ଦ୍ୱିତୀୟ ଟେଷ୍ଟ: ମୟଙ୍କଙ୍କ ଶତକ, ଭାରତ ୨୭୩/୩

ପୁଣେ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ଏଠାରେ ଆରମ୍ଭ ହୋଇଛି। ମ୍ୟାଚର ପ୍ରଥମ ଦିବସ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ନାଁରେ ରହିଛି। ଯୁବ ଓପ୍ନର ମୟଙ୍କ ଅଗ୍ରୱାଲଙ୍କ ଦ୍ୱିତୀୟ ଶତକ ଏବଂ କ୍ୟାପଟେନ୍ ବିରାଟ୍ କୋହଲି ଓ ଚେତେଶ୍ୱର ପୂଜାରାଙ୍କ ଅର୍ଦ୍ଧଶତକ ବଳରେ ଭାରତ ପ୍ରଥମ ଦିବସର ଖେଳ ଶେଷ ସୁଦ୍ଧା ୮୫.୧ ଓଭରରେ ୩ ୱିକେଟ୍ ହରାଇ ୨୭୩ ରନ୍ କରି ଭଲ ସ୍ଥିତିରେ ରହିଛି। ତେବେ […]

mayanka

mayanka

Ranjit Kumar Jena
  • Published: Thursday, 10 October 2019
  • Updated: 10 October 2019, 05:42 PM IST

Sports

Latest News

ପୁଣେ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ଏଠାରେ ଆରମ୍ଭ ହୋଇଛି। ମ୍ୟାଚର ପ୍ରଥମ ଦିବସ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ନାଁରେ ରହିଛି। ଯୁବ ଓପ୍ନର ମୟଙ୍କ ଅଗ୍ରୱାଲଙ୍କ ଦ୍ୱିତୀୟ ଶତକ ଏବଂ କ୍ୟାପଟେନ୍ ବିରାଟ୍ କୋହଲି ଓ ଚେତେଶ୍ୱର ପୂଜାରାଙ୍କ ଅର୍ଦ୍ଧଶତକ ବଳରେ ଭାରତ ପ୍ରଥମ ଦିବସର ଖେଳ ଶେଷ ସୁଦ୍ଧା ୮୫.୧ ଓଭରରେ ୩ ୱିକେଟ୍ ହରାଇ ୨୭୩ ରନ୍ କରି ଭଲ ସ୍ଥିତିରେ ରହିଛି। ତେବେ ପ୍ରଥମ ଟେଷ୍ଟର ଉଭୟ ଇନିଂସରେ ଶତକ ମାରିଥିବା ହିଟମ୍ୟାନ୍ ରୋହିତ୍ ଶର୍ମା ଫେଲ୍ ମାରିଛନ୍ତି। ଭାରତ ପକ୍ଷରୁ ମୟଙ୍କ ସର୍ବାଧିକ ୧୦୮ (୧୯୫ ବଲ୍‌, ୧୬ ଚୌକା, ୨ ଛକା) ରନ୍ କରି ଆଉଟ୍ ହୋଇଛନ୍ତି। ଷ୍ଟମ୍ପ ଅପସାରଣ ବେଳକୁ କ୍ୟାପଟେନ୍ କୋହଲି ୬୩ (୧୦୫ ବଲ୍‌, ୧୦ ଚୌକା) ଓ ଭାଇସ୍‌-କ୍ୟାପଟେନ୍ ଆଜିଙ୍କ୍ୟ ରାହାଣେ ୧୮ ରନ୍ କରି ଅପରାଜିତ ରହିଛନ୍ତି।

ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ କୋହଲି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ମ୍ୟାଚରେ କୋହଲି ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛନ୍ତି। ଭଲ ଫର୍ମରେ ଥିବା ହନୁମା ବିହାରୀଙ୍କୁ ବାଦ୍ ଦେଇ ତାଙ୍କ ସ୍ଥାନରେ ଅତିରିକ୍ତ ପେସର ଭାବେ ଉମେଶ ଯାଦବଙ୍କୁ ସାମିଲ୍ କରିଛନ୍ତି।

ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଭାରତକୁ ଦଶମ ଓଭରରେ ବଡ଼ ଝଟକା ଲାଗିଥିଲା। ଭାଇଜାଗରେ ଲଗାତାର ଦୁଇଟି ଶତକ ମାରି ଜବରଦସ୍ତ ଫର୍ମରେ ଥିବା ରୋହିତ୍ (୧୪)ଙ୍କୁ କାଗିସୋ ରବାଡା ପ୍ୟାଭିଲିୟନ୍ ପଠାଇଥିଲେ। ଏହା ପରେ ମୟଙ୍କ ଓ ପୂଜାରା ଦ୍ୱିତୀୟ ୱିକେଟ୍ ପାଇଁ ୧୩୮ ରନର ଶତକୀୟ ଭାଗୀଦାରୀ କରି ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ନିରାଶ କରିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଭର୍ନନ୍ ଫିଲାଣ୍ଡର ଓ ରବାଡା ନିଜର ସଠିକ୍ ଲାଇନ୍ ଲେନ୍ଥ ଦ୍ୱାରା ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ସମସ୍ୟାରେ ପକାଇଥିଲେ।

