ମିତାଲି ରଚିଲେ ଇତିହାସ, ବିଶ୍ୱର ପ୍ରଥମ ମହିଳା କ୍ରିକେଟର ଭାବେ କଲେ ରେକର୍ଡ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆ ମହିଳା ଦଳର ଦିନିକିଆ ଅଧିନାୟକ ମିତାଲି ରାଜ ଆଉ ଏକ ଇତିହାସ ସୃଷ୍ଟି କରିଛନ୍ତି। ସେ ବିଶ୍ୱର ପ୍ରଥମ ମହିଳା କ୍ରିକେଟର ଭାବେ ଦିନିକିଆ ଅନ୍ତର୍ଜାତୀୟରେ ୨୦୦ଟି ମ୍ୟାଚ୍‌ ଖେଳିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ୩୬ ବର୍ଷୀୟ ମିତାଲି ମହିଳା ଦିନିକିଆରେ ବିଶ୍ୱରେ ସର୍ବାଧିକ ସ୍କୋର କରିବାର ରେକର୍ଡ ମଧ୍ୟ ନିଜ ନାଁରେ ରଖିଛନ୍ତି। ସେ ୫୧.୩୩ ହାରରେ ୭ଟି ଶତକ ସହ ୬୬୨୨ ରନ୍‌ କରିଛନ୍ତି। ଆଜି ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ମିତାଲି […]

a

Hemant Lenka
  • Published: Friday, 01 February 2019
  • , Updated: 01 February 2019, 04:34 PM IST

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆ ମହିଳା ଦଳର ଦିନିକିଆ ଅଧିନାୟକ ମିତାଲି ରାଜ ଆଉ ଏକ ଇତିହାସ ସୃଷ୍ଟି କରିଛନ୍ତି। ସେ ବିଶ୍ୱର ପ୍ରଥମ ମହିଳା କ୍ରିକେଟର ଭାବେ ଦିନିକିଆ ଅନ୍ତର୍ଜାତୀୟରେ ୨୦୦ଟି ମ୍ୟାଚ୍‌ ଖେଳିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ୩୬ ବର୍ଷୀୟ ମିତାଲି ମହିଳା ଦିନିକିଆରେ ବିଶ୍ୱରେ ସର୍ବାଧିକ ସ୍କୋର କରିବାର ରେକର୍ଡ ମଧ୍ୟ ନିଜ ନାଁରେ ରଖିଛନ୍ତି। ସେ ୫୧.୩୩ ହାରରେ ୭ଟି ଶତକ ସହ ୬୬୨୨ ରନ୍‌ କରିଛନ୍ତି।

ଆଜି ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ମିତାଲି ନିଜର ୨୦୦ତମ ମ୍ୟାଚ୍‌ ଖେଳିଥିଲେ। ହେଲେ ସେ ନିଜର ୨୦୦ତମ ମ୍ୟାଚ୍‌କୁ ସ୍ମରଣୀୟ କରିପାରି ନାହାନ୍ତି। ଆଜିର ମ୍ୟାଚ୍‌ରେ ମିତାଲି ମାତ୍ର ୨୮ଟି ବଲ୍‌ରେ ୯ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ଫଳରେ ଟିମ୍‌ ଇଣ୍ଡିଆ ୧୪୯ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା।

ମିତାଲି ଭାରତ ପାଇଁ ୧୯୯୯ରେ ଡେବ୍ୟୁ କରିଥିଲେ। ସେବେଠାରୁ ଭାରତ ୨୬୩ଟି ଦିନିକିଆ ଖେଳିଥିବା ବେଳେ ମିତାଲି ୨୦୦ଟି ମ୍ୟାଚ୍‌ ଖେଳିଛନ୍ତି।

ମିତାଲି ଭାରତ ପାଇଁ ୧୦ଟି ଟେଷ୍ଟ ଓ ୮୫ଟି ଟି-୨୦ ମଧ୍ୟ ଖେଳିଛନ୍ତି। ମିତାଲି ବିଶ୍ୱର ଅନ୍ୟ ମହିଳା କ୍ରିକେଟ୍‌ଙ୍କ ତୁଳନାରେ ସବୁଠାରୁ ଅଧିକ ବର୍ଷ ହେଲାଣି କ୍ରିକେଟ୍‌ ଖେଳି ଆସୁଛନ୍ତି।

ମିତାଲିଙ୍କ ଅପେକ୍ଷା କେବଳ ସଚିନ ତେନ୍ଦୁଲକର, ସନଥ ଜୟସୂରିୟା ଓ ଜାଭେଦ ମିଆଁଦାଦ ଅଧିକ ଦିନ କ୍ରିକେଟ ଖେଳିଛନ୍ତି।

Related story