ଟି-୨୦ରୁ ଅବସର ନେଲେ ମିତାଲି ରାଜ

ନୂଆଦିଲ୍ଲୀ: ଭାରତର ଅଭିଜ୍ଞ ମହିଳା ବ୍ୟାଟ୍ସମ୍ୟାନ୍ ମିତାଲି ରାଜ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି। ମିତାଲି ୨୦୨୧ରେ ହେବାକୁଥିବା ୫୦ ଓଭର ବିଶିଷ୍ଟ ବିଶ୍ୱକପ୍ ଖେଳିବାକୁ ଚାହାଁନ୍ତି। ୩୬ ବର୍ଷୀୟା ମିତାଲି ଶେଷଥର ପାଇଁ ଚଳିତ ବର୍ଷ ମାର୍ଚ୍ଚ ମାସରେ ଗୌହାଟୀରେ ଇଂଲଣ୍ଡ ବିପକ୍ଷରେ ଟି-୨୦ ମ୍ୟାଚ୍ ଖେଳିଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷ ଆଗାମୀ ଟି-୨୦ ସିରିଜ୍ ପାଇଁ ଉପଲବ୍ଧ ହେବେ ବୋଲି ନିଜେ ମିତାଲି କହିଥିଲେ। ଆସନ୍ତାବର୍ଷ ହେବାକୁଥିବା ଟି-୨୦ ବିଶ୍ୱକପ୍ ପାଇଁ ଚୟନକର୍ତ୍ତା […]

mithali

mithali

Ranjit Kumar Jena
  • Published: Tuesday, 03 September 2019
  • Updated: 03 September 2019, 05:54 PM IST

Sports

Latest News

ନୂଆଦିଲ୍ଲୀ: ଭାରତର ଅଭିଜ୍ଞ ମହିଳା ବ୍ୟାଟ୍ସମ୍ୟାନ୍ ମିତାଲି ରାଜ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି। ମିତାଲି ୨୦୨୧ରେ ହେବାକୁଥିବା ୫୦ ଓଭର ବିଶିଷ୍ଟ ବିଶ୍ୱକପ୍ ଖେଳିବାକୁ ଚାହାଁନ୍ତି। ୩୬ ବର୍ଷୀୟା ମିତାଲି ଶେଷଥର ପାଇଁ ଚଳିତ ବର୍ଷ ମାର୍ଚ୍ଚ ମାସରେ ଗୌହାଟୀରେ ଇଂଲଣ୍ଡ ବିପକ୍ଷରେ ଟି-୨୦ ମ୍ୟାଚ୍ ଖେଳିଥିଲେ।

ଦକ୍ଷିଣ ଆଫ୍ରିକା ବିପକ୍ଷ ଆଗାମୀ ଟି-୨୦ ସିରିଜ୍ ପାଇଁ ଉପଲବ୍ଧ ହେବେ ବୋଲି ନିଜେ ମିତାଲି କହିଥିଲେ। ଆସନ୍ତାବର୍ଷ ହେବାକୁଥିବା ଟି-୨୦ ବିଶ୍ୱକପ୍ ପାଇଁ ଚୟନକର୍ତ୍ତା ୟୁଥ୍ ଖେଳାଳିଙ୍କୁ ଅଧିକ ସୁଯୋଗ ଦେବା ପାଇଁ ଯୋଜନା କରୁଛି। ତେଣୁ ଏଭଳି ସ୍ଥିତିରେ ହୁଏତ ମିତାଲିଙ୍କୁ ଟି-୨୦ ଦଳରେ ସ୍ଥାନ ମିଳିନଥାନ୍ତା। ଦକ୍ଷିଣ ଆଫ୍ରିକା ବିପକ୍ଷ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜ୍ ସେପ୍ଟେମ୍ବର ୨୪ ତାରିଖରୁ ଆରମ୍ଭ ହେବ। ସେହିପରି ଟି-୨୦ ବିଶ୍ୱକପ୍ ଆସନ୍ତାବର୍ଷ ଫେବୃଆରୀ-ମାର୍ଚ୍ଚରେ ଖେଳାଯିବ। ମିତାଲି ୩୨ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚରେ ଭାରତର ନେତୃତ୍ୱ ନେଇଛନ୍ତି, ଯେଉଁଥିରେ ୨୦୧୨ (ଶ୍ରୀଲଙ୍କା), ୨୦୧୪ (ବାଂଲାଦେଶ) ଏବଂ ୨୦୧୬ (ଭାରତ)ରେ ମହିଳା ଟି-୨୦ ବିଶ୍ୱକପ୍ ସାମିଲ୍ ଅଛି।

