ଟିମ୍‌ ଇଣ୍ଡିଆର ଦୁଇ ମହିଳା କ୍ରିକେଟର୍‌ ମୁହାଁମୁହିଁ, ହରମନ୍‌ପ୍ରୀତଙ୍କୁ କଡ଼ା ଜବାବ ଦେଲେ ମିତାଲିଙ୍କ ମ୍ୟାନେଜର୍‌

ନୂଆଦିଲ୍ଲୀ: ମହିଳା ଟି-୨୦ ବିଶ୍ୱପକ୍‌ରେ ଟିମ୍‌ ଇଣ୍ଡିଆ ସେମିଫାଇନାଲ୍‌ରୁ ବିଦାୟ ନେଇଛି। ଦଳ ଇଂଲଣ୍ଡଠାରୁ ୮ ୱିକେଟ୍‌ରେ ହାରିବା ପରେ ବିଶ୍ୱକପ୍‌ ଜିତିବାର ଆଶା ଧୂଳିସାତ ହୋଇଯାଇଛି। ତେବେ ଶୁକ୍ରବାର ସେମିଫାଇନାଲ୍‌ରେ ଟିମ୍‌ ଇଣ୍ଡିଆର ଷ୍ଟାର ଖେଳାଳି ମିତାଲି ରାଜଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରା ନଯିବାକୁ ନେଇ ବିବାଦ ସୃଷ୍ଟି ହୋଇଛି। ହେଲେ ଚୂଡ଼ାନ୍ତ ଏକାଦଶରୁ ମିତାଲିଙ୍କୁ ବାଦ ଦିଆଯିବା ଦଳର ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଆଯାଇଥିଲା ବୋଲି ଦଳର ଅଧିନାୟକ ହରମନ୍‌ପ୍ରୀତ କୌର କହିବା […]

m

Hemant Lenka
  • Published: Saturday, 24 November 2018
  • , Updated: 24 November 2018, 10:56 AM IST

ନୂଆଦିଲ୍ଲୀ: ମହିଳା ଟି-୨୦ ବିଶ୍ୱପକ୍‌ରେ ଟିମ୍‌ ଇଣ୍ଡିଆ ସେମିଫାଇନାଲ୍‌ରୁ ବିଦାୟ ନେଇଛି। ଦଳ ଇଂଲଣ୍ଡଠାରୁ ୮ ୱିକେଟ୍‌ରେ ହାରିବା ପରେ ବିଶ୍ୱକପ୍‌ ଜିତିବାର ଆଶା ଧୂଳିସାତ ହୋଇଯାଇଛି। ତେବେ ଶୁକ୍ରବାର ସେମିଫାଇନାଲ୍‌ରେ ଟିମ୍‌ ଇଣ୍ଡିଆର ଷ୍ଟାର ଖେଳାଳି ମିତାଲି ରାଜଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରା ନଯିବାକୁ ନେଇ ବିବାଦ ସୃଷ୍ଟି ହୋଇଛି।

ହେଲେ ଚୂଡ଼ାନ୍ତ ଏକାଦଶରୁ ମିତାଲିଙ୍କୁ ବାଦ ଦିଆଯିବା ଦଳର ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଆଯାଇଥିଲା ବୋଲି ଦଳର ଅଧିନାୟକ ହରମନ୍‌ପ୍ରୀତ କୌର କହିବା ପରେ ବିବାଦ ଘନେଇବାରେ ଲାଗିଛି।

ଏଭଳି ବୟାନ ପରେ ମିତାଲିଙ୍କ ମ୍ୟାନେଜର ହରମନପ୍ରୀତଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

ମ୍ୟାନେଜର ଅନୀଷା ଗୁପ୍ତା କହିଛନ୍ତି, “ ଟିମ୍‌ ଇଣ୍ଡିଆର ଅଧିନାୟକ ଜାଣିଶୁଣି ମିଛ କହିବାରେ ଲାଗିଛନ୍ତି। ସେ ଜଣେ ଅପରିପକ୍ୱ ଖେଳାଳିଙ୍କ ଭଳି କଥାବାର୍ତ୍ତା କରିଥାନ୍ତି ଓ ସେ ଅଧିନାୟକ ହେବାକୁ ଯୋଗ୍ୟ ନୁହନ୍ତି। ଦୁର୍ଭାଗ୍ୟବଶତଃ ଖେଳରେ ମଧ୍ୟ ରାଜନୀତି ପ୍ରବେଶ କରିଛି। ମିତାଲି ଜଣେ ଅଭିଜ୍ଞ ଖେଳାଳି ହୋଇଥିବା ବେଳେ ତାଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ ଦିଆଗଲା। ଏହାପରେ ତାଙ୍କୁ ନେଇ ଅଧିନାୟକ ଯେଉଁଭଳି କଥା କହୁଛନ୍ତି, ତାହା ଆଦୌ ଗ୍ରହଣୀୟ ନୁହେଁ।”

ତେବେ କିଛି ସମୟ ପରେ ଅନୀଷା ନିଜର ଟ୍ୱିଟ୍‌ ସହ ଆକାଉଣ୍ଟକୁ ଡିଲିଟ କରିଦେଇଥିଲେ। ହେଲେ ସେ ଏକଥା କହିଥିଲେ ବୋଲି ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ କହିଛନ୍ତି।ସେମିଫାଇନାଲ୍‌ ପରି ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ର ଚୂଡ଼ାନ୍ତ ଏକାଦଶରେ ମିତାଲି ସାମିଲ ନ ହେବା କ୍ରିକେଟ ପଣ୍ଡିତମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା। ହେଲେ ଅଧିନାୟକ ହରମନ୍‌ପ୍ରୀତ ଅଜବ ଯୁକ୍ତି ଉପସ୍ଥାପନ କରିଥିଲେ।

ସେ କହିଥିଲେ, “ଆମେ ଯାହା ବି ନିଷ୍ପତ୍ତି ନେଇଥିଲୁ ଦଳ ପାଇଁ ନେଇଥିଲୁ। ବେଳେ ବେଳେ କିଛି ନିଷ୍ପତ୍ତି କାମ ଦିଏନି। ହେଲେ ଏଥିପାଇଁ ଆମେ ଅନୁତାପ କରୁନାହୁଁ। ଟୁର୍ଣ୍ଣାମେଣ୍ଟରେ ଖେଳାଳିମାନେ ଯେଉଁଭଳି ଖେଳ ପ୍ରଦର୍ଶନ କଲେ, ସେଥିପାଇଁ ମୁଁ ଗର୍ବିତ। ଆମେ ଅଷ୍ଟ୍ରେଲିଆ ଭଳି ଦଳ ବିରୋଧରେ ଭଲ ପ୍ରଦର୍ଶନ କରିଥିଲୁ। ବିଜୟୀ ମଧ୍ୟ ହୋଇଥିଲୁ। ତେଣୁ ବିଜୟୀ ଟିମ୍‌ରେ କୌଣସି ପରବର୍ତ୍ତନ କରିବାକୁ ଆମେ ଚାହିଁ ନଥିଲୁ।”

Related story