ଲାବୁଶେନଙ୍କ ଶତକ, ବଡ଼ ସ୍କୋର ଅଭିମୁଖେ ଅଷ୍ଟ୍ରେଲିଆ

ସିଡନୀ: ଅଷ୍ଟ୍ରେଲିଆର ଯୁବ ବ୍ୟାଟ୍ସମ୍ୟାନ୍ ମାର୍ନସ୍ ଲାବୁଶେନ୍ ଚଳିତ ସମର୍ ସିଜନରେ ନିଜର ଷଷ୍ଠ ମ୍ୟାଚରେ ଚତୁର୍ଥ ଶତକ ମାରି ବର୍ଷର ଶୁଭାରମ୍ଭ କରିଛନ୍ତି। ତାଙ୍କର ଏହି ଇନିଂସ ବଳରେ ଅଷ୍ଟ୍ରେଲିଆ ଏଠାରେ ଆରମ୍ଭ ହୋଇଥିବା ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ବର୍ଷର ପ୍ରଥମ ତଥା ତିନିମ୍ୟାଚ୍ ବିଶିଷ୍ଟ ସିରିଜର ତୃତୀୟ ତଥା ଅନ୍ତିମ ଟେଷ୍ଟରେ ୩ ୱିକେଟ୍ ହରାଇ ୨୮୩ ରନ୍ କରିଛି। ଏଥିସହ ଚଳିତ ବର୍ଷର ପ୍ରଥମ ଅନ୍ତର୍ଜାତୀୟ ଶତକ ଏବେ ଲାବୁଶେନଙ୍କ ନାଁରେ ହୋଇଛି। ଆଶେସ୍ […]

marnus

marnus

Ranjit Kumar Jena
  • Published: Friday, 03 January 2020
  • Updated: 03 January 2020, 04:47 PM IST

Sports

Latest News

ସିଡନୀ: ଅଷ୍ଟ୍ରେଲିଆର ଯୁବ ବ୍ୟାଟ୍ସମ୍ୟାନ୍ ମାର୍ନସ୍ ଲାବୁଶେନ୍ ଚଳିତ ସମର୍ ସିଜନରେ ନିଜର ଷଷ୍ଠ ମ୍ୟାଚରେ ଚତୁର୍ଥ ଶତକ ମାରି ବର୍ଷର ଶୁଭାରମ୍ଭ କରିଛନ୍ତି। ତାଙ୍କର ଏହି ଇନିଂସ ବଳରେ ଅଷ୍ଟ୍ରେଲିଆ ଏଠାରେ ଆରମ୍ଭ ହୋଇଥିବା ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ବର୍ଷର ପ୍ରଥମ ତଥା ତିନିମ୍ୟାଚ୍ ବିଶିଷ୍ଟ ସିରିଜର ତୃତୀୟ ତଥା ଅନ୍ତିମ ଟେଷ୍ଟରେ ୩ ୱିକେଟ୍ ହରାଇ ୨୮୩ ରନ୍ କରିଛି। ଏଥିସହ ଚଳିତ ବର୍ଷର ପ୍ରଥମ ଅନ୍ତର୍ଜାତୀୟ ଶତକ ଏବେ ଲାବୁଶେନଙ୍କ ନାଁରେ ହୋଇଛି। ଆଶେସ୍ ସିରିଜରେ ଡେବ୍ୟୁ କରିଥିବା ଲାବୁଶେନ୍ ଷ୍ଟିଭ୍ ସ୍ମିଥଙ୍କ ସହ ୧୫୬ ରନର ପାର୍ଟନରଶିପ୍ କରି ଅଷ୍ଟ୍ରେଲିଆକୁ ମଜଭୁତ୍ ସ୍କୋରରେ ପହଞ୍ଚାଇଛନ୍ତି। ଷ୍ଟମ୍ପ ଅପସାରଣ ବେଳକୁ ଲାବୁଶେନ୍ ୧୩୦ ଓ ମାଥ୍ୟୁ ୱେଡ୍ ୨୨ ରନ୍ କରି ଅପରାଜିତ ରହିଛନ୍ତି। ଲାବୁଶେନ୍ ୨୧୦ ବଲରେ ୧୨ ଚୌକା ଓ ଗୋଟିଏ ଛକା ମାରିଛନ୍ତି।

ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡ୍ ବୋଲରମାନେ ପୁଣିଥରେ ନିରାଶ କରିଛନ୍ତି। ନିୟମିତ କ୍ୟାପଟେନ୍ କେନ୍ ୱିଲିୟମସନଙ୍କ ଅନୁପସ୍ଥିତିରେ ଟମ୍ ଲାଥାନ ଦଳର ନେତୃତ୍ୱ ନେଇଛନ୍ତି। ତେବେ ଲାଥମ କ୍ୟାପଟେନ୍ ଭାବେ ନିଜର ପ୍ରଥମ ଟେଷ୍ଟରେ ଟସ୍ ହାରିଛନ୍ତି। ନ୍ୟୁଜିଲ୍ୟାଣ୍ଡ୍ ଦଳର ଦୁଇ ଫ୍ରଣ୍ଟଲାଇନ୍ ପେସର ଟିମ୍ ସାଉଦୀ ଓ ଟ୍ରେଣ୍ଟ ବୋଲ୍ଟ ଆହତ କାରଣରୁ ବାଦ୍ ପଡ଼ିଛନ୍ତି। ତେବେ ଦଳରେ ମ୍ୟାଟ୍ ହେନରୀ, ୱିଲିୟମ୍ ସମରଭିଲେ, ଜିତ୍ ରାଭାଲ୍ ଓ ଟଡ୍ ଆଷ୍ଟଲଙ୍କ ସାମିଲ୍ କରାଯାଇଛି। ୱିଲିୟମସନଙ୍କ ସ୍ଥାନରେ ଗ୍ଲେନ୍ ଫିଲିପ୍ସ ଏହି ମ୍ୟାଚ୍ ଜରିଆରେ ଟେଷ୍ଟ ଡେବ୍ୟୁ କରିଛନ୍ତି।

ଅଲରାଉଣ୍ଡର କଲିନ୍ ଡି'ଗ୍ରାଣ୍ଡହୋମ୍ କିୱି ଟିମକୁ ପ୍ରଥମ ସଫଳତା ଦେଇଥିଲେ। ସେ ଓପ୍ନର ଜୋ ବର୍ନସଙ୍କୁ ମାତ୍ର ୧୮ ରନ୍ କରି ପ୍ୟାଭିଲିୟନ୍ ପଠାଇଥିଲେ। ଏହା ପରେ ଇନଫର୍ମ ଓପ୍ନର ଡେଭିଡ୍ ୱାର୍ଣ୍ଣର୍ ଓ ଲାବୁଶେନ୍ ଦ୍ୱିତୀୟ ୱିକେଟ୍ ପାଇଁ ୫୬ ରନର ଭାଗୀଦାରୀ କରିଥିଲେ। ୱାର୍ଣ୍ଣର (୪୫) ପୁଣିଥରେ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ ଏବଂ ତାଙ୍କୁ ନିଲ୍ ୱାଗନର ଡି' ଗ୍ରାଣ୍ଡହୋମଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ କରାଇଥିଲେ। ଘରୋଇ ଦଳର ସବୁଠାରୁ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ସ୍ମିଥ୍ ଖାତା ଖୋଲିବା ପାଇଁ ୩୯ ବଲର ସହାୟତା ନେଇଥିଲେ। ଖାତା ଖୋଲିବା ପରେ ସେ ନିଜର ସ୍ୱାଭାବିକ ଖେଳ ଜାରି ରଖିଥିଲେ।

ସ୍ମିଥ୍ ଅର୍ଦ୍ଧଶତକ ମାରିବା ପରେ ଡି'ଗ୍ରାଣ୍ଡହୋମଙ୍କ ବଲରେ ସ୍ଲିପରେ ରସ୍ ଟେଲରଙ୍କୁ କ୍ୟାଚ୍ ଦେଇ ବସିଥିଲେ। ସେ ୧୮୨ ବଲରେ ୪ ଚୌକା ସହ ୬୩ ରନ୍ କରିଥିଲେ। ଏହା ମଧ୍ୟରେ ଲାବୁଶେନ୍ ନିଜର ଜବରଦସ୍ତ ବ୍ୟାଟିଂ ଜାରି ରଖି ୧୬୩ ବଲରେ କ୍ୟାରିୟରର ଚତୁର୍ଥ ଶତକ ପୂରଣ କରିଥିଲେ। ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ ଡି'ଗ୍ରାଣ୍ଡହୋମ୍ ୨ଟି ଓ ୱାଗନର ଗୋଟିଏ ୱିକେଟ୍ ନେଇଥିଲେ। ସୂଚନାଯୋଗ୍ୟ, ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ଜିତି ଅଷ୍ଟ୍ରେଲିଆ ସିରିଜକୁ ଆଗୁଆ ହାତେଇ ସାରିଛି। ସିଡନୀ ଟେଷ୍ଟରେ ମଧ୍ୟ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ବଡ଼ ସ୍କୋର କରି ମ୍ୟାଚ୍ ଜିତିବା ସହ ସିରିଜ୍ କ୍ଲିନସୁଇପ୍ କରିବାକୁ ଲକ୍ଷ୍ୟ ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story