ବାକି ଆଶେସ୍ ଟେଷ୍ଟରେ ଅମ୍ପାୟାରିଂ କରିବେ ଧର୍ମସେନା ଓ ଏରାସମସ୍

ମ୍ୟାଞ୍ଚେଷ୍ଟର: ମାରାଇସ୍ ଏରାସମସ୍ ଓ ରୁଚିରା ପାଲିୟାଗୁରୁଗେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଆଶେସ୍ ସିରିଜର ଚତୁର୍ଥ ଓ ପଞ୍ଚମ ଟେଷ୍ଟ ମ୍ୟାଚରେ କୁମାର ଧର୍ମସେନାଙ୍କ ସହ ଅଫିସିଆଲ୍ ଦାୟିତ୍ୱ ତୁଲାଇବେ। ଧର୍ମସେନାଙ୍କୁ ଚତୁର୍ଥ ଟେଷ୍ଟ ପାଇଁ ଟିଭି ଅମ୍ପାୟାର ଭାବେ ନିଯୁକ୍ତ କରାଯାଇଥିଲା, କିନ୍ତୁ ଏବେ ସେ ବାକି ମ୍ୟାଚରେ ଏରାସମସଙ୍କ ସହ ଫିଲ୍ଡ ଅମ୍ପାୟାର ଦାୟିତ୍ୱ ବହନ କରିବେ। ସେହିପରି ପାଲିୟାଗୁରୁଗେ ଶେଷ ଦୁଇଟି ଟେଷ୍ଟରେ ଟିଭି ଅମ୍ପାୟାର ରହିବେ। ଅଷ୍ଟ୍ରେଲିଆ ଓ […]

umpire

umpire

Ranjit Kumar Jena
  • Published: Sunday, 01 September 2019
  • Updated: 01 September 2019, 08:32 PM IST

Sports

Latest News

ମ୍ୟାଞ୍ଚେଷ୍ଟର: ମାରାଇସ୍ ଏରାସମସ୍ ଓ ରୁଚିରା ପାଲିୟାଗୁରୁଗେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଆଶେସ୍ ସିରିଜର ଚତୁର୍ଥ ଓ ପଞ୍ଚମ ଟେଷ୍ଟ ମ୍ୟାଚରେ କୁମାର ଧର୍ମସେନାଙ୍କ ସହ ଅଫିସିଆଲ୍ ଦାୟିତ୍ୱ ତୁଲାଇବେ। ଧର୍ମସେନାଙ୍କୁ ଚତୁର୍ଥ ଟେଷ୍ଟ ପାଇଁ ଟିଭି ଅମ୍ପାୟାର ଭାବେ ନିଯୁକ୍ତ କରାଯାଇଥିଲା, କିନ୍ତୁ ଏବେ ସେ ବାକି ମ୍ୟାଚରେ ଏରାସମସଙ୍କ ସହ ଫିଲ୍ଡ ଅମ୍ପାୟାର ଦାୟିତ୍ୱ ବହନ କରିବେ।

ସେହିପରି ପାଲିୟାଗୁରୁଗେ ଶେଷ ଦୁଇଟି ଟେଷ୍ଟରେ ଟିଭି ଅମ୍ପାୟାର ରହିବେ। ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ଆସନ୍ତା ୪ ତାରିଖରୁ ଓଲ୍ଡ ଟ୍ରାଫର୍ଡରେ ଆରମ୍ଭ ହେବ। ସେହିପରି ପଞ୍ଚମ ତଥା ଅନ୍ତିମ ଟେଷ୍ଟ ସେପ୍ଟେମ୍ବର ୧୨ ତାରିଖରୁ ଓଭାଲରେ ଆରମ୍ଭ ହେବ।

ସିରିଜର ପ୍ରଥମ ତିନି ମ୍ୟାଚରେ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା ଏବଂ କିଛି ପୂର୍ବତନ ଖେଳାଳି କ୍ୱାଲିଟି ଅମ୍ପାୟାରିଂର ଦାବି କରିଥିଲେ। ଉଭୟ ଟିମ୍ ମଧ୍ୟରେ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜ୍ ୧-୧ରେ ବରାବର ସ୍ଥିତିରେ ରହିଛି। ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ ୨୫୧ ରନରେ ଜିତିଥିବା ବେଳେ ଦ୍ୱିତୀୟ ଟେଷ୍ଟ ଡ୍ର' ରହିଥିଲା। ଏହା ତୃତୀୟ ଟେଷ୍ଟକୁ ଆୟୋଜକ ଇଂଲଣ୍ଡ ୧ ୱିକେଟରେ ଜିତି ନେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos