ସୁପର ସଣ୍ଡେରେ ସୁପର ଫନ୍: କ୍ରିକେଟ୍ ମଇଦାନରେ ଲଢ଼ିଲେ ନେତା, ପ୍ରଶାସକ ଓ ସାମ୍ବାଦିକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟାଟାଷ୍ଟିଲ ଫ୍ରେଣ୍ଡସିପ୍ କପରେ ବାଜି ମାରିଲା ମିଡ଼ିଆ ଏକାଦଶ। ପ୍ରଶାସକ ଏକାଦଶକୁ ହରାଇ ଚାମ୍ପିଅନ ହୋଇଛି ମିଡିଆ ଇଲେଭେନ୍। ସୁପର ସଣ୍ଡରେ ଆଜି ରାଜଧାନୀରେ ଦେଖିବାକୁ ମିଳିଥିଲା ସୁପର ଫନ୍। କ୍ରିକେଟ୍ ଫିଲ୍ଡରେ ଏକାଠି ହୋଇଥିଲେ ନେତା, ପ୍ରଶାସକ ଓ ଗଣମାଧ୍ୟମ ପ୍ରତିନିଧି। ଏଠି ନଥିଲା ରାଜନୈତିକ ବୟାନ ବାଜି କି ଆରୋପ ପ୍ରତ୍ୟାରୋପ। ଟିମ୍ ସ୍ପିରିଟ୍ ନେଇ ଏକ ହୋଇ ସମସ୍ତେ ଓହ୍ଲାଇଥିଲେ ମଇଦାନକୁ। ଟାଟା ଷ୍ଟିଲ୍ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ […]

vlcsnap-5875-01-07-10h31m27s878

vlcsnap-5875-01-07-10h31m27s878

Rakesh Mallick
  • Published: Sunday, 17 December 2017
  • Updated: 17 December 2017, 08:41 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟାଟାଷ୍ଟିଲ ଫ୍ରେଣ୍ଡସିପ୍ କପରେ ବାଜି ମାରିଲା ମିଡ଼ିଆ ଏକାଦଶ। ପ୍ରଶାସକ ଏକାଦଶକୁ ହରାଇ ଚାମ୍ପିଅନ ହୋଇଛି ମିଡିଆ ଇଲେଭେନ୍। ସୁପର ସଣ୍ଡରେ ଆଜି ରାଜଧାନୀରେ ଦେଖିବାକୁ ମିଳିଥିଲା ସୁପର ଫନ୍।

କ୍ରିକେଟ୍ ଫିଲ୍ଡରେ ଏକାଠି ହୋଇଥିଲେ ନେତା, ପ୍ରଶାସକ ଓ ଗଣମାଧ୍ୟମ ପ୍ରତିନିଧି। ଏଠି ନଥିଲା ରାଜନୈତିକ ବୟାନ ବାଜି କି ଆରୋପ ପ୍ରତ୍ୟାରୋପ। ଟିମ୍ ସ୍ପିରିଟ୍ ନେଇ ଏକ ହୋଇ ସମସ୍ତେ ଓହ୍ଲାଇଥିଲେ ମଇଦାନକୁ। ଟାଟା ଷ୍ଟିଲ୍ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଣି ଦେଇଥିଲା ଏଭଳି ନିଆରା ଅନୁଭୁତି। ବ୍ୟସ୍ତବହୁଳ କାର୍ଯ୍ୟସୂଚୀରୁ ଟିକେ ଫୁରୁସତ ମିଳିଥିବାରୁ ସମସ୍ତେ ଏହାକୁ ମନଭରି ଉପଭୋଗ କରିଥିଲେ। ଭାବର ଆଦାନ ପ୍ରଦାନ ସହ ସମୟ ହାଲକା ଫୁଲକା ପରିବେଶର ମଜା ବି ଉଠାଇଥିଲେ।

ରାଜନେତା ଏକାଦଶକୁ ହରାଇ ଫାଇନାଲକୁ ଯାଇଥିଲା ମିଡିଆ ଏକାଦଶ। ସେହିପରି ଟାଟା ଷ୍ଟିଲ୍କୁ ହରାଇ ଫାଇନାଲରେ ପହଞ୍ଚିଥିଲା ପ୍ରଶାସକ ଏକାଦଶ। ଫାଇନାଲ ସଂଘର୍ଷପୂର୍ଣ୍ଣ ହୋଇଥିଲା ତେବେ ପ୍ରଶାସକ ଏକାଦଶକୁ ୬ ଓ୍ୱିକେଟରେ ମାତ୍ ଦେଇ ବାଜି ମାରିନେଇଥିଲା ମିଡିଆ ଏକାଦଶ।

https://www.youtube.com/watch?v=lO_u6WmQU_g

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos