ପ୍ରେସିଡେଣ୍ଟ୍ କପ୍ ବକ୍ସିଂରେ ସ୍ୱର୍ଣ୍ଣ ଜିତିଲେ ମ୍ୟାରୀ କମ୍

ନୂଆଦିଲ୍ଲୀ: ୬ଥରର ବିଶ୍ୱ ଚାମ୍ପିୟନ୍ ଭାରତର ଏମସି ମ୍ୟାରୀ କମ୍ ରବିବାର ଇଣ୍ଡୋନେସିଆର ଲାବୁଆନ୍ ବାଜେରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇ ୨୩ତମ ପ୍ରେସିଡେଣ୍ଟ କପ୍ ବକ୍ସିଂ ଟୁର୍ଣ୍ଣାମେଣ୍ଟର ଏକତରଫା ୫୧ କେଜି ବର୍ଗର ଫାଇନାଲରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଅଲିମ୍ପିକ୍ ବ୍ରୋଞ୍ଜ ପଦକ ବିଜେତା ମ୍ୟାରୀ କମ୍ ଫାଇନାଲରେ ଅଷ୍ଟ୍ରେଲିଆର ଏପ୍ରିଲ୍ ଫ୍ରାଙ୍କସଙ୍କୁ ୫-୦ରେ ହରାଇ ଏହି ସଫଳତା ହାସଲ କରିଛନ୍ତି। ୩୬ ବର୍ଷୀୟା ଏହି ଭାରତୀୟ ବକ୍ସର୍ ମେ’ ମାସରେ ଆୟୋଜିତ ଇଣ୍ଡିଆ ଓପନ୍ […]

mary

mary

Ranjit Kumar Jena
  • Published: Sunday, 28 July 2019
  • Updated: 28 July 2019, 04:36 PM IST

Sports

Latest News

ନୂଆଦିଲ୍ଲୀ: ୬ଥରର ବିଶ୍ୱ ଚାମ୍ପିୟନ୍ ଭାରତର ଏମସି ମ୍ୟାରୀ କମ୍ ରବିବାର ଇଣ୍ଡୋନେସିଆର ଲାବୁଆନ୍ ବାଜେରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇ ୨୩ତମ ପ୍ରେସିଡେଣ୍ଟ କପ୍ ବକ୍ସିଂ ଟୁର୍ଣ୍ଣାମେଣ୍ଟର ଏକତରଫା ୫୧ କେଜି ବର୍ଗର ଫାଇନାଲରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଅଲିମ୍ପିକ୍ ବ୍ରୋଞ୍ଜ ପଦକ ବିଜେତା ମ୍ୟାରୀ କମ୍ ଫାଇନାଲରେ ଅଷ୍ଟ୍ରେଲିଆର ଏପ୍ରିଲ୍ ଫ୍ରାଙ୍କସଙ୍କୁ ୫-୦ରେ ହରାଇ ଏହି ସଫଳତା ହାସଲ କରିଛନ୍ତି।

୩୬ ବର୍ଷୀୟା ଏହି ଭାରତୀୟ ବକ୍ସର୍ ମେ' ମାସରେ ଆୟୋଜିତ ଇଣ୍ଡିଆ ଓପନ୍ ବକ୍ସିଂ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଥିଲେ। କିନ୍ତୁ ଅଲିମ୍ପିକକ କ୍ୱାଲିଫିକେସନ୍ ନିଜର ସୁଯୋଗକୁ ବଢ଼ାଇବା ଯୋଜନା ଅନ୍ତର୍ଗତ ସେ ଏସିଆନ୍ ଚାମ୍ପିଅନଶିପରୁ ଓହରିଯାଇଥିଲେ। ଏସିଆନ୍ ଚାମ୍ପିଅନଶିପ୍ ମେ' ମାସରେ ଥାଇଲ୍ୟାଣ୍ଡରେ ଅନୁଷ୍ଠିତ ହୋଇଥିଲା।


ମ୍ୟାରୀ କମ୍ ନିଜକୁ ପରୀକ୍ଷଣ କରିବା ଉଦ୍ଦେଶ୍ୟରେ ପ୍ରେସିଡେଣ୍ଟ କପରେ ଭାଗ ନେଇଥିଲେ। ଆଗକୁ ବିଶ୍ୱ ଚାମ୍ପିୟନଶିପ୍ ଥିବାରୁ ମ୍ୟାରୀଙ୍କ ପାଇଁ ଏହି ଟୁର୍ଣ୍ଣାମେଣ୍ଟ ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା। ପ୍ରେସିଡେଣ୍ଟ କପର ସଫଳତା ମ୍ୟାରୀଙ୍କୁ ବିଶ୍ୱ ଚାମ୍ପିୟନଶିପରେ ବେଶ୍ ସହାୟକ ହେବ।

ଗତବର୍ଷ ଦିଲ୍ଲୀରେ ଆୟୋଜିତ ବିଶ୍ୱ ଚାମ୍ପିୟନଶିପରେ ମ୍ୟାରୀ କମ୍ ନିଜର ଷଷ୍ଠ ଟାଇଟଲ୍ ଜିତିଥିଲେ। ଚଳିତ ବର୍ଷ ସେପ୍ଟେମ୍ବର ୭ରୁ ୨୧ ତାରିଖ ପର୍ଯ୍ୟନ୍ତ ବିଶ୍ୱ ଚାମ୍ପିୟନଶିପ୍ ଆୟୋଜିତ ହେବ। ଏଥିରେ ସଫଳ ହୋଇ ସେ ଆସନ୍ତାବର୍ଷ ଟୋକିଓ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିବାକୁ ଲକ୍ଷ୍ୟ ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos