ମେସିଙ୍କ ପରିବାର ଲୋକଙ୍କୁ ମାଡ ମାରିଲେ ଚିଲି ସମର୍ଥକ

ନୂଆଦିଲ୍ଲୀ: ଗତକାଲି ଅନୁଷ୍ଠିତ କୋପା ଆମେରିକା ଫାଇନାଲ ମ୍ୟାଚରେ ଆର୍ଜେଣ୍ଟିନାର ଖେଳାଳି ଲିଓନେଲ୍ ମେସିଙ୍କ ପରିବାର ଲୋକଙ୍କୁ ଚିଲିର ସମର୍ଥକ ମାନେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। କୋପା ଆମେରିକା ଫାଇନାଲରେ ଚିଲି ବିଜୟୀ ହୋଇଥିଲା। ହାପ୍-ଟାଇମ୍ ପୂର୍ବରୁ ଏହି ଘଟଣା ଘଟିଥିଲ। । ମେସିଙ୍କ ଭାଇ ରୋଡରିଗୋଙ୍କୁ ଚିଲିର ଜଣେ ସମର୍ଥକ ବାଡେଇ ଥିଲେ। ଜୋରସୋର ଯୁକ୍ତି ତର୍କ ପରେ ଚିଲିର ସମର୍ଥକ ଜଣଙ୍କ ରୋଡରିଗୋକୁ ଆକ୍ରମଣ କରିଥିଲେ। ସେହିଭଳି ଆର୍ଜେଣ୍ଟିନା ଟିମର ଫରୱାଡର  ସରଜିଓ […]

messi

Rakesh Mallick
  • Published: Sunday, 05 July 2015
  • , Updated: 05 July 2015, 11:48 AM IST

ନୂଆଦିଲ୍ଲୀ: ଗତକାଲି ଅନୁଷ୍ଠିତ କୋପା ଆମେରିକା ଫାଇନାଲ ମ୍ୟାଚରେ ଆର୍ଜେଣ୍ଟିନାର ଖେଳାଳି ଲିଓନେଲ୍ ମେସିଙ୍କ ପରିବାର ଲୋକଙ୍କୁ ଚିଲିର ସମର୍ଥକ ମାନେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। କୋପା ଆମେରିକା ଫାଇନାଲରେ ଚିଲି ବିଜୟୀ ହୋଇଥିଲା।

ହାପ୍-ଟାଇମ୍ ପୂର୍ବରୁ ଏହି ଘଟଣା ଘଟିଥିଲ। । ମେସିଙ୍କ ଭାଇ ରୋଡରିଗୋଙ୍କୁ ଚିଲିର ଜଣେ ସମର୍ଥକ ବାଡେଇ ଥିଲେ। ଜୋରସୋର ଯୁକ୍ତି ତର୍କ ପରେ ଚିଲିର ସମର୍ଥକ ଜଣଙ୍କ ରୋଡରିଗୋକୁ ଆକ୍ରମଣ କରିଥିଲେ। ସେହିଭଳି ଆର୍ଜେଣ୍ଟିନା ଟିମର ଫରୱାଡର  ସରଜିଓ ଅଗୁଏରୋଙ୍କ ପରିବାର ଲୋକଙ୍କୁ  ବି ଚିଲିର ସମର୍ଥକ ମାନେ ଟଣାଓଟରା କରିଥିବା ଅଭିଯୋଗ ହୋଇଛି।

ଚିଲି ୪-୧ ଆର୍ଜେଣ୍ଟିନାକୁ ହରାଇ ପ୍ରଥମ ଥର ପାଇଁ କୋପା ଆମେରିକା ଟାଇଟଲ୍ ଜିତିଛି । ଅନ୍ୟପକ୍ଷରେ ଗତ ୧୨ ମାସରେ ଦ୍ୱିତୀୟ ଥର ପାଇଁ ମେସି ଏକ ବଡ ଫାଇନାଲରେ ଦଳକୁ  ବିଜୟୀ କରାଇବାରେ ବିଫଳ ହୋଇଛନ୍ତି। ଏହାପୂର୍ବରୁ ମେସିଙ୍କ ଦଳ ବିଶ୍ୱକପ ଫାଇନାଲରେ ଜର୍ମାନୀ ଠାରୁ ପରାସ୍ତ ହୋଇଥିଲା।

Related story