ବିଜୟ ହଜାରେ ଟ୍ରଫି ଜିତିଲା କର୍ଣ୍ଣାଟକ

ବେଙ୍ଗାଲୁରୁ: ଅଭିମନ୍ୟୁ ମିଥୁନଙ୍କ ହ୍ୟାଟ୍ରିକ୍ ଏବଂ ଲୋକେଶ ରାହୁଲ ଓ ମୟଙ୍କ ଅଗ୍ରୱାଲଙ୍କ ଅର୍ଦ୍ଧଶତକ ବଳରେ କର୍ଣ୍ଣାଟକ ଭିଜେଡି ନିୟମରେ ତାମିଲନାଡକୁ ୬୦ ରନରେ ହରାଇ ବିଜୟ ହଜାରେ ଟ୍ରଫି ଅକ୍ତିଆର କରିଛି। ତାମିଲନାଡୁ ପ୍ରଥମେ ବ୍ୟାଟିଂ କରି ୪୯.୫ ଓଭରରେ ୨୫୨ ରନ୍ କରି ଅଲଆଉଟ୍ ହୋଇଥିଲା। ଜବାବରେ କର୍ଣ୍ଣାଟକ ୨୩ ଓଭରରେ ୧ ୱିକେଟ୍ ହରାଇ ୧୪୬ ରନ୍ କରିଥିବା ବେଳେ ବର୍ଷା ଆରମ୍ଭ ହୋଇଥିଲା। ଯାହା ପରେ ଆଉ ଖେଳ ସମ୍ଭବ ହୋଇନଥିଲା। […]

karnatak

Ranjit Kumar Jena
  • Published: Friday, 25 October 2019
  • , Updated: 25 October 2019, 05:27 PM IST

ବେଙ୍ଗାଲୁରୁ: ଅଭିମନ୍ୟୁ ମିଥୁନଙ୍କ ହ୍ୟାଟ୍ରିକ୍ ଏବଂ ଲୋକେଶ ରାହୁଲ ଓ ମୟଙ୍କ ଅଗ୍ରୱାଲଙ୍କ ଅର୍ଦ୍ଧଶତକ ବଳରେ କର୍ଣ୍ଣାଟକ ଭିଜେଡି ନିୟମରେ ତାମିଲନାଡକୁ ୬୦ ରନରେ ହରାଇ ବିଜୟ ହଜାରେ ଟ୍ରଫି ଅକ୍ତିଆର କରିଛି। ତାମିଲନାଡୁ ପ୍ରଥମେ ବ୍ୟାଟିଂ କରି ୪୯.୫ ଓଭରରେ ୨୫୨ ରନ୍ କରି ଅଲଆଉଟ୍ ହୋଇଥିଲା। ଜବାବରେ କର୍ଣ୍ଣାଟକ ୨୩ ଓଭରରେ ୧ ୱିକେଟ୍ ହରାଇ ୧୪୬ ରନ୍ କରିଥିବା ବେଳେ ବର୍ଷା ଆରମ୍ଭ ହୋଇଥିଲା। ଯାହା ପରେ ଆଉ ଖେଳ ସମ୍ଭବ ହୋଇନଥିଲା। ତେବେ ଉନ୍ନତ ରନରେଟ୍ ଆଧାରରେ କର୍ଣ୍ଣାଟକକୁ ବିଜେତା ଘୋଷଣା କରାଯାଇଥିଲା। ଭିଜେଡି ନିୟମ ଅନୁଯାୟୀ, କର୍ଣ୍ଣାଟକକୁ ୨୩ ଓଭରରେ ୮୭ ରନ୍ ଆବଶ୍ୟକ ଥିଲା। କିନ୍ତୁ କର୍ଣ୍ଣାଟକ ୧୪୬ ରନ୍ କରି ଭଲ ସ୍ଥିତିରେ ରହି ମ୍ୟାଚକୁ ଜିତି ନେଇଛି।

୨୫୩ ରନର ଲକ୍ଷ୍ୟର ପିଛା କରୁଥିବା କର୍ଣ୍ଣାଟକ ଇନିଂସର ପଞ୍ଚମ ଓଭରରେ ଓପନିଂ ବ୍ୟାଟ୍ସମ୍ୟାନ୍ ଦେବଦତ୍ତ ପାଦିକଲ (୧୧)ଙ୍କ ୱିକେଟ୍ ହରାଇଥିଲା। କିନ୍ତୁ ଚଳିତ ଟୁର୍ଣ୍ଣାମେଣ୍ଟର ଜବରଦସ୍ତ ଫର୍ମରେ ଥିବା ରାହୁଲ ଆଉ ଏକ ଅର୍ଦ୍ଧଶତକ ମାରିଥିଲେ। ତାଙ୍କୁ ମୟଙ୍କ ଅଗ୍ରୱାଲ ଭରପୂର ସହଯୋଗ କରିଥିଲେ। ଦୁହେଁ ଦ୍ୱିତୀୟ ୱିକେଟ୍ ପାଇଁ ୧୧୨ ରନର ଶତକୀୟ ଭାଗୀଦାରୀ କରିଥିଲେ।

