ନୂଆଦିଲ୍ଲୀ: ଭାରତର ବକ୍ସିଂ ସୁପରଓମ୍ୟାନ୍ ଅଲିମ୍ପିଆନ୍ ମ୍ୟାରିକମ୍ ଷଷ୍ଠ ଥର ପାଇଁ ବିଶ୍ୱ ଟାଇଟଲ୍ ହାସଲ କରିବା ସହିତ ଇଣ୍ଟରନ୍ୟାସନାଲ ବକ୍ସିଂ ଆସୋସିଏସନ୍(AIBA)ର ସଦ୍ୟ ପ୍ରକାଶିତ ବିଶ୍ୱ ରାଙ୍କିଙ୍ଗ୍ରେ ଶ୍ରେଷ୍ଠ ତାଲିକା ହାସଲ କରିଛନ୍ତି। ୧୭୦୦ ପଏଣ୍ଟ ଡିଭିଜନ୍ ଓଜନ ବର୍ଗରେ ସେ ତାଲିକାର ଶୀର୍ଷରେ ଅଛନ୍ତି।
୨୦୨୦ ଅଲମ୍ପିକ୍ରେ ସେ ୫୧ କେଜି ବର୍ଗରେ ଭାଗ ନେବାର ଅଛି। କାରଣ ସେ ଭାଗ ନେଇଆସୁଥିବା ୪୮କେଜି ବର୍ଗ ଏଥର ଏହି କ୍ରୀଡ଼ା ମହାକୁମ୍ଭରେ ସ୍ଥାନ ପାଇନି।
୨୦୧୮ ବର୍ଷ ଆରମ୍ଭରୁ ହିଁ ଚମତ୍କାର ପ୍ରଦର୍ଶନ କରିଥିବା ମ୍ୟାରୀ ତମାମ ବର୍ଷ ସଫଳତା ସାଉଁଟିଥିଲେ। ଏହା ଇଣ୍ଡିଆନ୍ ଓପନ୍ ସ୍ୱର୍ଣ୍ଣ ପଦକରୁ ଆରମ୍ଭ ହୋଇଥିଲା ଏବଂ ବିଶ୍ୱ ଚାମ୍ପିଅନ୍ଶିପ୍ ସ୍ୱର୍ଣ୍ଣରେ ସରିଥିଲା। ୩ ସନ୍ତାନଙ୍କ ମା ମ୍ୟାରୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ହାସଲ କରିବା ସହିତ ବୁଲ୍ଗେରିଆରେ ଆୟୋଜିତ ଷ୍ଟ୍ରାଞ୍ଜା ମେମୋରିଆଲରେ ରୌପ୍ୟ ହାସଲ କରିଥିଲେ।
ମ୍ୟାରୀ ଅଲିମ୍ପିକ୍ରେ ପଦକ ଜିତିବାରେ ଏକମାତ୍ର ଭାରତୀୟ ମହିଳା ବକ୍ସର।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
କାର୍ ଭିତରୁ ମିଳିଲା ପୁଳା ପୁଳା ସୁନା, ୨ ଗିରଫ
ଚେକିଂ ବେଳେ କାର୍ ଭିତରୁ ୧୫ କେଜି ସୁନା ଜବତ ହୋଇଛି। କପଡା ଭିତରେ ଲୁଚାଇ ଅଭିଯୁକ୍ତମାନେ ଏହି ସୁନାକୁ ନେଇ ଯାଉଥିଲେ।
National
୪୦୦ ଟଙ୍କା ଦେବାକୁ କହିଲେ କ୍ୟାବ୍ ଡ୍ରାଇଭର, ଛୁରୀ ଭୁଷି ଦେଲା ନାବାଳକ
୪୦୦ ଟଙ୍କା ଭଡାକୁ ନେଇ ରକ୍ତାକ୍ତ ସଂଘର୍ଷ ଘଟିଛି। ପରେ ଜଣେ ୨୬ ବର୍ଷୀୟ କ୍ୟାବ ଡ୍ରାଇଭରଙ୍କୁ ଯାତ୍ରୀ ଏବଂ ତାଙ୍କ ସାଙ୍ଗମାନେ ମିଶି ଛୁରୀ ଭୁଷି ହତ୍ୟା କରିଛନ୍ତି।
National
GST କାଉନସିଲ୍ ବୈଠକ, ଶସ୍ତା ହୋଇପାରେ ଅନ୍ଲାଇନ୍ ଖାଦ୍ୟ
ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍ ଟିକସ ଛାଡ ହୋଇପାରେ। ସେହିପରି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ଉପରେ ପ୍ରିମିୟମ୍କୁ ଜିଏସ୍ଟି ମୁକ୍ତ କରାଯାଇପାରେ।
National
ଅପରାଧୀଙ୍କୁ ନ ଧରିବା ମହଙ୍ଗା ପଡ଼ିଲା;୧୩୪ ପୁଲିସ୍ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ
ମାମଲାଗୁଡ଼ିକ ୫ ବର୍ଷ, ୧୦ ବର୍ଷ ପଡ଼ି ରହିଥିବା ବେଳେ ନ୍ୟାୟ ପାଇଁ ଦୌଡ଼ୁଥିଲେ ସାଧାରଣ ଲୋକେ। ଏପରି ସାଂଘାତିକ ଘଟଣାର ଖୁଲାସା ହେବା ପରେ ୧୩୪ ପୁଲିସ୍ ଅଧିକାରୀଙ୍କ ବିରୋଧରେ ରୁଜୁ ହୋଇଛି ମାମଲା ।
National
ବ୍ୟାଙ୍କକ୍ରୁ ଆଣୁଥିଲେ ୧୧ କୋଟି ମୂଲ୍ୟର ଗଞ୍ଜେଇ, ବିମାନବନ୍ଦରରେ ଧରା ପଡ଼ିଗଲେ
ବିମାନ ବନ୍ଦରରୁ ଜବତ ହେଲା ୧୧ କୋଟିରୁ ଅଧିକ ମୂଲ୍ୟର ଗଞ୍ଜେଇ । ଜଣେ ଯାତ୍ରୀଙ୍କ ବ୍ୟାଗ୍ରୁ ଜବତ ହୋଇଛି ଏହି ବିପୁଳ ପରିମାଣର ନିଶା ଦ୍ରବ୍ୟ।