ମୁମ୍ବାଇ: ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଚାମ୍ପିଅନ୍ସ ଟ୍ରଫି କ୍ରିକେଟ ଫାଇନାଲ ମ୍ୟାଚ୍ରେ ଫିକ୍ସିଂ ଅଭିଯୋଗ। ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ର ମନ୍ତ୍ରୀ ରାମଦାସ ଅଠୱାଲେ। କ୍ୟାପଟେନ୍ ବିରାଟ କୋହଲି ଏବଂ ବରିଷ୍ଠ ଖେଳାଳି ଯୁବରାଜ ସିଂଙ୍କ ବିରୋଧରେ ସେ ଏହି ଅଭିଯୋଗ ଆଣିଛନ୍ତି । ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚ୍ରେ ହୋଇଥିବା ଫିକ୍ସିଂର ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି। ଏହି ମ୍ୟାଚରେ ପାକିସ୍ତାନ ଠାରୁ ଭାରତ ଶୋଚନୀୟ ପରାସ୍ତ ହୋଇଥିଲା।. ତେବେ ଏ ନେଇ ବିସିସିଆଇ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।