କାନେରିଆଙ୍କୁ ଇସଲାମ୍ ଧର୍ମ ଗ୍ରହଣ କରିବାକୁ କହିଲେ, ଆଉ ତା'ପରେ...

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ଲେଗ୍ ସ୍ପିନର ଦାନିଶ କାନେରିଆ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ୩୯ ବର୍ଷୀୟ କାନେରିଆ ସୋଶାଲ ମିଡିଆରେ ବେଶ୍ ସକ୍ରିୟ। ଜଣେ ମହିଳା ପ୍ରଶଂସକ ଟ୍ୱିଟ୍ କରି ତାଙ୍କୁ (କାନେରିଆ) ଇସଲାମ୍ ଧର୍ମ ଗ୍ରହଣ କରିବାକୁ ଅପିଲ୍ କରିଥିଲେ। ସେହି ମହିଳା ଜଣକ ଟ୍ୱିଟ୍ ଯୋଗେ କହିଥିଲେ, ଇସଲାମ୍ ବିନା ଜୀବନ କିଛି ବି ନୁହେଁ। ତେବେ କାନେରିଆ ନିଜର ସେହି ପ୍ରଶଂସକଙ୍କୁ ଜବାବ ଦେବା ପାଇଁ ଆଦୌ କୁଣ୍ଠିତ ମନେ କରିନଥିଲେ ଏବଂ […]

kaneria

Ranjit Kumar Jena
  • Published: Friday, 31 January 2020
  • , Updated: 31 January 2020, 08:42 PM IST

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ଲେଗ୍ ସ୍ପିନର ଦାନିଶ କାନେରିଆ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ୩୯ ବର୍ଷୀୟ କାନେରିଆ ସୋଶାଲ ମିଡିଆରେ ବେଶ୍ ସକ୍ରିୟ। ଜଣେ ମହିଳା ପ୍ରଶଂସକ ଟ୍ୱିଟ୍ କରି ତାଙ୍କୁ (କାନେରିଆ) ଇସଲାମ୍ ଧର୍ମ ଗ୍ରହଣ କରିବାକୁ ଅପିଲ୍ କରିଥିଲେ। ସେହି ମହିଳା ଜଣକ ଟ୍ୱିଟ୍ ଯୋଗେ କହିଥିଲେ, ଇସଲାମ୍ ବିନା ଜୀବନ କିଛି ବି ନୁହେଁ। ତେବେ କାନେରିଆ ନିଜର ସେହି ପ୍ରଶଂସକଙ୍କୁ ଜବାବ ଦେବା ପାଇଁ ଆଦୌ କୁଣ୍ଠିତ ମନେ କରିନଥିଲେ ଏବଂ ଜବାବରେ ଲେଖିଥିଲେ, ଆପଣ (ସେହି ମହିଳା)ଙ୍କ ଭଳି ଅନେକେ ପ୍ରୟାସ କରିଛନ୍ତି, କିନ୍ତୁ ଏଥିରେ କେହିବି ସଫଳ ହୋଇନାହାନ୍ତି।


ଆମଲା ଗୁଲ୍ ନାମକ ଜଣେ ୟୁଜର୍ କାନେରିଆଙ୍କୁ ଟ୍ୱିଟ୍ କରି ଲେଖିଥିଲେ, "ଆପଣ ଇସଲାମ୍ ଧର୍ମ ଗ୍ରହଣ କରିନିଅନ୍ତୁ। ଇସଲାମ୍ ସବୁକିଛି। ମୁଁ ଜାଣିଛି ଯେ ଇସଲାମ୍ ବିନା ଜୀବନର କୌଣସି ମୂଲ୍ୟ ନାହିଁ। ଆପଣଙ୍କ ଜୀବନ ମୃତ୍ୟୁ ସହ ସମାନ। ଦୟାକରି ଆପଣ ଇସଲାମଙ୍କୁ ଗ୍ରହଣ କରିନିଅନ୍ତୁ।"

କାନେରିଆ ଜବାବରେ କହିଥିଲେ ଯେ ଆପଣଙ୍କ ଭଳି ଅନେକ ମୋତେ ଧର୍ମ ପରିବର୍ତ୍ତନ କରିବା ପାଇଁ ପ୍ରଲୋଭନ ଦେଖାଇଛନ୍ତି, କିନ୍ତୁ ଏଥିରେ ସଫଳ ହୋଇନାହାନ୍ତି। କେବଳ ଏତିକି ନୁହେଁ, କାନେରଆ ଆଉ ଜଣେ ୟୁଜରଙ୍କୁ ଜବାବ ଦେଇଛନ୍ତି, ହିନ୍ଦୁ ଭାବେ ମୁଁ ନିଜକୁ ଗର୍ବିତ ମନେ କରେ।


ସୂଚନାଯୋଗ୍ୟ, କାନେରିଆ ଗତ ବର୍ଷ ସେପ୍ଟେମ୍ବରରେ ହଠାତ୍ ଖୁବ୍ ଚର୍ଚ୍ଚାକୁ ଆସିଥିଲେ। ପାକିସ୍ତାନର ପୂର୍ବତନ ପେସ୍ ବୋଲର ଶୋଏବ ଅଖତର ଦୃଢ଼ତାର ସହ କହିଥିଲେ ଯେ କିଛି ପାକିସ୍ତାନୀ କ୍ରିକେଟର୍ କାନେରିଆଙ୍କ ସହ ଖାଇବା ପାଇଁ କୁଣ୍ଠିତ ମନେ କରୁଥିଲେ, କାରଣ ସେ ଜଣେ ହିନ୍ଦୁ। ତେବେ ପରେ ଅଖତର ସ୍ପଷ୍ଟ କରିଥିଲେ ଯେ କାନେରିଆଙ୍କୁ ନେଇ ମୁଁ ଦେଇଥିବା ମନ୍ତବ୍ୟକୁ ଭୁଲ୍ ଢଙ୍ଗରେ ପରିବେଷଣ କରାଯାଉଛି।

Related story