ସ୍ୱାମୀ ଷ୍ଟାର୍କଙ୍କ ଆଗରେ ହିଲୀଙ୍କ ବିସ୍ଫୋରକ ବ୍ୟାଟିଂ, ମନେପଡ଼ିଲା ୨୦୧୫ କଥା

ମେଲବର୍ଣ: ମହିଳା ଟି-୨୦ ବିଶ୍ୱକପ ଫାଇନାଲରେ ପତ୍ନୀ ଖେଳିବେ ବୋଲି ଅଷ୍ଟ୍ରେଲୀୟ ଖେଳାଳି ମିଚେଲ ଷ୍ଟାର୍କ ନିଜ ମ୍ୟାଚ୍‌ ଛାଡ଼ି ୧୦ ହଜାର କିମି ଯାତ୍ରା କରିଥିଲେ। ପତ୍ନୀ ଅଲିସା ହିଲୀ ମଧ୍ୟ ସ୍ୱାମୀ ଷ୍ଟାର୍କଙ୍କୁ ନିରାଶ କରିନାହାନ୍ତି। ସେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିବା ସହ ୩୯ଟି ବଲରେ ୫ଟି ଛକା ମାରି ୭୫ ରନ୍‌ର ଇନିଂସ୍‌ ଖେଳିଛନ୍ତି। ହିଲୀଙ୍କ ବିସ୍ଫୋରକ ବ୍ୟାଟିଂ ପାଇଁ ଅଷ୍ଟ୍ରେଲିଆ ୧୮୪ ରନ୍‌ କରି ଭାରତକୁ ୮୫ ରନ୍‌ରେ ହରାଇଛି। […]

u

Hemant Lenka
  • Published: Sunday, 08 March 2020
  • , Updated: 08 March 2020, 05:05 PM IST

ମେଲବର୍ଣ: ମହିଳା ଟି-୨୦ ବିଶ୍ୱକପ ଫାଇନାଲରେ ପତ୍ନୀ ଖେଳିବେ ବୋଲି ଅଷ୍ଟ୍ରେଲୀୟ ଖେଳାଳି ମିଚେଲ ଷ୍ଟାର୍କ ନିଜ ମ୍ୟାଚ୍‌ ଛାଡ଼ି ୧୦ ହଜାର କିମି ଯାତ୍ରା କରିଥିଲେ। ପତ୍ନୀ ଅଲିସା ହିଲୀ ମଧ୍ୟ ସ୍ୱାମୀ ଷ୍ଟାର୍କଙ୍କୁ ନିରାଶ କରିନାହାନ୍ତି। ସେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିବା ସହ ୩୯ଟି ବଲରେ ୫ଟି ଛକା ମାରି ୭୫ ରନ୍‌ର ଇନିଂସ୍‌ ଖେଳିଛନ୍ତି।

ହିଲୀଙ୍କ ବିସ୍ଫୋରକ ବ୍ୟାଟିଂ ପାଇଁ ଅଷ୍ଟ୍ରେଲିଆ ୧୮୪ ରନ୍‌ କରି ଭାରତକୁ ୮୫ ରନ୍‌ରେ ହରାଇଛି। ହିଲୀଙ୍କ ଇନିଂସ୍‌କୁ ଷ୍ଟାର୍କ ମଧ୍ୟ ଷ୍ଟାଡିୟମରେ ଉପସ୍ଥିତ ରହି ଉପଭୋଗ କରିଥିଲେ।

ଆଜି ହିଲୀ ଓ ଷ୍ଟାର୍କଙ୍କ କଥା ଦେଖିବା ପରେ ୨୦୧୫ ମସିହା ପୁରୁଷ ଦିନିକିଆ ବିଶ୍ୱକପ କଥା ସମସ୍ତେ ମନେ ପକାଇଛନ୍ତି। ଏହି ମେଲବର୍ଣ୍ଣ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ବିଶ୍ୱକପ ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ପ୍ରଥମ ଓଭରରେ ହିଁ ଷ୍ଟାର୍କ ନ୍ୟୁଜିଲ୍ୟାଣ୍ଡ ଅଧିନାୟକ ବ୍ରେଣ୍ଡନ ମ୍ୟାକକୁଲମଙ୍କୁ ଆଉଟ କରି ଅଷ୍ଟ୍ରେଲିଆର ଦବଦବା ସୃଷ୍ଟି କରିଥିଲେ।

ଅଷ୍ଟ୍ରେଲିଆ ବି ଟ୍ରଫି ଜିତିଥିଲା। ଷ୍ଟାର୍କ ଏହି ମ୍ୟାଚ୍‌ରେ ଲୁକ ରୋଞ୍ଚିଙ୍କ ୱିକେଟ ମଧ୍ୟ ନେଇଥିଲେ। ନ୍ୟୁଜିଲ୍ୟାଣ୍ଡ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୧୮୩ ରନ୍‌ କରିଥିଲା। ଅଷ୍ଟ୍ରେଲିଆ ଏହି ମ୍ୟାଚ୍‌କୁ ୭ ୱିକେଟରେ ଜିତି ବିଶ୍ୱ ବିଜେତା ହୋଇଥିଲା। ଏହା ଅଷ୍ଟ୍ରେଲିଆର ୫ମ ବିଶ୍ୱକପ ଥିଲା।

ହିଲୀ ମଧ୍ୟ ୭୫ ରନ୍‌ କରିବାରୁ ଅଷ୍ଟ୍ରେଲିଆ ଏକପାଖିଆ ଭାବେ ଭାରତକୁ ହରାଇ ୫ମଥର ଚାମ୍ପିୟନ ହୋଇଛି। ହିଲୀ ପ୍ରଥମ ବଲରେ ହିଁ ଚୌକା ମାରି ଇନିଂସ ଆରମ୍ଭ କରିଥିଲେ। ୩୦ ବଲରେ ଅର୍ଦ୍ଧଶତକ ହାସଲ କରି ସେ ରେକର୍ଡ କରିଥିଲେ। ମହିଳା ଟି-୨୦ରେ ଏହା ଦ୍ୱିତୀୟ ଦ୍ରୁତତମ ଅର୍ଦ୍ଧଶତକ। ଏଥିସହ ଫାଇନାଲ ମ୍ୟାଚ୍‌ରେ କେବେ ହେଲେ କୌଣସି ଖେଳାଳି ଏତେ କମ ବଲରେ ଅର୍ଦ୍ଧଶତକ ହାସଲ କରି ନଥିଲେ। ଏହି ମାମଲାରେ ହିଲୀ ପ୍ରଥମ ଖେଳାଳି ହୋଇଛନ୍ତି।

ଫାଇନାଲ ମ୍ୟାଚ୍‌ ପାଇଁ ଷ୍ଟାର୍କ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ୩ୟ ଦିନିକିଆ ଖେଳି ନଥିଲେ। ଗତକାଲି ଏହି ମ୍ୟାଚ୍‌ ଥିଲା। ହେଲେ ଷ୍ଟାର୍କ ପତ୍ନୀଙ୍କ ପାଇଁ ଶୁକ୍ରବାର ଠାରୁ ସ୍ୱଦେଶ ଫେରି ଆସିଥିଲେ।

Related story