ଅଲ୍ ଇଣ୍ଡିଆ ପୁଲିସ୍ ରେସଲିଂରେ ରୌପ୍ୟ ଜିତିଲେ ମିନତି

ଭୁବନେଶ୍ୱର: ଓଡ଼ିଶା ପୁଲିସ୍ କନଷ୍ଟେବଳ ମିନତି ଦାସ ରାଜସ୍ଥାନର ଜୟପୁରରେ ଚାଲିଥିବା ୬୭ତମ ଅଲ ଓଡ଼ିଶା ପୁଲିସ ରେସଲିଂ କ୍ଲଷ୍ଟର ଚାମ୍ପିୟନଶିପର ଭାରୋତ୍ତୋଳନ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଛନ୍ତି। ୪୫ କେଜି ବର୍ଗରେ ଭାଗ ନେଇଥିବା ମିନତି ମୋଟ ୧୧୨ ( ୪୭ କେଜି କ୍ଲିନ ଓ ୬୫ କେଜି ଜର୍କ) କେଜି ଭାର ଉଠାଇଛନ୍ତି। ମିନତି ବର୍ତ୍ତମାନ ବ୍ରହ୍ମପୁର ପୁଲିସରେ କାର୍ଯ୍ୟରତ ଅଛନ୍ତି। ଏହି ସଫଳତା ପାଇଁ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା ତାଙ୍କୁ ଅଭିନନ୍ଦନ […]

minati

Hemant Lenka
  • Published: Thursday, 28 February 2019
  • , Updated: 28 February 2019, 09:32 PM IST

ଭୁବନେଶ୍ୱର: ଓଡ଼ିଶା ପୁଲିସ୍ କନଷ୍ଟେବଳ ମିନତି ଦାସ ରାଜସ୍ଥାନର ଜୟପୁରରେ ଚାଲିଥିବା ୬୭ତମ ଅଲ ଓଡ଼ିଶା ପୁଲିସ ରେସଲିଂ କ୍ଲଷ୍ଟର ଚାମ୍ପିୟନଶିପର ଭାରୋତ୍ତୋଳନ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଛନ୍ତି। ୪୫ କେଜି ବର୍ଗରେ ଭାଗ ନେଇଥିବା ମିନତି ମୋଟ ୧୧୨ ( ୪୭ କେଜି କ୍ଲିନ ଓ ୬୫ କେଜି ଜର୍କ) କେଜି ଭାର ଉଠାଇଛନ୍ତି।

ମିନତି ବର୍ତ୍ତମାନ ବ୍ରହ୍ମପୁର ପୁଲିସରେ କାର୍ଯ୍ୟରତ ଅଛନ୍ତି। ଏହି ସଫଳତା ପାଇଁ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସୂଚନାଯୋଗ୍ୟ, ବୁଧବାରଠାରୁ ଆରମ୍ଭ ହୋଇଥିବା ଏହି ପୁଲିସ୍ ରେସଲିଂ ଚାମ୍ପିୟନଶିପ୍ ମାର୍ଚ୍ଚ ୩ ତାରିଖରେ ଉଦଯାପିତ ହେବ।

Related story