ଅନ୍ତିମ ଟେଷ୍ଟ ଜିତି ସିରିଜ୍ ହାତେଇଲା ଇଂଲଣ୍ଡ

ଜୋହାନସବର୍ଗ: ମାର୍କ ଉଡଙ୍କ ଘାତକ ବୋଲିଂ ବଳରେ ଇଂଲଣ୍ଡ ଏଠାରେ ଚାଲିଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ୧୯୧ ରନରେ ପରାସ୍ତ କରିଛି। ଏହି ବିଜୟ ସହ ଇଂଲଣ୍ଡ ଚାରିମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୧ରେ ଜିତି ନେଇଛି। ସିରିଜର ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଥିବା ବେଳେ ଶେଷ ତିନୋଟି ମ୍ୟାଚରେ ଇଂଲଣ୍ଡ ଜବରଦସ୍ତ କମବ୍ୟାକ୍ କରି ବିଜୟ ହାସଲ କରିଛି। ଅନ୍ତିମ ଟେଷ୍ଟରେ ଇଂଲଣ୍ଡ ଟିମ୍ ଦକ୍ଷିଣ ଆଫ୍ରିକା ଆଗରେ ୪୬୬ […]

england

Ranjit Kumar Jena
  • Published: Monday, 27 January 2020
  • , Updated: 27 January 2020, 09:52 PM IST

ଜୋହାନସବର୍ଗ: ମାର୍କ ଉଡଙ୍କ ଘାତକ ବୋଲିଂ ବଳରେ ଇଂଲଣ୍ଡ ଏଠାରେ ଚାଲିଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ୧୯୧ ରନରେ ପରାସ୍ତ କରିଛି। ଏହି ବିଜୟ ସହ ଇଂଲଣ୍ଡ ଚାରିମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୧ରେ ଜିତି ନେଇଛି। ସିରିଜର ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଥିବା ବେଳେ ଶେଷ ତିନୋଟି ମ୍ୟାଚରେ ଇଂଲଣ୍ଡ ଜବରଦସ୍ତ କମବ୍ୟାକ୍ କରି ବିଜୟ ହାସଲ କରିଛି।

ଅନ୍ତିମ ଟେଷ୍ଟରେ ଇଂଲଣ୍ଡ ଟିମ୍ ଦକ୍ଷିଣ ଆଫ୍ରିକା ଆଗରେ ୪୬୬ ରନର ଟାର୍ଗେଟ୍ ଧାର୍ଯ୍ୟ କରିଥିଲା। ଏହାକୁ ପିଛା କରି ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସରେ ୨୭୪ ରନରେ ଅଲଆଉଟ୍ ହୋଇଛି। ଦଳ ପକ୍ଷରୁ ରାସି ଭାନ୍ ଡର୍ ଡୁସେନ୍ ସର୍ବାଧିକ ୯୮ (୧୩୮ ବଲ୍‌, ୧୫ ଚୌକା, ୨ ଛକା) ରନ୍ କରି ଶତକରୁ ବଞ୍ଚିତ ହୋଇଥିଲେ। ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ପିଟର୍ ମଲାନ୍ ୨୨, ଡିନ୍ ଏଲଗାର ୨୪, କ୍ୟାପଟେନ୍ ଫାଫ୍ ଡୁପ୍ଲେସିସ୍ ୩୫, କ୍ୱିଣ୍ଟନ୍ ଡି'କକ୍ ୩୯, ତେମ୍ବା ବାଭୁମା ୨୭ ରନ୍ କରିଥିଲେ।

ଇଂଲଣ୍ଡ ପକ୍ଷରୁ ମାର୍କ ଉଡ୍ ୪ଟି ୱିକେଟ୍ ନେଇଥିବା ବେଳେ ଷ୍ଟୁଆର୍ଟ ବ୍ରଡ୍ ଓ ବେନ୍ ଷ୍ଟୋକ୍ସ ୨ଟି ଲେଖାଏ ସଫଳତା ପାଇଥିଲେ। ମ୍ୟାଚରେ ମୋଟ ୯ଟି ୱିକେଟ୍ ନେଇଥିବା ଉଡ୍ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ସୂଚନାଯୋଗ୍ୟ, ଇଂଲଣ୍ଡ ପ୍ରଥମ ଇନିଂସରେ ୪୦୦ ରନ୍ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ୧୮୩ ରନ୍ କରି ଅଲଆଉଟ୍ ହୋଇଥିଲା । ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ୨୪୮ ରନ୍ କରିଥିଲା।

Related story