କିମ୍ବଦନ୍ତୀ ହକି ତାରକା ମାଇକେଲ କିଣ୍ଡୋଙ୍କ ପରଲୋକ
ରାଉରକେଲା(ପବନ ତିୱାରୀ): କିମ୍ବଦନ୍ତୀ ହକି ତାରକା ତଥା ୭୦ ଦଶକର ବିଶ୍ୱବିଜୟୀ ଭାରତୀୟ ଦଳର ଅନ୍ୟତମ ସଦସ୍ୟ ମାଇକେଲ କିଣ୍ଡୋଙ୍କ ଆଜି ପରଲୋକ ହୋଇଯାଇଛି। ରାଉରକେଲା ଆଇଜିଏଚରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ୭୩ ବର୍ଷ ବୟସରେ ପରଲୋକ ହୋଇଛି। ତାଙ୍କ ବିୟୋଗରେ ଓଡ଼ିଶା ସମେତ ଭାରତୀୟ କ୍ରୀଡ଼ା ଜଗତରେ ଛାୟା ଖେଳି ଯାଇଛି।
Deeply saddened to know the passing away of hockey legend and Arjuna Awardee #MichaelKindo, a tribal icon and part of India's World Cup winning team of 1975. My thoughts are with his family and fans.
— Naveen Patnaik (@Naveen_Odisha) December 31, 2020
୧୯୭୫ ମସିହାରେ ବିଶ୍ୱକପ୍ ହକି ଜିତିଥିଲା ଭାରତୀୟ। ଏହି ଟିମ୍ର ସଦସ୍ୟ ଥିଲେ କିଣ୍ଡୋ। ସେ ଜଣେ ଭଲ ଡିଫେଣ୍ଡର। ସେ ଅର୍ଜୁନ ପୁରସ୍କାରରେ ସମ୍ମାନିତ ହୋଇଥିଲେ। ମାସେ ଧରି ମାଇକେଲ କିଣ୍ଡୋ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ଆଇଜିଏଚ୍ରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟଅବସ୍ଥା ବିଗୁଡ଼ୁଥିବା ଦେଖି ଡାକ୍ତର ତାଙ୍କୁ ଆଇସିୟୁରେ ଭର୍ତ୍ତି କରିଥିଲେ। ଗତ ୭ ଦିନ ଧରି ସେ ଆଇସିୟୁରେ ଥିଲେ। ଆଜି ତାଙ୍କର ବିୟୋଗ ଘଟିଛି।
କିମ୍ବଦନ୍ତୀ ହକି ତାରକା ମାଇକେଲ କିଣ୍ଡୋଙ୍କ ବିୟୋଗରେ ଦୁଃଖପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।