ମୟଙ୍କ ନିକଟରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ଦମଦାର ପ୍ରଦର୍ଶନ କରି ଗୋଟିଏ ଦ୍ୱିଶତକ ସମେତ ଦୁଇଟି ଶତକ ମାରିଥିଲେ। ସେ ୫୫ ବଲରେ ୭ ଚୌକା ଓ ୩ ଛକା ସହ ଅପରାଜିତ ୬୯ ଓ ରାହୁଲ୍ ୭୨ ବଲରେ ୫ ଚୌକା ସହ ୫୨ ରନ୍ କରି ଅପରାଜିତ ଥିଲେ। ଏହି ବିଜୟ ସହ କର୍ଣ୍ଣାଟକ ଚତୁର୍ଥଥର ପାଇଁ ବିଜୟ ହଜାରେ ଟ୍ରଫି ଜିତିଛି। କର୍ଣ୍ଣାଟକ ଶେଷଥର ପାଇଁ ୨୦୧୭ରେ ଟାଇଟଲ୍ ଜିତିଥିଲା। ଅନ୍ୟପକ୍ଷରେ ପରାଜୟ ସହ ତାମିଲନାଡୁର ଷଷ୍ଠ ଟାଇଟଲ୍ ଆଶା ଧୂଳିସାତ୍ ହୋଇଛି।

ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ ସୁଯୋଗ ପାଇଥିବା ତାମିଲନାଡୁ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଓପ୍ନର ମୁରଲୀ ବିଜୟ ଖାତା ଖୋଲିପାରିନଥିବା ବେଳେ ରବିଚନ୍ଦ୍ରନ୍ ଅଶ୍ୱିନ୍ ୮ ରନ୍ କରି ଆଉଟ୍ ହୋଇଥିଲେ। ତେବେ ଅଭିନବ ମୁକୁନ୍ଦ ଓ ବାବା ଅପରାଜିତ ଅର୍ଦ୍ଧଶତକ ମାରିବା ସହ ଦଳକୁ ମଜଭୁତ୍ ସ୍ଥିତିରେ ପହଞ୍ଚାଇଥିଲେ। ଦୁହେଁ ତୃତୀୟ ୱିକେଟ୍ ପାଇଁ ୧୨୪ ରନର ପାର୍ଟନରଶିପ୍ କରିଥିଲେ। ହେଲେ ଏହି ଯୋଡ଼ି ଭାଙ୍ଗିବା ପରେ ତାମିଲନାଡୁର ୱିକେଟ୍ ପତନ ପ୍ରକ୍ରିୟା ଆରମ୍ଭ ହୋଇଥିଲା।

ମୁକୁନ୍ଦ ସର୍ବାଧିକ ୮୫ (୧୧୦ ବଲ୍‌, ୯ ଚୌକା) ଓ ବାବା ଅପରାଜିତ ୬୬ (୮୪ ବଲ୍‌, ୭ ଚୌକା) ରନ୍ କରି ଆଉଟ୍ ହୋଇଥିଲେ । ମଧ୍ୟକ୍ରମରେ ବିଜୟ ଶଙ୍କର (୩୮), ଶାହରୁଖ୍ ଖାନ୍ (୨୭), କ୍ୟାପଟେନ୍ ଦିନେଶ କାର୍ତ୍ତିକ (୧୧) ଓ ଏମ୍‌. ମହମ୍ମଦ (୧୦) ନିରାଶ କରିଥିଲେ । କର୍ଣ୍ଣାଟକ ପ'ରୁ ମିଥୁନ୍ ୩୪ ରନ୍ ଦେଇ ସର୍ବାଧିକ ୫ଟି ୱିକେଟ୍ ନେଇଥିବା ବେଳେ ଭି. କୌଶିକ୍ ୨ଟି, ପ୍ରତୀକ ଜୈନ୍ ଓ କ୍ରିଷ୍ଣାପ୍ପା ଗୌତମ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

Related story