ଟି-୨୦ରୁ ଅବସର ନେବା ପରେ ମିତାଲି କହିଛନ୍ତି, "ମୁଁ ୨୦୦୬ରୁ ଅନ୍ତର୍ଜାତୀୟ ଟି-୨୦ ଖେଳିଆସୁଛି। ୨୦୨୧ରେ ଦିନିକିଆ ବିଶ୍ୱକପ୍ ଆୟୋଜିତ ହେବ ଏବଂ ଏହି ଟୁର୍ଣ୍ଣାମେଣ୍ଟ ଲାଗି ନିଜକୁ ପ୍ରସ୍ତୁତ କରିବା ପାଇଁ ମୁଁ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବାକୁ ଚାହୁଁଛି। ନିଜ ଦେଶ ପାଇଁ ବିଶ୍ୱକପ୍ ଜିତିବା ମୋର ଏକମାତ୍ର ଲକ୍ଷ୍ୟ ଏବଂ ମୁଁ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଚାହେଁ।" ମିତାଲି ଆହୁରି କହିଛନ୍ତି, "ମୁଁ ବିସିସିଆଇର ନିରନ୍ତର ସମର୍ଥନ ପାଇଁ ବୋର୍ଡକୁ ଧନ୍ୟବାଦ ଜଣାଉଛି। ଏହାଛଡ଼ା ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜ୍ ପାଇଁ ମୁଁ ଭାରତୀୟ ଟି-୨୦ ଟିମକୁ ଶୁଭକାମନା ଜଣାଉଛି।

ମିତାଲି ମହିଳା ଟି-୨୦ କ୍ରିକେଟରେ ଭାରତର ପ୍ରଥମ କ୍ୟାପଟେନ୍। ସେ ୨୦୦୬ରେ ଡର୍ବି (ଇଂଲଣ୍ଡ ବିପକ୍ଷରେ)ରେ ପ୍ରଥମଥର ପାଇଁ ଭାରତର ନେତୃତ୍ୱ ନେଇଥିଲେ। ମିତାଲି ୮୯ ଟି-୨୦ ମ୍ୟାଚରେ ୧୭ ଅର୍ଦ୍ଧଶତକ ସହ ୨୩୬୪ ରନ୍ କରିଛନ୍ତି, ଯାହା ମହିଳା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଭାରତ ପକ୍ଷରୁ ସର୍ବାଧିକ ସ୍କୋର। ସେ ୨୦୩ ଦିନିକିଆ ଅର୍ନ୍ତଜାତୀୟ ମ୍ୟାଚରେ ୫୧.୨୯ ହାରରେ ୭ ଶତକ ସହ ୬୭୨୦ ରନ୍ କରିଛନ୍ତି। ଏହାଛଡ଼ା ଟେଷ୍ଟରେ ମିତାଲି ୧୦ ମ୍ୟାଚ୍ ଖେଳି ୫୧ ହାରରେ ୬୬୩ ରନ୍ କରିଛନ୍ତି। ଟେଷ୍ଟ କ୍ରିକେଟରେ ଦ୍ୱିଶତକ ମାରିବାରେ ସେ ଏକମାତ୍ର ଭାରତୀୟ ମହିଳା କ୍ରିକେଟର୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story