଶ୍ୱରେ ଥିବା ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି, ଯେଉଁମାନେ ଭୋଟ୍ ଦେଇ ମୋତେ ଏହି ପୁରସ୍କାର ଜିତାଇଛନ୍ତି।" ଏଫଆଇଏଚ୍ ସିଇଓ ଥିଏରୀ ୱିଲ୍ ମନପ୍ରୀତଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story