ମିସବା ହେଲେ ପାକିସ୍ତାନ କ୍ରିକେଟ୍ ଟିମର ନୂଆ କୋଚ୍ ଓ ଚୟନକର୍ତ୍ତା

କରାଚୀ: ପାକିସ୍ତାନ କ୍ରିକେଟ୍ ବୋର୍ଡ ବୁଧବାର ପୂର୍ବତନ କ୍ୟାପଟେନ୍ ମିସବା-ଉଲ୍-ହକଙ୍କୁ ଦ୍ୱୈତ ଭୂମିକା ପ୍ରଦାନ କରିଛି। ମିସବାଙ୍କୁ ପିସିବି ଜାତୀୟ ମୁଖ୍ୟ କୋଚ୍ ଓ ମୁଖ୍ୟ ଚୟନକର୍ତ୍ତା ଭାବେ ନିଯୁକ୍ତ କରିଛି। ନୂଆ କୋଚ୍ ଓ ଚୟନକର୍ତ୍ତା ଭାବେ ମିସବା ନିଯୁକ୍ତି ହେବା ଦ୍ୱାରା ପାକିସ୍ତାନ କ୍ରିକେଟ୍ ଟିମର ପ୍ରଦର୍ଶନରେ ସୁଧାର ଆସିବା ନେଇ ବୋର୍ଡ ଆଶାୟୀ ଅଛି। ନିକଟରେ ଶେଷ ହୋଇଥିବା ବିଶ୍ୱକପରେ ପାକିସ୍ତାନ ଟିମ୍ ସେମିଫାଇନାଲ୍ ପର୍ଯ୍ୟନ୍ତ ପହଞ୍ଚିପାରିନଥିଲା ଏବଂ ଟୁର୍ଣ୍ଣାମେଣ୍ଟର ପ୍ରଥମ ପର୍ଯ୍ୟାୟରୁ […]

misbah

Ranjit Kumar Jena
  • Published: Wednesday, 04 September 2019
  • , Updated: 04 September 2019, 05:01 PM IST

କରାଚୀ: ପାକିସ୍ତାନ କ୍ରିକେଟ୍ ବୋର୍ଡ ବୁଧବାର ପୂର୍ବତନ କ୍ୟାପଟେନ୍ ମିସବା-ଉଲ୍-ହକଙ୍କୁ ଦ୍ୱୈତ ଭୂମିକା ପ୍ରଦାନ କରିଛି। ମିସବାଙ୍କୁ ପିସିବି ଜାତୀୟ ମୁଖ୍ୟ କୋଚ୍ ଓ ମୁଖ୍ୟ ଚୟନକର୍ତ୍ତା ଭାବେ ନିଯୁକ୍ତ କରିଛି। ନୂଆ କୋଚ୍ ଓ ଚୟନକର୍ତ୍ତା ଭାବେ ମିସବା ନିଯୁକ୍ତି ହେବା ଦ୍ୱାରା ପାକିସ୍ତାନ କ୍ରିକେଟ୍ ଟିମର ପ୍ରଦର୍ଶନରେ ସୁଧାର ଆସିବା ନେଇ ବୋର୍ଡ ଆଶାୟୀ ଅଛି। ନିକଟରେ ଶେଷ ହୋଇଥିବା ବିଶ୍ୱକପରେ ପାକିସ୍ତାନ ଟିମ୍ ସେମିଫାଇନାଲ୍ ପର୍ଯ୍ୟନ୍ତ ପହଞ୍ଚିପାରିନଥିଲା ଏବଂ ଟୁର୍ଣ୍ଣାମେଣ୍ଟର ପ୍ରଥମ ପର୍ଯ୍ୟାୟରୁ ବିଦାୟ ନେଇଥିଲା।

ଏହା ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ବିଶ୍ୱକପ୍ ପର୍ଯ୍ୟନ୍ତ ଟିମର ମୁଖ୍ୟ କୋଚ୍ ରହିଥିବା ମିକି ଆର୍ଥରଙ୍କ କାର୍ଯ୍ୟକାଳକୁ ନବଢ଼ାଇ ପାଇଁ ନିଷ୍ପତ୍ତି ନେଇଥିଲା। ଆର୍ଥରଙ୍କ ସହ ପାକିସ୍ତାନ ତା'ର ବ୍ୟାଟିଂ କୋଚ୍ ଗ୍ରାଣ୍ଟ ଫ୍ଲାୱାର, ବୋଲିଂ କୋଚ୍ ଆଝାର ମେହମୁଦଙ୍କୁ ମଧ୍ୟ ବିଦା କରିଥିଲା।

ପାକିସ୍ତାନ କ୍ରିକେଟ୍ ବୋର୍ଡ କହିଛି ଯେ, ମିସବା ଆଗାମୀ ତିନିବର୍ଷ ପାଇଁ ପାକିସ୍ତାନ ଟିମର ମୁଖ୍ୟ କୋଚ୍ ରହିବେ। ତାଙ୍କୁ ତିନୋଟି ଯାକ ଫର୍ମାଟ୍ ପାଇଁ ଜାତୀୟ ଦଳର କୋଚ୍ ଭାବେ ନିଯୁକ୍ତ କରାଯାଇଛି। ଏହାସହ ପିସିବି ସ୍ୱଚ୍ଛତା, ଦାୟିତ୍ୱଧୀନତା ଏବଂ ସବୁ ସ୍ତରରେ ସ୍ପଷ୍ଟବାଦୀ ଯୋଗୁ ପୂର୍ବରୁ କରିଥିବା ପ୍ରତିଶ୍ରୁତିକୁ ଦୃଷ୍ଟିରେ ରଖି ମିସବାଙ୍କୁ ମୁଖ୍ୟ କୋଚ୍ ସହ ଚୟନକମିଟିର ଅଧ୍ୟକ୍ଷ ଦାୟିତ୍ୱ ମଧ୍ୟ ପ୍ରଦାନ କରିଛି।

୪୫ ବର୍ଷୀୟ ମିସବା ପାକିସ୍ତାନର ୩୦ତମ କୋଚ୍ ହୋଇଛନ୍ତି। କିନ୍ତୁ ପାକିସ୍ତାନ କ୍ରିକେଟ୍ ଇତିହାସରେ ପ୍ରଥମଥର ପାଇଁ ମୁଖ୍ୟ କୋଚଙ୍କୁ ମୁଖ୍ୟ ଚୟନକର୍ତ୍ତା ଦାୟିତ୍ୱ ମଧ୍ୟ ଦିଆଯାଇଛି। ମିସବାଙ୍କ ପାଞ୍ଚଜଣିଆ ଚୟନକମିଟିରେ ଇନ୍ତିକାବ ଆଲମ୍, ବାଜିତ୍ ଖାନ୍, ଅସଦ୍ ଅଲୀ ଖାନ୍, ୱାସିମ୍ ଆକ୍ରାମ୍ ଏବଂ ଜାକିର୍ ଖାନ୍ ରହିଛନ୍ତି। ମିସବାଙ୍କ ସହ ପାକିସ୍ତାନର ପୂର୍ବତନ କ୍ୟାପଟେନ୍ ୱକାର ୟୁନିସଙ୍କୁ ବୋଲିଂ କୋଚ୍ ଭାବେ ନିଯୁକ୍ତ କରାଯାଇଛି। ଏହା ପୂର୍ବରୁ ୱାକର ଦୁଇଥର ପାକିସ୍ତାନର ମୁଖ୍ୟ କୋଚ୍ ରହିସାରିଛନ୍ତି।

Related story