ପୂଜାରା ଭାଇଜାଗରେ ପ୍ରଥମ ଇନିଂସରେ ଫେଲ୍ ମାରିଥିବା ବେଳେ ଦ୍ୱିତୀୟ ଇନିଂସରେ ୮୧ ରନର ଇନିଂସ୍ ଖେଳିଥିଲେ। ଏଠାରେ ସେ ନିଜର ଏହି ଫର୍ମ ବଜାୟ ରଖି ଆଉ ଏକ ଅର୍ଦ୍ଧଶତକ ହାସଲ କରିଥିଲେ। ତେବେ ଚା'ପାନ ବିରତିର ଗୋଟିଏ ମିନିଟ୍ ପୂର୍ବରୁ ପୂଜାରାଙ୍କୁ ରବାଡା ପ୍ୟାଭିଲିୟନ୍ ପଠାଇଥିଲେ। ଆଉଟ୍ ହେବା ପୂର୍ବରୁ ସେ ୫୮ (୧୧୨ ବଲ୍‌, ୯ ଚୌକା, ୧ ଛକା) ରନ୍ କରିଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା କୋହଲି ଆରମ୍ଭରୁ ସତର୍କତାର ସହ ବ୍ୟାଟିଂ କରିଥିଲେ। ମୟଙ୍କ ବ୍ୟକ୍ତିଗତ ୮୭ ରନ୍ କରିଥିବା ବେଳେ ଭ୍ରମଣକାରୀ ସ୍ପିନର୍ କେଶବ ମହାରାଜଙ୍କୁ ଲଗାତାର ଦୁଇଟି ଛକା ମାରି ୯୯ ରନରେ ପହଞ୍ଚିଥିଲେ। ପରବର୍ତ୍ତୀ ଓଭରରେ ଫିଲାଣ୍ଡରଙ୍କୁ ବାଉଣ୍ଡ୍ରୀ ମାରି ମୟଙ୍କ ନିଜର ଦ୍ୱିତୀୟ ଟେଷ୍ଟ ଶତକ ପୂରଣ କରିଥିଲେ। କିନ୍ତୁ ସେ ନିଜ ଶତକକୁ ଦ୍ୱିଶତକରେ ପୂରଣ କରିପାରିନଥିଲେ। ଏହି ଓପ୍ନରଙ୍କୁ ରବାଡା ନିଜର ତୃତୀୟ ଶିକାର ବନାଇଥିଲେ।

୧୯୮ ରନରେ ୩ ୱିକେଟ୍ ହରାଇବା ପରେ କୋହଲି ଓ ରାହାଣେଙ୍କ ଉପରେ ଚାପ ବଢ଼ିଯାଇଥିଲେ। ଏହା ପରେ କୋହଲି ନିଜର ଚିରାଚରିତ ବ୍ୟାଟିଂ ଜାରି ରଖି ଅର୍ଦ୍ଧଶତକ ମାରିଥିବା ବେଳେ ରାହାଣେ ଧିମା ବ୍ୟାଟିଂ କରି ତାଙ୍କୁ ସହଯୋଗ କରିଥିଲେ। ୱେଷ୍ଟଇଣ୍ଡିଜ୍ ଗସ୍ତରେ ଭଲ ପ୍ରଦର୍ଶନ କରିଥିବା ରାହାଣେ ଏଠାରେ ରନ୍ ପାଇଁ ସଂଘର୍ଷ କରିଥିଲେ। କୋହଲି ଓ ରାହାଣେ ଚତୁର୍ଥ ୱିକେଟ୍ ପାଇଁ ଅପରାଜିତ ୭୫ ରନର ଭାଗୀଦାରୀ କରିଛନ୍ତି। ଦ୍ୱିତୀୟ ଦିବସରେ କୋହଲି ୨୬ତମ ଟେଷ୍ଟ ଶତକ ମାରି ଭାରତକୁ ବଡ଼ ସ୍କୋରରେ ପହଞ୍ଚାଇବାକୁ ଚାହିଁବେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ରବାଡା ୩ଟି ଯାକ ୱିକେଟ୍ ନେଇଛନ୍ତି।

ସଂକ୍ଷିପ୍ତ ସ୍କୋର
ଭାରତ ପ୍ରଥମ ଇନିଂସ୍ ୨୭୩/୩, ୮୫.୧ ଓଭର: ମୟଙ୍କ ଅଗ୍ରୱାଲ୍ ୧୦୮, ଚେତେଶ୍ୱର ପୂଜାରା ୫୮, ରୋହିତ୍ ଶର୍ମା ୧୪, ବିରାଟ୍ କୋହଲି ୬୩*, ଆଜିଙ୍କ୍ୟ ରାହାଣେ ୧୮*, କାଗିସୋ ରବାଡା ୩/୪୮।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story