ପଞ୍ଚମ ଆଶେସ୍ ଟେଷ୍ଟ: ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ

ଦି ଓଭାଲ୍: ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଆଶେସ୍ ଟେଷ୍ଟ ସିରିଜର ପଞ୍ଚମ ତଥା ଅନ୍ତିମ ମ୍ୟାଚ୍। ମ୍ୟାଚରେ ଅଷ୍ଟ୍ରେଲିଆ ଟିମ୍ କ୍ୟାପଟେନ୍ ଟିମ୍ ପେନ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଶେଷ ଖବର ମିଳିବା ସୁଦ୍ଧା ଇଂଲଣ୍ଡ ୮ ୱିକେଟ୍ ହରାଇ ୨୪୧ ରନ୍ କରିଛି। ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ୍ ମାର୍ଶ ପ୍ରତ୍ୟାବର୍ତ୍ତନ ଟେଷ୍ଟରେ […]

mitchell

Ranjit Kumar Jena
  • Published: Thursday, 12 September 2019
  • , Updated: 12 September 2019, 10:18 PM IST

ଦି ଓଭାଲ୍: ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଆଶେସ୍ ଟେଷ୍ଟ ସିରିଜର ପଞ୍ଚମ ତଥା ଅନ୍ତିମ ମ୍ୟାଚ୍। ମ୍ୟାଚରେ ଅଷ୍ଟ୍ରେଲିଆ ଟିମ୍ କ୍ୟାପଟେନ୍ ଟିମ୍ ପେନ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି।

ଶେଷ ଖବର ମିଳିବା ସୁଦ୍ଧା ଇଂଲଣ୍ଡ ୮ ୱିକେଟ୍ ହରାଇ ୨୪୧ ରନ୍ କରିଛି। ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ୍ ମାର୍ଶ ପ୍ରତ୍ୟାବର୍ତ୍ତନ ଟେଷ୍ଟରେ କମାଲ୍ କରିଛନ୍ତି । ସେ ଇଂଲଣ୍ଡର ଚାରିଜଣ ବ୍ୟାଟ୍ସମ୍ୟାନଙ୍କୁ ପ୍ୟାଭିଲିୟନ୍ ପଠାଇଛନ୍ତି। ଜୋସ୍ ବଟଲର୍ ୪୨ ଓ ଜ୍ୟାକ୍ ଲିଚ୍ ୨ ରନରେ ବ୍ୟାଟିଂ କରୁଛନ୍ତି।

ମ୍ୟାଚରେ ଇଂଲଣ୍ଡ ଏକ ସମୟରେ ୧୩୦ ରନରେ ୨ ୱିକେଟ୍ ହରାଇ ଭଲ ସ୍ଥିତିରେ ଥିଲା। କିନ୍ତୁ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁ ଇଂଲଣ୍ଡ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା। ଦଳ ପକ୍ଷରୁ କ୍ୟାପଟେନ୍ ଜୋ ରୁଟ୍ ସର୍ବାଧିକ ୫୭ ରନ୍ କରିଥିବା ବେଳେ ରୋରୀ ବର୍ନସ୍ ୪୭, ଜୋ ଡେନଲୀ, ବେନ୍ ଷ୍ଟୋକ୍ସ ୨୦, ଜନ୍ନି ବେୟାରଷ୍ଟୋ ୨୨, ସାମ୍ କୁରାନ୍ ୧୫, କ୍ରିସ୍ ଓକ୍ସ ୨ ଓ ଜୋଫ୍ରା ଆର୍ଚର୍ ୯ ରନ୍ କରି ଆଉଟ୍ ହୋଇଛନ୍ତି। ଅଷ୍ଟ୍ରେଲିଆ ପକ୍ଷରୁ ମାର୍ଶ ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ପ୍ୟାଟ୍ କମିନ୍ସ ଓ ଜୋଶ୍ ହେଜଲଉଡ୍ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

Related story