ଇଂଲଣ୍ଡ ଗସ୍ତ ପରେ ଅବସର ନେଇପାରନ୍ତି ମିଶ୍‌ବା-ଉଲ-ହକ୍‌

କରାଚି: ପାକିସ୍ତାନର ଇଂଲଣ୍ଡ ଗସ୍ତ ପରେ ଅବସର ନେଇପାରନ୍ତି ପାକିସ୍ତାନର ବ୍ୟାଟ୍ସମ୍ୟାନ୍‌ ମିଶ୍‌ବା-ଉଲ୍‌-ହକ୍‌। ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ କୁହାଯାଇଛି ଯେ ଏହି ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ଜଣକ ଅବସର ନେଇ ଆସନ୍ତାକାଲି ସାମ୍ବାଦିକ ସମ୍ମିଳନୀ କିମ୍ବା ବୋର୍ଡ ମାଧ୍ୟମରେ ସୂଚନା ଦେବେ। ସେ ଇଂଲଣ୍ଡ ଗସ୍ତପରେ ଅବସର ନେବା ନେଇ ପାକିସ୍ତାନ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ସେ ଇଂଲଣ୍ଡ ବିପକ୍ଷରେ ୪ଟି ଟେଷ୍ଟ, ୫ଟି ଦିନିକିଆ ଓ ଗୋଟିଏ ଟି-୨୦ ଖେଳିଛନ୍ତି। ଏହି ସିରିଜ୍‌ ତାଙ୍କର […]

misbah ul haq

Rakesh Mallick
  • Published: Thursday, 16 June 2016
  • , Updated: 16 June 2016, 06:57 PM IST

କରାଚି: ପାକିସ୍ତାନର ଇଂଲଣ୍ଡ ଗସ୍ତ ପରେ ଅବସର ନେଇପାରନ୍ତି ପାକିସ୍ତାନର ବ୍ୟାଟ୍ସମ୍ୟାନ୍‌ ମିଶ୍‌ବା-ଉଲ୍‌-ହକ୍‌। ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ କୁହାଯାଇଛି ଯେ ଏହି ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ଜଣକ ଅବସର ନେଇ ଆସନ୍ତାକାଲି ସାମ୍ବାଦିକ ସମ୍ମିଳନୀ କିମ୍ବା ବୋର୍ଡ ମାଧ୍ୟମରେ ସୂଚନା ଦେବେ।

ସେ ଇଂଲଣ୍ଡ ଗସ୍ତପରେ ଅବସର ନେବା ନେଇ ପାକିସ୍ତାନ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ସେ ଇଂଲଣ୍ଡ ବିପକ୍ଷରେ ୪ଟି ଟେଷ୍ଟ, ୫ଟି ଦିନିକିଆ ଓ ଗୋଟିଏ ଟି-୨୦ ଖେଳିଛନ୍ତି। ଏହି ସିରିଜ୍‌ ତାଙ୍କର ଶେଷ ସିରିଜ୍‌ ହେବ ବୋଲି ଚର୍ଚ୍ଚା ହେଉଛି।

୨୦୧୨ରେ ସେ ଟି-୨୦ରୁ ଓ ଚଳିତବର୍ଷ ମାର୍ଚ୍ଚରେ ଦଳ ବିଶ୍ୱକପ୍‌ କ୍ୱାର୍ଟର ଫାଇନାଲରୁ ବାଦ୍‌ ପଡିବା ପରେ ଦିନିକିଆରୁ ଅବସର ନେଇଥିଲେ।

ସେ ପାକିସ୍ତାନ ପାଇଁ ୬୧ଟି ଟେଷ୍ଟ, ୧୬୨ଟି ଦିନିକିଆ ଓ ୩୯ଟି ଟି-୨୦ ଖେଳିଛନ୍ତି। ତାଙ୍କୁ ପାକିସ୍ତାନର ସଫଳ ଟେଷ୍ଟ ଅଧିନାୟକ ଭାବେ ମଧ୍ୟ ବିବେଚନା କରାଯାଏ। ତାଙ୍କ ନେତୃତ୍ୱରେ ଦଳ ୪୨ଟି ଟେଷ୍ଟରୁ ୨୦ଟିରେ ବିଜୟୀ ହୋଇଥିବା ବେଳେ ୧୧ଟିରେ ପରାଜିତ ହୋଇଛି ଓ ୧୧ଟି ଡ୍ର ରଖିଛି।

ଚଳିତ ମାସରୁ ପାକିସ୍ତାନ ଇଂଲଣ୍ଡ ଗସ୍ତ କରିବ। ସେଠାରେ ଦଳ ୪ଟି ଟେଷ୍ଟ, ୫ଟି ଦିନିକିଆ ଓ ଗୋଟିଏ ଟି-୨୦ ମ୍ୟାଚ୍‌ ଖେଳିବ।

Related story